ପାରିବାରିକ କଳିରୁ ସ୍ତ୍ରୀକୁ ବାଡେଇ ବାଡେଇ ହତ୍ୟା କଲା ସ୍ବାମୀ
13/11/2019 at 10:58 PM

ଉଦଳା ୧୩।୧୧ – ପାରିବାରିକ କଳିରୁ ସ୍ତ୍ରୀକୁ ବାଡେଇ ବାଡେଇ ହତ୍ୟା କଲା ସ୍ବାମୀ । ଉଦଳା ଥାନା ନାବରା ବିସ୍ଥାପିତ କଲୋନୀରେ ଅଭାବନୀୟ ଘଟଣା । ଗତକାଲି ରାତିରେ ରାସାଏ ହୋ ଓ ତାଙ୍କ ସ୍ତ୍ରୀ ବାସନ୍ତୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ରାସାଏ ବାସନ୍ତୀଙ୍କୁ ପିଟିପିଟି ହତ୍ୟା କରିବା ଜଣାପଡିଛି ।
ସେପଟେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ସ୍ବାମୀ ରାସାଏ । ଆଜି ସକାଳୁ ପରିବାର ଲୋକେ ଘର ଭିତରେ ବାସନ୍ତୀଙ୍କ ମୃତଦେହ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି ।ପାରିବାରିକ କଳିରୁ ଉଦଳାରେ ଅଭାବନୀୟ କାଣ୍ଡ
Related Posts
IPL ବେଟିଂ କରୁଥିବା ବୁକି ଗିରଫ : ୭୨ଲକ୍ଷ ଟଙ୍କାର ଆକାଉଣ୍ଟ ସିଜ୍
26 February 2021
ତନ୍ତ ସମବାୟ ସମିତିର ସମ୍ପାଦକଙ୍କ ବହିଷ୍କାରକୁ ବୁଣାକାରଙ୍କ ବିରୋଧ
26 February 2021
ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀଙ୍କ ସୂଚନା: ‘ପ୍ରମେୟ’ No.1 ଖବର କାଗଜ
26 February 2021