Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉଦଳା : ଖାକି ଉପରେ ଖାକିର ଜୁଲମ୍, ବିଚ୍ ରାସ୍ତାରେ ଏସଆଇଙ୍କୁ ଆକ୍ରମଣ କଲେ ଜେଲ୍ ଓ୍ୱାର୍ଡର
  • ||
  • ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ, ୩୪୩୨ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୫୩୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଗାଜା ଉପରେ ଇସ୍ରାଏଲର ପୁଣି ରକେଟ୍ ଆକ୍ରମଣ, ଭାଙ୍ଗିଲା ଅସ୍ତ୍ରବିରତି ରାଜିନାମା
  • ||
  • ମର୍ମନ୍ତୁଦ ଦୁର୍ଘଟଣା : ଟ୍ରଲରକୁ ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||

୮ ତାରିଖରେ ଦିଲ୍ଲୀରେ ବିଜେଡିର ବିଶାଳ କୃଷକ ସମାବେଶ, ଶହ ଶହ କୃଷକ ଟ୍ରେନ ଯୋଗେ ପହଂଚିବେ ଦିଲ୍ଲୀରେ

4/01/2019 at 1:23 PM

ଦିଲ୍ଲୀ ୪/୧ : ଦିଲ୍ଲୀ ତାଲକୋଟ୍ରା ଷ୍ଟାଡିୟମରେ ୮ ତାରିଖରେ ବିଜେଡି କରିବ କୃଷକ ସମାବେଶ । ଏ ନେଇ ଆଜି ଦିଲ୍ଲୀ କନଷ୍ଟିଟ୍ୟୁସନ କ୍ଲବରେ ବିଜେଡିର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଟିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରସନ୍ନ ଆଚାର୍ଯ୍ୟ, ପ୍ରତାପ ଦେବ, ପ୍ରତାପ ଜେନା, ଭର୍ତ୍ତୃହରି ମହତାବ, ପ୍ରମୁଖ ଉପସ୍ତିତ ଥିଲେ।
ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ଟଙ୍କାକୁ ବୃଦ୍ଧି କରିବା ଦାବିରେ ଦିନିକିଆ ଧାରଣା ଅନୁଷ୍ଟିତ ହେବ । ଏହା ପରେ ସଂନ୍ଧ୍ୟା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିବେ । ଏଥିପାଇଁ ଏକ ସ୍ପେଶାଲ ଟ୍ରେନ ଯୋଗେ ରାଜ୍ୟରୁ ଶହ ଶହ ସଂଖ୍ୟାରେ କୃଷକ ଆସି ଦିଲ୍ଲୀରେ ପହଁଚିବେ । ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ ଏବଂ ବାରମ୍ବାର କେନ୍ଦ୍ର ସରକାର ରାଜ୍ୟକୁ ଅବହେଳା କରୁଛନ୍ତି ବୋଲି କହିଛନ୍ତି ସାସଂଦ ଭର୍ତ୍ତୃହରି ମହାତାବ। ଏହା ପରେ ଦାବି ପୂରଣ ନ ହେବା ଯାଏଁ ଏ ଧାରଣା ରାଜ୍ୟବ୍ୟାପି ଅନୁଷ୍ଟିତ ହେବ ବୋଲି ପ୍ରତାପ ଜେନା କହିଛନ୍ତି

   Related Posts