ପରକ୍ରୀୟା ପ୍ରୀତିରୁ ହତ୍ୟାକାଣ୍ଡ: ଚାଲିଗଲା ଭାଉଜ ଜୀବନ, ଦିଅର ଗୁରୁତର, ସ୍ଵାମୀ ଗିରଫ

Published By : Prameya-News7 Bureau | September 10, 2020 IST

କେନ୍ଦୁଝର ୧୦।୦୯:  ଦିଅର ଭାଉଜଙ୍କ ଅନୈତିକ ସଂପର୍କକୁ ନେଇ ହତ୍ୟାକାଣ୍ଡ । କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଟଣ୍ଟୋ ଆଜାଦ୍ ବସ୍ତିରେ ହତ୍ୟାକାଣ୍ଡ ଘଟିଛି । ଘଟଣାରେ ଭାଉଜଙ୍କ ମୃତ୍ୟୁ ଘଟିଥିବା ବଳେ ସଂପର୍କୀୟ ଦିଅର ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅଭସ୍ଥାରେ ତାଙ୍କୁ ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ସ୍ଵାମୀ ଜେନା ମୁଣ୍ଡାକୁ ଗିରଫ କରି ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଅଧତ୍କ ତଦନ୍ତ ଚଳାଇଛି ବଡ଼ବିଲ ପୋଲିସ୍ ।

ସୂଚନା ଅନୁଯାୟୀ, ଜେନା ମୁଣ୍ଡା ଘରକୁ ଫେରିବା ପରେ ଘର ଭିତରେ ସ୍ତ୍ରୀ ପୁଣୁଗୀ ମୁଣ୍ଡା ଓ କକାପୁଅ ଭାଇ କୁନା ମୁଣ୍ଡାକୁ ଅସଞ୍ଜତ ଅବସ୍ଥାରେ ଦେଖି ଉତକ୍ଷିପ୍ତ ହୋଇ ଉଠିଥିଲେ । ସେ ଉଭୟଙ୍କୁ ବାଡ଼ି ଓ ରଡ ସାହାଯ୍ୟରେ ନିସ୍ତୁକ ମାଡ଼ ମାରିଥିଲେ । ଆକ୍ରମଣରେ ଉଭୟ ଦିଅର ଭାଉଜ ଗୁରୁତର ଆହତ ହୋଇଥିଲେ। ଯେଉଁଥିରେ ଭାଉଜ ପୁଣୁଗୀଙ୍କ ମୃତ୍ୟୁ ଘଟିଥିଲା । ତେବେ ଭାଉଜଙ୍କ ସହ ଅସଂଯତ ଅବସ୍ଥାରେ ଥିବା ସ୍ଵୀକାର କରିଛନ୍ତି ଦିଅର କୁନା ମୁଣ୍ଡା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.