ଆଣ୍ଟାର୍କଟିକାରେ ଭାଙ୍ଗିଲା ବିଶାଳ ବରଫ ଖଣ୍ଡ, ମୁମ୍ବାଇର ଦୁଇ ଗୁଣ ଆକାରଠୁ ମଧ୍ୟ ବଡ

Published By : Prameya-News7 Bureau | February 28, 2021 IST

ନୂଆଦିଲ୍ଲୀ ୨୮।୦୨: ବୈଜ୍ଞାନିକ ପ୍ରାୟ ୧୦ ବର୍ଷର ପରିଶ୍ରମ ପରେ ଆଣ୍ଟାର୍କଟିକାରେ ସୃଷ୍ଟି ହୋଇଥିବା ଫାଟର ସନ୍ଧାନ ପାଇଛନ୍ତି। ବ୍ରଣ୍ଟ ଆଇସ୍‌ ସେଲ୍‌ଫରୁ ବରଫର ଏକ ବଡ ଭାଗ ଶୁକ୍ରବାର ଭାଙ୍ଗି ଅଲଗା ହୋଇ ଯାଇଛି। ଏହି ବରଫ ଖଣ୍ଡର ଆକାର ମୁମ୍ବାଇ ସହରର ଦୁଇ ଗୁଣଠୁ ମଧ୍ୟ ଅଧିକ ହେବ। ଏହି ଘଟଣା ୨୦୨୦ ନଭେମ୍ଵରରେ ଆଇସ୍‌ ସେଲ୍‌ଫ ଉପରେ ହୋଇଥିବା ଏକ ବଡ ଫାଟ ପରେ ଘଟିଛି। ବିଶାଳ ବରଫ ଖଣ୍ଡ ଆଇସ୍‌ ବର୍ଗରୁ ଫେବୃଆରୀ ୨୬ ସକାଳେ ଅଲଗା ହୋଇ ଯାଇଛି।

{"id":416029,"sizeSlug":"large","linkDestination":"none"}

'ନର୍ଥ ରିଫ୍ଟ' ଫାଟ ଗତ ଦଶନ୍ଧିରେ ବ୍ରଣ୍ଟ ଆଇସ୍‌ ସେଲ୍‌ଫରେ ସକ୍ରିୟ ଭାବେ ସବୁଠୁ ଗୁରୁତ୍ଵପୂର୍ଣ୍ଣ ଥିଲା। ଏଥିପାଇଁ ବ୍ରିଟିଶ ଆଣ୍ଟାର୍କଟିକ ସର୍ଭେ(ବିଏଏସ୍)ର ବୈଜ୍ଞାନିକ ବିଶାଳ ବରଫ ଖଣ୍ଡ ଆଇସ୍‌ ସେଲ୍‌ଫରୁ ଅଲଗା ହୋଇଥିବା ଜାଣିବାକୁ ପାଇଥିଲେ। ଏହି ହିମଖଣ୍ଡର ଆକାର ୧୨୭୦ ବର୍ଗ କିମି  ହୋଇଥିବା ବେଳେ ମୁମ୍ବାଇର ଆକାର ୬୦୩ ବର୍ଗ କିଲୋମିଟର।

{"id":416030,"sizeSlug":"large","linkDestination":"none"}

ବିଏଏସ୍‌ର ନିର୍ଦ୍ଦେଶକ ଡେମ୍ ଜେନ ଫ୍ରାନ୍ସିସ୍‌ କହିଛନ୍ତି, ଆମ ଦଳ ବର୍ଷ ବର୍ଷ ଧରି ବ୍ରଣ୍ଟ ଆଇସ୍‌ ସେଲ୍‌ଫରୁ ଏକ  ହିମଖଣ୍ଡର ଅଲଗା ହେଉଥିବାର ସଙ୍କେତ ପାଇବା ପରେ ସଂପୂର୍ଣ୍ଣ ପ୍ରସ୍ତୁତ ଥିଲେ। ଆଗାମୀ ସପ୍ତାହ କିମ୍ବା ମାସରେ ଏହି ବିଶାଳ ବରଫ ଖଣ୍ଡ ମୂଳ ଅଂଶରୁ ଦୂରକୁ ଯାଇପାରେ କିମ୍ବା ଏହା ଚତୁଃପାର୍ଶ୍ଵରେ ବ୍ରଣ୍ଟ ଆଇସବର୍ଗ ନିକଟରେ ରହିପାରେ। ରାଷ୍ଟ୍ରୀୟ ମହାସାଗରୀୟ ଓ ବାୟୁମଣ୍ଡଳୀୟ ଏଜେନ୍ସି ଅନୁଯାୟୀ ଏବେ ଏହି ହିମଖଣ୍ଡ ଖୋଲା ପାଣିରେ ପହଁରୁଛି।

{"id":416031,"sizeSlug":"large","linkDestination":"none"}

ଏହି ବିଶାଳ ବରଫ ଖଣ୍ଡ ଆଣ୍ଟାର୍କଟିକାର ନର୍ଥ ରିଫ୍ଟରେ ପ୍ରତିଦିନ ପାଖାପାଖି ୦.୬ ମାଇଲ୍‌(୧ କିମି) ହାରରେ ପୂର୍ବୋତ୍ତର ଆଡକୁ ବଢୁଛି। ତେବେ ଫେବୃଆରୀ ୨୬ ସକାଳେ ସୃଷ୍ଟି  ହେବାର କିଛି ଘଣ୍ଟାରେ ଫାଟ ମଧ୍ୟରେ ଦୂରତା ୧୦୦ ମିଟର ହୋଇ ଯାଇଛି।  ଏହି ବରଫ ବିଭାଜନ ପ୍ରାକୃତିକ ପ୍ରକ୍ରିୟା କାରଣରୁ ହୋଇଥିବା କୁହାଯାଇଛି। ଏହାର କୌଣସି ପ୍ରମାଣ ନାହିଁ ଯେ ଜଳବାୟୁ ପରିବର୍ତ୍ତନର ଏଥିରେ କୌଣସି ଭୂମିକା ରହିଛି।

ଆଣ୍ଟାର୍କଟିକାରେ ବରଫର ବଡ ଭାଗ ଭାଙ୍ଗିବା ସଂପୂର୍ଣ୍ଣ ଭାବେ ସ୍ଵାଭାବିକ ଘଟଣା। ବଡ ଧରଣରେ ହେଉଥିବା ଏହି ପ୍ରାକୃତିକ ଘଟଣା ବହୁତ ଦୁଲର୍ଭ ଏବଂ ରୋମାଞ୍ଚକର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.