ଟ୍ରେନରେ ୧୫ ଟଙ୍କା ଲିଟର ପାଣି ବୋତଲ ବିକି ଆଇଆରସିଟିସି ଆୟ କରିଛି ୩.୨୫ କୋଟି ଟଙ୍କା, ଗତ ବର୍ଷ ତୁଳନାରେ ବହୁତ କମ୍

Published By : Prameya-News7 Bureau | September 15, 2020 IST

ନୂଆଦିଲ୍ଲୀ ୧୫/୦୯ : କରୋନା ସଙ୍କଟ ଯୋଗୁଁ ଲାଗୁ ହୋଇଥିବା ଲକଡାଉନ୍ ଫଳରେ ଆଇଆରସିଟିସିକୁ ବହୁତ କ୍ଷତି ସହିବାକୁ ପଡିଛି । ଏପ୍ରିଲ, ମେ ଓ ଜୁନ୍ ମାସରେ କମ୍ପାନୀକୁ ୨୪.୬ କୋଟି ଟଙ୍କାର କ୍ଷତି ହୋଇଛି । କିନ୍ତୁ ୨୦୧୯ ମସିହା ଏପ୍ରିଲ-ଜୁନ ତ୍ରୟମାସିକରେ କମ୍ପାନୀକୁ ୭୨.୩୩ କୋଟି ଟଙ୍କା ଲାଭ ହୋଇଥିଲା । ମାର୍ଚ୍ଚ ପରେ ରେଳ ସେବା ଉପରେ ଲାଗୁ ହୋଇଥିବା ପ୍ରତିବନ୍ଧକ ଧୀରେ ଧୀରେ କୋହଳ କରାଯାଉଛି । କିନ୍ତୁ ଏବେ ମଧ୍ୟ ଅଧିକାଂଶ ସାମାନ୍ୟ ଯାତ୍ରୀ ସେବା ଉପରେ ପ୍ରତିବନ୍ଧକ ଲାଗିଛି । ମାର୍ଚ୍ଚ ତ୍ରୟମାସିକ ସମୟରେ ମାଲଗାଡି ଓ ବିଶେଷ ଟ୍ରେନଗୁଡିକ ଛାଡି ଅନ୍ୟ ସବୁ ଯାତ୍ରୀ ସେବା ବନ୍ଦ ରହିଥିଲା ।

ଭାରତୀୟ ରେଲୱେର କ୍ୟାଟରିଂ, ପର୍ଯ୍ୟଟନ ଓ ଟିକେଟ ବୁକିଂ ବିଭାଗ ଆଇଆରସିଟିସି । କମ୍ପାନୀ ଅନ୍ୟ ପର୍ଯ୍ୟଟନ ସେବା ସହ ମଧ୍ୟ ଜଡିତ । ଆଇଆରସିଟିସି ରୋଜଗାର ବିଷୟରେ ଜାଣନ୍ତୁ:

{"id":329853,"sizeSlug":"large"}

ଜୁନ ତ୍ରୟମାସିକରେ ଆଇଆରସିଟିସି ଅପରେସନରୁ ଆୟ ୭୧ ପ୍ରତିଶତ ହ୍ରାସ ପାଇ ୧୩୧.୩୩ କୋଟି ଟଙ୍କା ହୋଇଛି । ଗତ ବର୍ଷ ଏହି ଅବଧିରେ ଆଇଆରସିଟିସି ୪୫୯ କୋଟି ଟଙ୍କା ଆୟ କରିଥିଲା । ଏପ୍ରିଲ-ଜୁନ ତ୍ରୟମାସିକରେ କମ୍ପାନୀର ବହୁତ କ୍ଷତି ହୋଇଥିବା ନଜର ଆସିଛି । ଏହି ୩ ମାସ ମଧ୍ୟରେ କମ୍ପାନୀର ସମସ୍ତ ସେଗମେଣ୍ଟରେ ବହୁ ମାତ୍ରାରେ କ୍ଷତି ହୋଇଥିବା ଦେଖିବାକୁ ମିଳିଛି । ପର୍ଯ୍ୟଟନ ସେଗମେଣ୍ଟରେ ସବୁଠାରୁ ଅଧିକ କ୍ଷତି ରେକର୍ଡ ହୋଇଛି । ପର୍ଯ୍ୟଟନ ସେଗମେଣ୍ଟର ଆୟ ଗତ ବର୍ଷ ୪୭.୬୨ କୋଟି ଟଙ୍କା ହୋଇଥିବା ବେଳେ ଚଳିତ ବର୍ଷ ଏହା ହ୍ରାସ ପାଇ ୨.୯୫ କୋଟି ଟଙ୍କା ହୋଇଛି ।

{"id":329854,"sizeSlug":"large"}

କ୍ୟାଟରିଂରେ ଗତ ବର୍ଷ ପାଖାପାଖି ୨୭୨ କୋଟି ଟଙ୍କା ହୋଇଥିଲା ଯାହା ଚଳିତବର୍ଷ ହ୍ରାସ ପାଇ ୯୦ କୋଟି ଟଙ୍କା ହୋଇଛି । ସେହିଭଳି ଇଣ୍ଟରନେଟ ଜରିଆରେ ଟିକେଟ ବୁକିଂ ୮୨ କୋଟି ଟଙ୍କାରୁ ହ୍ରାସ ପାଇ ୩୫.୨୨ କୋଟି ଟଙ୍କା ହୋଇଛି ।

{"id":329851,"sizeSlug":"large"}

ରେଳ ନିର ବା ପାଣି ବୋତଲରୁ ଗତ ବର୍ଷ ୫୭ କୋଟି ଟଙ୍କା ଆୟ ହୋଇଥିବାବେଳେ ଚଳିତ ବର୍ଷ ଏହା ହ୍ରାସ ପାଇ ୩.୨୫ କୋଟି ଟଙ୍କା ହୋଇଛି । କିନ୍ତୁ ଏହି ଅବଧିରେ ଅନ୍ୟାନ୍ୟ ଆୟରୁ କମ୍ପାନୀକୁ ଲାଭ ହୋଇଛି । ଅନ୍ୟ ଆୟ ଗତ ବର୍ଷ ତୁଳନାରେ ୧୭ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୫ କୋଟି ଟଙ୍କା ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.