ମାଟ୍ରିକ ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଲା ସତ , କିନ୍ତୁ ବହୁ କାରଣରୁ ରେଜଲ୍ଟ ସମ୍ପୁର୍ଣ୍ଣ ତୃଟିଶୂନ୍ୟ ବୋଲି କହିହେବନାହିଁ

Published By : Prameya-News7 Bureau | May 22, 2019 IST

କଟକ୨୨|୫: ହାଇସ୍କୁଲ ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଲା ସତ , କିନ୍ତୁ ରେଜଲ୍ଟ ସମ୍ପୁର୍ଣ୍ଣ ତୃଟିଶୂନ୍ୟ ବୋଲି କହିହେବନାହିଁ । କାରଣ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ଆଗରେ ଏବେ ଏଭିଯୋଗକାରିଙ୍କ ଲମ୍ବାଧାଡି ଦେଖିବାକୁ ମିଳୁଛି । ଅନେକଙ୍କର ଅଭିଯୋଗ ହେଲା ଖାତାଦେଖା ଠିକ୍‌ରେ ହୋଇନାହିଁ ଏବଂ ପରୀକ୍ଷାର୍ଥୀଙ୍କ ଆପତ୍ତି ଅଭିଯୋଗକୁ ସମାଧାନ କରିବାଲାଗି ବୋର୍ଡ ତରଫରୁ ଯେଉଁ ବ୍ୟବସ୍ଥା କରାଯାଇଛି, ତାହା ସନ୍ତୋଷ ଜନକ ନୁହେଁ ବୋଲି ମଧ୍ୟ ଅଭିଯୋଗ ହୋଇଛି।  କିନ୍ତୁ ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି ସମସ୍ତଙ୍କୁ ଆବଶ୍ୟକୀୟ ସେବା ଯୋଗାଇ ଦିଆଯିବ।.

{"id":114891,"width":596,"height":366}

ହାଇସ୍କୁଲ ରେଜଲ୍ଟ  ପ୍ରକାଶ ପାଇବାରେ ପ୍ରାୟ ୨ ସପ୍ତାହ ବିଳମ୍ବ ହେଲା । ତେଣୁ ଲାଗୁଥିଲା ପରୀକ୍ଷା ଫଳକୁ ନେଇ ହୁଏତ କାହାର କୌଣସି ପ୍ରକାରର ଅଭିଯୋଗ ରହିବ ନାହିଁ। କିନ୍ତୁ ଫଳ ପ୍ରକାଶ ପାଇବାର ୨୪ ଘଣ୍ଟା ପରେ ଯେଉଁ ଦୃଶ୍ୟ ସାମ୍ନାକୁ ଆସିଛିତାହା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି.। କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ଆଗରେ ଏବେ ଅଭିଯୋଗକାରିଙ୍କ ଭିଡ ଦେଖିବାକୁ ମିଳୁଛି। ଯେଉଁମାନଙ୍କର ରେଜଲ୍ଟ ଆଶାନୁରୂପ ହୋଇନାହିଁ, ସେମାନଙ୍କ ମତ ହେଲା ଖାତା ଦେଖା ଠିକ୍‌ଭାବେ ହୋଇନାହିଁ। ପୁଣି ଏପ୍ରକାରର ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛିଯେ, ବୋର୍ଡ ତରଫରୁ ଯେଉଁ ପ୍ରକାରର ସେବା ମିଳିବା କଥା , ତାହା ହେଉନାହିଁ।

{"id":114892,"width":596,"height":372}

ଚଳିତ ବର୍ଷ  ୫ ଲକ୍ଷ ୪୫ ହଜାର ୩୬୨ ଜଣ  ରେଗୁଲାର ଛାତ୍ର ଛାତ୍ରୀ  ଫର୍ମ ଫିଲଅପ କରିଥିବା ବେଳେ ପରୀକ୍ଷା ଦେଇଥିଲେ,୫ ଲକ୍ଷ ୩୫ ହଜାର ୮୬୦ ଜଣ ଛାତ୍ର ଛାତ୍ରୀ .ସେମାନଙ୍କ ଭିତରୁ କୃତକାର୍ଯ୍ୟ ହୋଇଛନ୍ତି ୭୨ ଦଶମିକ ୩୫ ପ୍ରତିଶତ ପରୀକ୍ଷାର୍ଥୀ. ଅବଶିଷ୍ଟ ୨୭ ଦଶମିକ ୬୫ ପ୍ରତିଶତ ଛାତ୍ର ଛାତ୍ରୀ ଫେଲ ହୋଇଥିବା କାରଣରୁ ସେମାନେ ଦୁଃଖିତ ହେବାଟା ସ୍ବାଭାବିକ, କିନ୍ତୁ ଯେଉଁ ପରୀକ୍ଷାର୍ଥୀ ମାନଙ୍କୁ ଆଶାନୁରୂପ ରେଜଲ୍ଟ ମିଳିନାହିଁ, ସେମାନ କ୍ଷେତ୍ରରେ କଣ କରାଯାଇପାରିବ . କିନ୍ତୁ ବୋର୍ଡ କର୍ତ୍ତୃପକ୍ଷ ସଫେଇ ଦେଇଛନ୍ତିଯେ, ପରୀକ୍ଷାର୍ଥୀ ମାନେ ବୋର୍ଡର କଣ୍ଟ୍ରୋଲରୁମ ସହ ଯୋଗାଯୋଗ କରିପାରିବେ. ଆବଶ୍ୟକ ସ୍ଥଳେ କାୁନସିଲର ମାନଙ୍କର ସହାୟତା ମଧ୍ୟ ନେଇ ପାରିବେ।

{"id":114893,"width":595,"height":344}

ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ବ୍ୟାପକ ଅନିୟମିତତା ହେଉଛି ବୋଲି ଅତୀତରେ ଅଭିଯୋଗ ହୋଇଛି। ଯାହାକୁ ଆଧାର କରି ହାଇକୋର୍ଟରେ ଏକାଧିକ ମାମଲା ମଧ୍ୟ ରୁଜୁ ହୋଇଛି।ଖାତାଦେଖାରେ ଅବହେଳା ଜନିତ ଏକ ମାମଲାର ଶୁଣାଣୀ କରି  ୨୦୧୭ ମସିହାରେ, ବୋର୍ଡ କର୍ତ୍ତୃପକ୍ଷଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଲାଗି ହାଇକାର୍ଟ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ, ତେଣୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଖାତା ଦେଖାରେଯେ ଶତପ୍ରତିଶତ ସ୍ବଛତା ଅବଲମ୍ବନ କରାଯାଇଛି, ତାହା କହିବା ମୁସ୍କିଲ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.