ଶ୍ରମିକ ସ୍ପେଶାଲ ଟ୍ରେନ୍ ଖବର ପାଇ ବାନ୍ଦ୍ରା ଷ୍ଟେସନରେ ଲାଗିଗଲା ଭିଡ, ହଜାର ହଜାର ଶ୍ରମଜୀବୀ କରିଦେଲେ ଜାମ୍

Published By : Prameya-News7 Bureau | May 19, 2020 IST

ମୁମ୍ବାଇ ୧୯।୦୫: ସାରାଦେଶରେ କରୋନା  ଭାଇରସ ନେଇ ଲକ୍‌ଡାଉନ୍‌ ଜାରି କରାଯାଇଛି । ମାର୍ଚ୍ଚ ୨୫ରୁ ଆରମ୍ଭ ହୋଇଥିବା ଲକ୍‌ଡାଉନ୍‌ ଆସି ମେ ମାସରେ ପହଞ୍ଚିଲାଣି । ଏହାମଧ୍ୟରେ ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି ରହିଛି । କିଛିଟା ନିୟମକୁ କଡାକଡା ପାଳନ କରିବାକୁ କେନ୍ଦ୍ର  ଓ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । ଯେପରି କି ସାମାଜିକ ଦୂରତା ରକ୍ଷାକରିବା । କାହିଁକି ନା ବର୍ତ୍ତମାନ ଭଳି ସ୍ଥିତିରେ ଯଦି ଆମେ ସାମାଜିକ ଦୂରତା ରକ୍ଷାକରିପାରୁଛେ ତେବେ ଆମେ କରୋନାକୁ କିଛି ମାତ୍ରାରେ ହରାଇପାରିବା । କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ କି ସାମାଜିକ ଦୂରତା ନିୟମକୁ ବେଖାତିର କରିଛନ୍ତି । ଏହିପରି ଆଜି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ମୁମ୍ବାଇର ବାନ୍ଦ୍ରା ଷ୍ଟେସନରେ । ନିଜ ରାଜ୍ୟକୁ ଯିବା ପାଇଁ ଶ୍ରମିକମାନେ ସାମାଜିକ ଦୂରତାର ନିୟମକୁ ଉଲ୍ଲଂଘନ କରିଛନ୍ତି ।

wp:html /wp:html

ସୂଚନାଯୋଗ୍ୟ ଯେ, ଆଜି ମହାରାଷ୍ଟର ବାନ୍ଦ୍ରା ଷ୍ଟେସନରୁ ଶ୍ରମିକ ସ୍ପେଶାଲ ବିହାର  ଅଭିମୁଖେ ଗସ୍ତ କରିବ। ଲକ୍‌ଡାଉନ୍‌ ପାଇଁ ବିଭିନ୍ନ ରାଜ୍ୟରେ ଲୋକ ଭିନ୍ନ ଭିନ୍ନ ରାଜ୍ୟରେ ଫସିରହିଛନ୍ତି । ସେହିପରି ଏହି ଶ୍ରମିକ ସ୍ପେଶାଲ ଟ୍ରେନରେ ଯାତ୍ରା କରିବା ପାଇଁ ୧ ହଜାରରୁ ଅଧିକ ଶ୍ରମିକଙ୍କ ରେଜିଷ୍ଟ୍ରେସନ କରାଯାଇଛି। କିନ୍ତୁ  ରେଜିଷ୍ଟ୍ରେସନ ଯେଉଁମାତ୍ରରେ ହୋଇଥିଲା ତାଠାରୁ କାହିଁ ଅଧିକା ସଂଖ୍ୟାରେ ଶ୍ରମିକମାନେ ବାନ୍ଦ୍ରା ଷ୍ଟେସନରେ ଘରକୁ ଫେରିବା ପାଇଁ ପହଞ୍ଚି ଯାଇଛନ୍ତି । ଯାହାଫଳରେ କି ଷ୍ଟେସନ୍‌ରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଭିଡକୁ ଦେଖିଲେ ଯିଏ କହିବ ଏହା ଲକ୍‌ଡାଉନ୍‌ ବୋଲି କିଛି ନିୟମ ନାହିଁ ।

ତେବେ ଷ୍ଟେସନ୍‌ରେ ଏତେ ସଂଖ୍ୟାର ଶ୍ରମିକଙ୍କ ଭିଡ ଦେଖି ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଏବଂ ସେମାନଙ୍କୁ ବୁଝାସୁଝା କରି ଘରକୁ ଯିବା ପାଇଁ ଅନୁରୋଧ କରିଥିଲା । କିନ୍ତୁ ପ୍ରବାସୀମାନେ ପୋଲିସ କଥା ଶୁଣିବାକୁ ନାରାଜ । ଏତେ ସଂଖ୍ୟାର ଭିଡ ଦେଖି ଶେଷରେ ପୋଲିସକୁ ସାମାନ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହୋଇଥିଲା । ତେବେ ଏହଭଳି ଘଟଣା ପ୍ରଶାସନ ପ୍ରସ୍ତୁତି ଉପରେ ଅନେକ ପ୍ରଶ୍ନ ଉଠାଇଛି । କିଛି ଦିନ ତଳେ ଅପ୍ରେଲ ୧୪ରେ ମୁମ୍ବାଇ ବାନ୍ଦ୍ରା ରେଲୱେ ଷ୍ଟେସନରେ ପ୍ରବାସୀ ଶ୍ରମିକଙ୍କ ଭାରୀ ଭିଡ ଦେଖିବାକୁ ମିଳିଥିଲା । ସମସ୍ତେ ଘରକୁ ଯିବା ପାଇଁ ଷ୍ଟେସନରେ ପହଞ୍ଚି ଯାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.