ନୀଳଗିରି: ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ, ଗାଡି ଡ୍ରାଇଭର ଏବଂ ହେଲପର ଫେରାର
23/02/2021 at 7:43 PM

ନୀଳଗିରି୨୩/୨: ଶାଗୁଆନ ବୋଝେଇ କାଠ ଗାଡି ଜବତ। ନୀଳଗିରି ବନ ବିଭାଗ ଅଧିନ କୋଲାହଟ ବରମପୁର ଅଞ୍ଚଳରୁ ଶାଗୁଆନ କାଠ ବୋଝେଇ ଗାଡି ଜବତ ହୋଇଛି। ଏକ ନମ୍ବର ବୋଝେଇ ଟାଟା ଏସି ଗାଡ଼ିରେ କିଛି ଶାଗୁଆନ କାଠ ବୋଝେଇ ହୋଇ ଯାଉଥିବା ବେଳେ ବିଶେଷ ସୂତ୍ରରୁ ନୀଳଗିରି ବନ ବିଭାଗ ଖବର ପାଇଥିଲା। ନୀଳଗିରି ରେଞ୍ଜର ମନ୍ବର ଖାଁଙ୍କ ନିର୍ଦ୍ଦେଶରେ ମିତ୍ରପୁର ଫରେଷ୍ଟର ସରୋଜ ପ୍ରଧାନ ଏବଂ ଫରେଷ୍ଟର ଗାର୍ଡ ମନୋରଞ୍ଜନ ସିଂଙ୍କ ମିଳିତ ଉଦ୍ୟମରେ କାଠ ବୋଝେଇ ଗାଡି ଜବତ କରିଛନ୍ତି। ମିଳିଥିବା ସୂଚନା ମୁତାବକ, ଘଟଣାସ୍ଥଳରୁ ଡ୍ରାଇଭର ଏବଂ ହେଲଫର କୁଆଡେ ଫେରାର ହୋଇଯାଇଥିଲେ। ଜବତ କାଠର ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି।