ହଳଦିଆପଦର ରାଜପଥ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ସହ ଟ୍ରକ୍ ଓ କାର୍ ଜବତ, ୭ ଜଣ ଗିରଫ

Published By : Prameya-News7 Bureau | September 20, 2021 IST

ବ୍ରହ୍ମପୁର, ୨୦/୦୯ :  ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ରାଜପଥ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯିବା ପରେ ୧୨୫୦ କିଲୋଗ୍ରାମ୍ ଗଞ୍ଜେଇ ସହ ଟ୍ରକ୍ ଓ କାର୍ ଜବତ ହୋଇଛି । ଏଥିରେ ଜଡ଼ିତ ଥିବା ୭ ଜଣ ଲୋକ ଗିରଫ ହୋଇଛନ୍ତି ।

ଗଜପତି ରାୟଗଡ ଅଞ୍ଚଳରୁ ଖୋର୍ଦ୍ଧା ଜିଲ୍ଲା ଅଭିମୁଖେ ଟ୍ରକ୍ ଓ କାର୍‌ରେ ଗଞ୍ଜେଇ ଚାଲାଣ ବେଳେ ଜାତୀୟ ରାଜପଥରେ ଚଢାଉ କରିଥିଲା ବ୍ରହ୍ମପୁର ଅବକାରୀ ବିଭାଗ । ଅନ୍ୟପଟେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଜାତୀୟ ରାଜପଥ ପୋକଡିବନ୍ଧ ଛକରୁ ୩୦ କିଲୋଗ୍ରାମ୍ ଗଞ୍ଜେଇ ଜବତ ହେବା ସହିତ ଜଣଙ୍କୁ ଅଟକ ରଖାଯାଇଛି । ଏକ ଘରୋଇବସ୍ କୋରିଅରରେ  ଗଞ୍ଜେଇ ଚାଲାଣ ବେଳେ ଅବକାରୀ ଗୁଇନ୍ଦା ଚଢାଉ କରିଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.