ଏଥର ରାଜଧାନୀରେ ପୂଜା ପାଇବେ ବିଶାଳ ଗଣେଶ ପ୍ରତିମା, ଜାଣନ୍ତୁ କେଉଁଠାରେ ହେବ କେତେ ଉଚ୍ଚର ଗଣେଶ ମୂର୍ତ୍ତି

Published By : Prameya-News7 Bureau | August 27, 2019 IST

ଭୁବନେଶ୍ୱର ୨୭।୮- ଅଗ୍ରପୁଜ୍ୟ ଗଜାନନଙ୍କ ଆଗମନକୁ ନେଇ ପ୍ରସ୍ତୁତ ପୂଜାମଣ୍ଡପ । ତେବେ ବିଗତ କିଛି ବର୍ଷ ହେଲା ମୁମ୍ବେଇ ପରି   ସୁଉଚ୍ଚ ଗଣେଶ ରାଜଧାନୀ​ରେ ଏବେ  କରାଯାଉଛି  ପାଲଟିଛି ।ଏଠର ବରଗଡ଼ଠାରେ ୫୦ଫୁଟ ଗଣେଶ , ସହିଦଗନର ଓ୍ବିନର କ୍ଲବରେ ୪୬ଫୁଟ ଓନୂଆପଲ୍ଲୀରେ ୩୫ଫୁଟ ଉଚ୍ଚ ଗଣେଶ ବେଶ ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିବେ ।

{"id":149771}

ରାଜଧାନୀରେ ପାର୍ବଣର ଅୟାମାରମ୍ଭ ହେଇଥାଏ ଗଣେଶ ପୂଜାରୁ । ଏହାକୁ ଆଖି ଆଗରେ ରଖି  ପ୍ରସ୍ତୁତି ହେଲାଣି ପୂଜାମଣ୍ଡପ ।ଅଗ୍ରପୂଜ୍ୟ ଗଜାନନଙ୍କ ଆଗମନ ପାଇଁ ରାଜଧାନୀ ବେଶ ଚଳଚଞ୍ଚଳ । ବିଗତ କିଛି ବର୍ଷ ହେଲା ରାଜଧାନୀର ପୂଜାମଣ୍ଡପମାନଙ୍କରେ ଦେଖିବାକୁ ମିଳୁଛି  ସୁଉଚ୍ଚ ଗଣେଶ  ପ୍ରତିମା । ନୂଆପଲ୍ଲୀ ହେଉ ଅବା ବୁଦ୍ଧେଶ୍ୱରୀ କଲୋନି ଅବା  ସହିଦନଗର ଓ୍ବିନର କ୍ଲବ ହେଉ କିମ୍ବା ବରଗଡ଼ ବ୍ରାଇଟ ଷ୍ଟ୍ରାର ୟୁଥ ଆସୋସିଏସନ ।ସବୁଠି ଏବେ ଏହି ସୁଉଚ୍ଚ ଗଣେଶ ପ୍ରତିମା ପୂଜା ପାଇବେ। ଚଳିତବର୍ଷ ବରଗଡ଼ ଠାରେ ୫୦ଫୁଟ ଉଚ୍ଚର ଗଣେଶପୂଜା ପାଇବେ । ତାସହିତ ୪୦କେଜି ଲଡୁ ସହିତ ୪ଫୁଟଉଚ୍ଚା ମୂଷା ବେଶ ଆକର୍ଷଣ ପାଲଟିବ । ଦୀର୍ଘ ୩୭ ବର୍ଷ ହେଲା ଏଠାରେ ପୂଜା ହେଇଆସୁଥିବାବେଳେ ଗତବର୍ଷ  ୪୦ଫୁଟ ଉଚ୍ଚର ଗଣେଶ ପୂଜା ପାଇଥିଲେ ।

{"id":149772}

ସହିଦନଗର ଓ୍ବିନର କ୍ଲବରେ ଚଳିତବର୍ଷ ୪୬ଫୁଟ ଉଚ୍ଚର ଗଣେଶ ଓ ୫୦କେଜିର ଲଡୁ ସହିତ ୬ଟିମୂଷା ବେଶ ଆକର୍ଷଣ ପାଲଟିବ ।  ଗତବର୍ଷ ଏଠାରେ ୩୫ଫୁଟ ଉଚ୍ଚର ଗଣେଶ ପୂଜାପାଇଥିଲେ  ।​ସେପଟେ ନୂଆପଲ୍ଲୀଠାରେ ୩୫ଫୁଟର ଗଣେଶ ମୁଖ୍ୟ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.