କେଉଁଠୁ ଆସିଲା ଏତେ ଟଙ୍କା? କଳାଧନକୁ ମାଟି ତଳେ ପୋତି ଦିଆଯାଇଥିଲା କି?

Published By : Prameya-News7 Bureau | February 21, 2020 IST

ସମ୍ବଲପୁର୨୧/୨: ସମ୍ବଲପୁର ତୁମ୍ବେସିଙ୍ଗା ପୋଲ ତଳେ ପଡ଼ିଥିବା ପୁଳା ପୁଳା ଚିରାଫଟା ଟଙ୍କାର ପରିମାଣ ପ୍ରାୟ ୩କୋଟି ଟଙ୍କା ହେବ ବୋଲି ସୂଚନା ମିଳିଛି । କିଛି ଲୋକ ନିଜ ନାଁ ଗୋପନ ରଖିବାକୁ ଅନୁରୋଧ କରି ନ୍ୟୁଜ୍‌ 7କୁ ଦେଇଛନ୍ତି ଏହି ତଥ୍ୟ ।

ତେବେ ନଷ୍ଟ ହୋଇଯାଇଥିବା ଏତେ ଟଙ୍କା କେଉଁଠୁ ଆସିଲା ଏବଂ ଏ ଟଙ୍କା କାହାର ତାକୁ ନେଇ ପୋଲିସ ପାଖରୁ କୌଣସି ପ୍ରତିକ୍ରିୟା ମିଳୁନାହିଁ । କୌଣସି ବ୍ୟକ୍ତି ନିଜ କଳାଧନକୁ ମାଟି ତଳେ ପୋତି ଲୁଚାଇ ରଖିଥିବା ମଧ୍ୟ ଚର୍ଚ୍ଚା ହେଉଛି। ଟଙ୍କା ପୋତା ହୋଇଥିବା ସ୍ଥାନରେ ଜେସିବି ଦ୍ବାରା କାମ ହେଉଥିବା ବେଳ ଏହି ଟଙ୍କା ସବୁ ମାଟି ଉପରକୁ ଆସି ଯାଇଥିଲା ।

ତେବେ ରାତିରେ କାମ ହେଉଥିବା ଯୋଗୁଁ କାମ କରୁଥିବା ଶ୍ରମିକମାନେ ସକାଳୁ ଏହାକୁ ଦେଖିଥିବା ମଧ୍ୟ କୁହାଯାଉଛି । ପୋଲିସ କିନ୍ତୁ ଘଟଣାସ୍ଥଳରୁ ନଷ୍ଟ ହୋଇଯାଇଥିବା ଟଙ୍କା ସବୁକୁ ଉଦ୍ଧାର କରିଥିଲେ ମଧ୍ୟ ୩ଦିନ ହେଲାଣି ଏ ବାବଦରେ ମୁହଁ ଖୋଲୁନଥିବାରୁ ଲୋକଙ୍କ ମନରେ ନାନା ସଂଦେହ ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.