ନଦୀ ମୁହାଣରେ ଚାଞ୍ଚଲ୍ୟ: ଜାଲରେ ପଡିଲା ବିରାଟକାୟ ମାଛ, ୫୦ ହଜାର ଟଙ୍କାରେ ନିଲାମ

Published By : Prameya-News7 Bureau | July 27, 2020 IST

ଚନ୍ଦନେଶ୍ବର୨୭/୭:  ସୀମାନ୍ତ ବାଲେଶ୍ବର ଜିଲ୍ଳା ଭୋଗରାଇ ବ୍ଲକର ଉଦୟପୁର ବେଳାଭୂମି ଠାରୁ ପ୍ରାୟ ୮ କିମି ଦୂର ଦୀଘା-ମୁହାଣରୁ ପୁଣି ଏକ ୮ କ୍ବିଣ୍ଟାଲିଆ ଶାଙ୍କୁଚ ( ଚିଲ ଶଙ୍କର) ଧରା ପଡିଛି। ପୂର୍ବ ଭାରତର ସର୍ବ ବୃହତ ସାମୁଦ୍ରିକ ମତ୍ସ୍ୟ ଅବତରଣ କେନ୍ଦ୍ର ପଡ଼ୋଶୀ ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲା ରାମ ନଗର-୧ ବ୍ଲକର ଦୀଘା-ମୁହାଣ। ଟ୍ରଲରରେ  ଗଭୀର ସମୁଦ୍ରକୁ ମାଛ  ଧରିବାକୁ ଯାଇଥିବା ଜନୈକ ଜଣେ ମତ୍ସ୍ୟଜୀବିଙ୍କ ଜାଲରେ ଏହି ବୃହତକାର ମାଛଟି ଧରା ପଡିଥିଲା । ସ୍ଥଳ ଭାଗଠାରୁ ପ୍ରାୟ ଶହେ କି.ମି ଦୂର ଜାଲରେ ଅନ୍ୟ ଜାଲରେ ଅନ୍ୟ ମାଛ ସହିତ ଏହି ବିଶାଳ ମାଛଟି ଲାଗିଥିଲା।

ବହୁ କଷ୍ଟରେ ସେମାନଙ୍କ ମାଛଟିକୁ ସ୍ଥଳ ଭାବକୁ ନେଇ ଆସିଥିଲେ। ଓଜନ ପାଖାପାଖି ୭୮୦ କେଜିରୁ ଅଧିକ ଥିବା ବେଳେ ସ୍ଥାନୀୟ ରାଣାଘାଟର ଏକ ପାଇକାରୀ ମତ୍ସ୍ର ବ୍ୟବସାୟୀ ଏହାକୁ ୫୦ ହଜାର ଟଙ୍କାର ନିଲମ ନେଇଛନ୍ତି। ମାଛଟିର ଲମ୍ବ ୨୦ ଫୁଟ୍ ଥିବା ବେଳେ ପ୍ରସ୍ଥ ପ୍ରାୟ ୩୫ ଫୁଟ୍‌  ହେବ। ସାଧାରଣତଃ ଏହି ମାଛକୁ ଲୋକେ ଖାଇବା ସହିତ ଏଥିରୁ ଔଷଧ ମଧ୍ୟ ତିଆରି ହୋଇଥାଏ ବୋଲି ଦିଘା ଫିସରମ୍ୟାନ ଏଣ୍ଡ୍‌ ଟ୍ରେଡାର ଏସୋସିଏସନର ସଦସ୍ୟ ନବ କୁମାର ପରିଡା କହିଛନ୍ତି। ସ୍ବଦେଶ ସହିତ ବିଦେଶରେ ମଧ୍ୟ ଏହି ମାଛର ଚାହିଦା ବେଶ ରହିଛି।

ସୂଚନା ଥାଉକି, ଗତ ମାର୍ଚ୍ଚ ୨ ତାରିଖରେ ସେହି ମୁହାଣରେ ଏକ ୯ କ୍ବାଣ୍ଟାଲିଆ ଶାଙ୍କୁଚ ଧରା ପଡିଥିଲା। ସେହିପରି ଜୁନ୍‌ ୬ ତାରିଖରେ ମନ୍ଦାରମଣି ବେଳାଭୂମିରୁ ମଧ୍ୟ ପ୍ରାୟ ୫୦ ହଜାର ଟନର ଏକ ମୃତ ତିମି ଉଦ୍ଧାର  ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.