ନଦୀ କୂଳରୁ ବିପୁଳ ପରିମାଣର ସରକାରୀ ଔଷଧ ଠାବ
5/08/2018 at 7:30 AM

କଳାହାଣ୍ଡି ୫/୮ : ଉତେଇ ନଦୀ କୁଳ ମାଟି ତଳୁ ସରକାରୀ ଔଷଧ ଠାବ । ବିପୁଳ ପରିମାଣର ସରକାରୀ ମାଗଣା ସାଲାଇନ, ଓ.ଆର.ଏସ ପ୍ୟାକେଟ, ଇଞିକସସନ, ଔଷଧ ମାଟି ତଳେ ପୋତିଥିବା ଆଭିଯୋଗ । କଳାହାଣ୍ଡି ଜିଲ୍ଲା କର୍ଲ।ମୁଣ୍ଡା ବ୍ଲକ ରେଗଡା ନୁତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ବିପୁଳ ଔଷଧକୁ ଜେସିବି ମେସିନରେ ମାଟି ଖୋଲି ପୋତା ଯାଇଥିବା ସ୍ଥାନୀୟ ପ୍ରତିନିଧି ଜିଲ୍ଲା ମୁଖ୍ୟ ଚିକିତ୍ସା ଆଧିକାରୀଙ୍କ ନିକଟ ରେ ଫେରାଦ କରିଛନ୍ତି । ମାଟି ତଳୁ ମିଳିଥିବା ଔଷଧର ଭିଡିଓ ଆଧାରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଆଧିକାରୀ ତଦନ୍ତ ନିର୍ଦ୍ଦଶେ ଦେଇଛନ୍ତି । ସରକାର ନିରାମୟ ଯୋଜନାରେ ଗରିବ ରୋଗୀଙ୍କ ପାଇଁ ମାଗଣା ଔଷଧ ଯୋଗାଉଥିବା ବେଳେ ସରକାରୀ ଡାକ୍ତରଖାନାରେ ଲେଖାଯାଉଥିବା ପ୍ରେସକିପସନ ରେ ଦୋକାନରେ ବିକ୍ରି ଔଷଧ କିଣିବାକୁ ପରାମର୍ଶ ଦିଆଯାଉଥିବା ବେଳେ ବଳି ଯାଉଥିବା ଔଷଧକୁ ଫିଙ୍ଗା ଯାଉଥିବା ନେଇ ପ୍ରତିକ୍ରିୟା ପ୍ରକାଶ ପାଉଛି ।
ମାଟି ତଳୁ ମିଳିଥିବା ଔଷଧର ଭିଡିଓ ଆଧାରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଘଟଣାର ତଦନ୍ତ ନିର୍ଦ୍ଦଶେ ଦେଇଛନ୍ତି । ସରକାର ଙ୍କ ନିୟମ ଅନୁଯାୟୀ ବଳକା ଔଷଧକୁ ନଷ୍ଟ କରିବା ପୁର୍ବରୁ ଜିଲ୍ଲା ମୁଖ୍ୟ ଚିକିତ୍ସା । ଅଧିକାରୀଙ୍କ ଅନୁମତି ନେବା ଆବଶ୍ୟକତା ରହିଛି । ହେଲେ ରେଗଡା ନୁତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ନିକଟରେ ଏଭଳି କୌଣସି ଅନୁମତି ନେଇ ନ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କାର୍ଯ୍ୟାଳୟରୁ ଜଣାପଡିଛି ।
ଏଫ,ଭି.ଓ ସରକାର ନିରାମୟ ଯୋଜନା ରେ ଗରିବ ରୋଗୀଙ୍କ ପାଇଁ ମାଗଣା ଔଷଧ ଯୋଗାଉଥିବା ବେଳେ ସରକାରୀ ଡାକ୍ତରଖାନାରେ ଲେଖାଯାଉଥିବା ପ୍ରେସକିପସନ ରେ ଦୋକାନରେ ବିକ୍ରି ଔଷଧ କିଣିବାକୁ ପରାମର୍ଶ ଦିଆଯାଉଥିବା ବେଳେ ବଳି ଯାଉଥିବା ଔଷଧକୁ ଫିଙ୍ଗା ଯାଉଥିବା ନେଇ ଅନେକ ପୁର୍ବରୁ ନଜିର ରହିଛି । ହେଲେ ଏଭଳି ବାରମ୍ବାର ଘଟଣା ସମ୍ନାକୁ ଆସୁଥିଲେ ବି ଦୃଷ୍ଟାନ୍ତ ମୁଳକ କାର୍ଯୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ନିରାମୟ ଯୋଜନା ବାଟବଣା ହେଉଛି ।