କୋଣାର୍କ ୧।୧: କୋଣାର୍କ ଚନ୍ଦ୍ରଭାଗାଠାରେ ପର୍ଯ୍ୟଟକଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି । ୨୦୨୦ ନୂତନ ବର୍ଷର ପ୍ରଥମ ସୂର୍ଯ୍ୟ ଉଦୟକୁ ଦେଖିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ପର୍ଯ୍ୟଟକଙ୍କ ଭିଡ଼ ଲାଗିଥିଲା ।
{"id":205305,"sizeSlug":"large"}କୋଣାର୍କରେ ରାତି ତମାମ ପର୍ଯ୍ୟଟକମାନେ ନୂଆ ବର୍ଷ ସେଲିବ୍ରେଟ୍ କରିବା ସହିତ ଭୋର ୪ଟାଠାରୁ ଚନ୍ଦ୍ରଭାଗାଠାରେ ନୂତନ ବର୍ଷର ପ୍ରଥମ ସୂର୍ଯ୍ୟ କିରଣ ଦର୍ଶନ ପାଇଁ ଅନାଇ ବସିଥିଲେ । ପ୍ରବଳ କୁହୁଡି ଓ ବାଦଲ ଯୋଗୁଁ ସୂର୍ଯ୍ୟଙ୍କୁ ଦର୍ଶନରେ ବିଳମ୍ବ ହୋଇଥିଲା ।
{"id":205307,"sizeSlug":"large"}ନୂତନ ବର୍ଷରେ ସୂର୍ଯ୍ୟ ୬ ଟା ୨୨ ମିନିଟରେ ଉଦୟ ହେବାପରେ ହରିବୋଲ ଓ ହୁଳହୁଳିରେ ପରିବେଶ କମ୍ପିଉଠିବା ସହ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ଚନ୍ଦ୍ରଭାଗା ବେଳାଭୂମିରେ ।
{"id":205306,"sizeSlug":"large"}ସମୁଦ୍ରରେ ଗାଧୋଇବା ସହ ସୂର୍ଯ୍ୟ ଉଦୟ ପରେ ଦୀପ ଦାନ କରି ସୂର୍ଯ୍ୟ ଦେବତାଙ୍କୁ ଦର୍ଶନ କରିଥିଲେ ପର୍ଯ୍ୟଟକ । ୨୦୨୦ ନୂତନ ବର୍ଷ ସୂର୍ଯ୍ୟଙ୍କ ସୁନେଲି କିରଣର ଆଲୋକ ପରି ଦେଶବାସୀ ଓ ସାରା ବିଶ୍ବକୁ ଶାନ୍ତି ଓ ପ୍ରଗତିର ବର୍ଷ ହେଉ ବୋଲି ପର୍ଯ୍ୟଟକ କହିଥିଲେ । ଏପଟେ ନୂତନ ବର୍ଷରେ ସୂର୍ଯ୍ୟ ମନ୍ଦିରରେ ପର୍ଯ୍ୟଟକଙ୍କ ଭିଡ଼ ଜମିଛି ।