ଚିତ୍ରକୋଣ୍ଡାରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ

Published By : Prameya-News7 Bureau | July 30, 2018 IST

ଚିତ୍ରକୋଣ୍ଡାରୁ ଗଞ୍ଜେଇ ଜବତ । ଗୁଣ୍ଠାବେଡା ଛକ ନିକଟରୁ ୧୪୫ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ଗୁଣ୍ଠାବେଡା ଛକ ଦେଇ ଦ୍ରୁତ ଗତିରେ ଏକ ଏର୍ଟିଗା ଗାଡି ଯାଉଥିବା ବେଳେ ଧରିଥିଲା ପୋଲିସ । ସେହି ଗାଡିରୁ ପୋଲିସ ୧୪୫ କେଜି ଗଞ୍ଜେଇ ଜବତ ହୋଇଛି । ଜବତ ଗଞ୍ଜେଇ ସରକାରୀ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ । ତେବେ ଘଟଣାସ୍ଥଳରୁ ୨ଜଣ ଫେରାର ହୋଇଯାଇଛନ୍ତି । ଚୋରା ଗଞ୍ଜେଇ ଚିତ୍ରକୋଣ୍ଡା ବ୍ଲକ ପାପଲୁର ପଞ୍ଚାୟତରୁ ମଧ୍ୟ ପ୍ରଦେଶ ଚାଲାଣ ହେଉଥିଲା । ପୋଲିସ ଚିତ୍ରକୋଣ୍ଡା ଥାନାରେ ମାମଲା ରୁଜୁ କରି ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.