Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ଗଙ୍ଗା ନଦୀ କୂଳରୁ ୫୨୦ ବୋତଲ ମଦ ଜବତ: ବାଲିରେ ଲୁଚେଇ ରଖିଥିଲେ ମଦ ମାଫିଆ

10/03/2021 at 3:45 PM

ପାଟନା ୧୦/୦୩ : ହୋଲି ପାଖେଇ ଆସିଲେ ବିହାରରେ ମଦ ମାଫିଆଙ୍କୁ କାବୁ କରିବାକୁ ଲାଗିପଡେ ପୋଲିସ। ପାଟନା ଓ ସୋନପୁରରେ ପୋଲିସ ୨୦ ଲକ୍ଷ ଟଙ୍କାର ମଦ ଜବତ କରିଛି। ଏହି ମଦ ବାଲି ତଳେ ଲୁଚାଇ ରଖାଯାଇଥିଲା। ମଦ ମାଫିଆ ସୋନପୁର ଅଞ୍ଚଳରେ ଗଙ୍ଗାନଦୀ କୂଳରେ ବାଲି ତଳେ ଓ କ୍ଷେତରେ ମଦ ଲୁଚାଇ ରଖିଥିଲେ। କିନ୍ତୁ ପୋଲିସକୁ କୌଣସି ପ୍ରକାରେ ତାର ସୂଚନା ମିଳିଯାଇଥିଲା। ପୋଲିସ ଗଙ୍ଗା କୂଳରେ ପହଞ୍ଚି ବାଲି ଖୋଲିଥିଲା। ବସ୍ତାରେ ବିଦେଶୀ ମଦ ରଖାଯାଇଥିଲା। ପୋଲିସ ୨୫ଟି କାର୍ଟୁନରେ ୫୨୦ ବୋତଲ ମଦ ଜବତ କରିଛି।

ପୋଲିସକୁ ସୂଚନା ମିଳିଥିଲା ଯେ ସୋନପୁର ଅଞ୍ଚଳରେ ଗଙ୍ଗାନଦୀ କୂଳରେ ବାଲିରେ ବହୁ ମାତ୍ରାରେ ବିଦେଶୀ ମଦ ଲୁଚେଇ ରଖାଯାଇଛି। ସୂଚନା ପାଇ ପୋଲିସ ଟିମ ଡଙ୍ଗାରେ ଗଙ୍ଗା ପାର କରିଥିଲା। ସୋନପୁର ପୋଲିସକୁ ଡାକି ଦୁଇଟି ପୋଲିସ ଟିମ ଦୁଇ ଘଣ୍ଟା ଯାଏଁ ସର୍ଚ୍ଚ ଅପରେସନ କରି ମଦ ଜବତ କରିଥିଲା। ପୋଲିସ ଅନୁସାରେ ଜବତ ହୋଇଥିବା ମଦର ମୂଲ୍ୟ ପାଖାପାଖି ୨୦ ଲକ୍ଷ ଟଙ୍କା। ମଦ ମାଫିଆଙ୍କ ସମ୍ପର୍କରେ ପତା କରି ପୋଲିସ ତାଙ୍କୁ ଗିରଫ କରିବାକୁ ଯାଇଥିଲା କିନ୍ତୁ ସେମାନେ ଫେରାର ହୋଇଯାଇଥିବା ପୋଲିସ କହିଛି।

ଡଙ୍ଗା ସାହାଯ୍ୟରେ ମଦ ସପ୍ଲାଏ ହୋଇଥାନ୍ତା। ହୋଲି ପାଇଁ ମଦ ମାଫିଆ ବିଦେଶୀ ମଦ ଜମା କରିବାରେ ଲାଗିଛନ୍ତି। ସେଥିପାଇଁ ଗଙ୍ଗା କୂଳରେ ବାଲିରେ ପୋତି ଲୁଚେଇ ରଖିଥିଲେ। ଡଙ୍ଗାରେ ମଦ ସପ୍ଲାଏ ପରେ ବାଇକ କିମ୍ବା କାରରେ ଛୋଟ ସପ୍ଲାଏରଙ୍କ ପାଖକୁ ପଠାଯାଇଥାନ୍ତା। କିନ୍ତୁ ଠିକ ସମୟରେ ପୋଲିସ ମଦ ଜବତ କରିଦେଲା।

   Related Posts