ସୁବ୍ରମଣ୍ୟମ ସ୍ବାମୀଙ୍କ ବଡ଼ ଦାବି: ସୁଶାନ୍ତଙ୍କ ହତ୍ୟା ଷଡଯନ୍ତ୍ରକୁ ପ୍ରମାଣ କରିବାକୁ ବହୁ ତଥ୍ୟ ଅଛି
13/09/2020 at 1:18 PM

ମୁମ୍ବାଇ ୧୩/୦୯: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟ ମାମଲା ତଦନ୍ତରେ ସିବିଆ, ଇଡି ଓ ଏନସିବି କରୁଛି। ଏବେ ସୁବ୍ରମଣ୍ୟମ ସ୍ବାମୀ ଦାବି କରିଛନ୍ତି ଯେ ସୁଶାନ୍ତଙ୍କୁ ହତ୍ୟା କରାଯାଇଛି ଓ ଏହା ପଛରେ ଷଡଯନ୍ତ୍ର ରହିଛି।
ବିଜେପି ସାଂସଦ ସୁବ୍ରମଣ୍ୟମ ଗତକାଲି ଟ୍ବିଟ୍ କରି ଏକଥା କହିଛନ୍ତି। ସେ ଲେଖିଛନ୍ତି ଯେ ଏସଏସଆରଙ୍କ ପ୍ରଶଂସକ ପଚାରୁଛନ୍ତି ଯେ ଏ ମାମଲା କେବେ ଅନ୍ତିମ ନିଷ୍କର୍ଷରେ ପହଞ୍ଚିବ। ଯଦିଓ ମୁଁ ଏକଥା କହିପାରିବି ନାହିଁ, ମାତ୍ର ଏମ୍ସର ଟିମ୍ ଏହା ଉପରେ ବିଶେଷ ତଦନ୍ତ କରିପାରିବ ନାହିଁ, କାରଣ ଏମାନଙ୍କ ପାଖରେ ଏସଏସଆରଙ୍କ ପାର୍ଥିବ ଶରୀରର ନାହିଁ। ଏଣୁ ହସପିଟାଲକୁ ଦିଆଯାଇଥିବା ତଥ୍ୟ ଉପରେ ଭରସା କରିବାକୁ ହେବ।
ଏବେ ସୁଦ୍ଧା ଏହି ତ୍ରିମୂର୍ତି ଏଜେନ୍ସି ବହୁ ବଡ଼ ବଡ଼ ପ୍ରମାଣର ଖୁଲାସା କରିଛନ୍ତି। ଯାହା ଉପରେ ତାଙ୍କର ବିଶ୍ବାସ ରହିଛି ଯେ ଅଦାଲତରେ ଏହା ପ୍ରମାଣ କରିବା ସହଜ ହେବ। ଏହା ବାସ୍ତବରେ ଷଡଯନ୍ତ୍ର ଜନିତ ହତ୍ୟା। ଏଥିରେ କେବଳ ନ୍ୟାୟ ହେବ ନାହିଁ ବରଂ ଯେଉଁମାନଙ୍କ ଉପରେ ଅଭିଯୋଗ ଲାଗିଛି ସେମାନଙ୍କୁ ମଧ୍ୟ ମୁକ୍ତି ମିଳିବ।