ଟ୍ରମ୍ପଙ୍କୁ ସୁଲେମାନିଙ୍କ ଝିଅର ଧମକ : “ସବୁ କିଛି ସରିନାହିଁ ଆମେରିକାକୁ ଭୋଗିବାକୁ ହେବ ଏକ– ଡାର୍କ ଡେ''

Published By : Prameya-News7 Bureau | January 06, 2020 IST

ତେହେରାନ୍ ୬/୧- ପ୍ରତିଶୋଧର ନିଆଁରେ କୁହୁଳୁଛି ଇରାନ୍ । ଆମେରିକା ଉପରେ କେବଳ ଇରାନ ଶାସକ କିମ୍ବା ଇରାକ ସରକାର ନୁହନ୍ତି, ଇରାନୀୟ ବି କ୍ଷୁବ୍ଧ । କୁଦ୍ସ ଫୋର୍ସ କମାଣ୍ଡର  କାସିମ ସୁଲେମାନିଙ୍କ ହତ୍ୟା ପରଠୁ ଇରାନୀୟଙ୍କ ଭିତରେ କୁହୁଳି ଚାଲିଛି ଆମେରିକା ବିରୋଧରେ ପ୍ରତିଶୋଧର ନିଆଁ ।

{"id":207847,"sizeSlug":"large"}

ସୋମବାର ତେହେରାନରେ କାସିମସୁଲେମାନିଙ୍କ ଶେଷ କୃତ୍ୟ ଶୋଭାଯାତ୍ରାରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ କେବଳ ଅଦ୍ଭୂତପୂର୍ବ ନଥିଲା, ଥିଲା ଚକିତ କଲାଭାଳି । ଆମେରିକାର ବିମାନ ଆକ୍ରମଣରେ ନିହତ ସୁଲେମାନିଙ୍କୁ ଜାତୀୟ ହିରୋ ଭାବେ ଇରାନୀୟଙ୍କ ସମ୍ମାନ ସାଙ୍ଗକୁ ଆମେରିକା ବିରୋଧରେ ସୁଲେମାନିଙ୍କ ଝିଅ ଜୈନାବ ସୁଲେମାନିଙ୍କ ଧମକ । ଜୈନାବ କହିଛନ୍ତି , ତାଙ୍କ ବାପାଙ୍କ ମୃତ୍ୟୁ ଲାଗି ଆମେରିକାକୁ ମୂଲ୍ୟ ଦେବାକୁ ପଡିବ । ଆମେରିକା ପାଇଁ  ଏକ କଳା ଦିନ ( ଡାର୍କ ଡେ ) ଆସୁଛି । ଏଥିରୁ ବେଶ୍ ବୁଝା ପଡୁଛି ଯେ, ଏତେ ଶିଘ୍ର ଲିଭୁନି ମଧ୍ୟପ୍ରାଚ୍ୟ ନିଆଁ ।

{"id":207848,"sizeSlug":"large"}

ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଇରାକ୍ ଉପରେ ଏକ ବିମାନ ଆକ୍ରମଣରେ ଘଟିଥିଲା କୁଦ୍ସ କମାଣ୍ଡର କାସିମ ସୁଲେମାନିଙ୍କ ମୃତ୍ୟୁ ହୋଇଥିଲା । ଟ୍ରମ୍ପ ହିଁ ସୁଲେମାନିଙ୍କ ହତ୍ୟା ଲାଗି ନିର୍ଦ୍ଦେଶ ଦେଇଥିଲେ ।ଏହାପରଠୁ ପ୍ରତିଶୋଧ ନେବାକୁ ଧମକ ଦେଇଛି ଇରାନ୍ । ତେବେ ସୁଲେମାନିଙ୍କ ଝିଅ ଜୈନାବ ସୁଲେମାନିଙ୍କ ଧମକ ଗୁରୁତ୍ୱପୂର୍ଣ୍ଣ । ଇରାନୀୟ ଷ୍ଟେଟ ଟେଲିଭିଜନରେ ପ୍ରସାରତି ବକ୍ତବ୍ୟରେ ଆମେରିକା ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ହିଁ ଏପରି ଧମକ ଦେଇଛନ୍ତି ଜୈନାବ । କହିଛନ୍ତି, “  ପାଗଳ ଟ୍ରମ୍ପ, ଏହା ଭାବନାହିଁ ଯେ ମୋ ବାପା କାସିମ ସୁଲେମାନିଙ୍କ  ନିଧନ ସହ ସବୁ କିଛି  ଶେଷ ହୋଇଯାଇଛି ।“

 ଇରାନ ମଧ୍ୟ  କୁଦ୍ସ କମାଣ୍ଡର ସୁଲେମାନିଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଧମକ ଦେଇସାରିଛି । କାରଣ କୁଦ୍ସ କମାଣ୍ଡର ସୁଲେମାନି ମଧ୍ୟପ୍ରାଚ୍ୟରେ ଇରାନର ପତିଆରା ଓ ପ୍ରଭାବ ବୃଦ୍ଧିର ଅନ୍ୟତମ ବିନ୍ଧାଣୀ ଥିଲେ ।ଅନେକ ଇରାନୀୟଙ୍କ ପାଇଁ ସେ ଥିଲେ ଜାତୀୟ ହିରୋ । ଏପରିକି ଇରାନର ରକ୍ଷଣଶୀଳ ସରକାରକୁ ପସନ୍ଦ କରୁଥିବା ଇରାନୀୟ ବି ସୁଲେମାନିଙ୍କ ପ୍ରଶଂସକ ଥିଲେ । ସୋମବାର ସୁଲେମାନିଙ୍କ ଶେଷକୃତ୍ୟୁ ଶୋଭାଯାତ୍ରାରେ ଏକାଠି ହୋଇଥିବା ଲୋକଙ୍କ ଚିତ୍ର ଜନ ସମୁଦ୍ର ଭଳି ଲାଗୁଥିଲା ।

{"id":207849,"sizeSlug":"large"}

ଏପରିକି ୧୯୮୯ ରେ ତତ୍କାଳୀନ ଇରାନୀୟ ସର୍ବୋଚ୍ଚ ନେତା ତଥା ଇସଲାମିକ ରିପବ୍ଲିକ ଇରାନର ପ୍ରତିଷ୍ଠାତା  ଆୟୋତଲ୍ଲା ରୁହୋଲ୍ଲା ଖୋମେଇନିଙ୍କ ଶେଷ ୟାତ୍ର୍ରେ ଯେପରି ଲୋକ ଭୀଡ ହୋଇଥିଲା ଠିକ୍ ସେପରି  ଲୋକାରଣ୍ୟ ହୋଇଥିଲା ସେମବାର ସୁଲେମାନିଙ୍କ ଶେଷ ଶୋଭାଯାତ୍ରା । ସୁଲେମାନି ମଧ୍ୟ ବର୍ତ୍ତମାନର ଇରାନ୍ର ସର୍ବୋଚ୍ଚ ନେତା  ଆୟୋତଲ୍ଲା ଅଲ୍ଲୀ ଖାମେନୀଙ୍କ ପରେ ଇରାନର ସବୁଠୁ ଶକ୍ତିଶାଳୀ, ଲୋକପ୍ରିୟ ବ୍ୟକ୍ତିତ୍ୱ ଭାବେ କ୍ଷାତ ଥିଲେ । ତେଣୁ ସୁଲେମାନିଙ୍କ ନିଧନ ଇରାନୀୟଙ୍କୁ କ୍ଷୁବ୍ଧ କରିଛି ।ସୁଲେମାନିଙ୍କ ଶେଷ କୃତ୍ୟରେ ଇରାନର କିଛି ମିତ୍ର ମଧ୍ୟ ଯୋଗ ଦେଇଥିଲେ । ସେମାନଙ୍କ ଭିତରେ ଥିଲେ ପାଲେଷ୍ଟିନୀୟ ହାମାସ ଗ୍ରୁପ୍ ର ମୁଖ୍ୟ ।

ଏପଟେ ଟ୍ରମ୍ପ ତାଙ୍କ ଧମକରେ ଅଟଳ ରହିଛନ୍ତି । ଇରାକ୍ ଉପରେ କଠୋର କଟକଣା ଧମକ ସହ ଇରାନର ୫୨ ଟି ଧାର୍ମିକ- ସାଂସ୍କୃତିକ ସ୍ଥାନ ଉପରେ ଆକ୍ରମଣ ଧମକ ଦେଇଛନ୍ତି । ଏପରି ସ୍ଥିତିରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବା ବେଳେ ଇରାନ୍ କିମ୍ବା ଇରାନ୍ ସମର୍ଥିତ ସଂଗଠନ ଆମେରିକା ଉପରେ ହାମଲା କରିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.