ମୋଦୀ ଓ ତାଙ୍କ ମନ୍ତ୍ରୀଙ୍କୁ କେବେ ଲାଗିବ ଭ୍ୟାକ୍ସିନ, ରାଜନାଥ ସିଂହ ରଖିଲେ ଉତ୍ତର
16/01/2021 at 10:02 PM

ନୂଆଦିଲ୍ଲୀ ୧୬।୦୧: ପ୍ରତୀକ୍ଷାର ଅନ୍ତ ଘଟାଇ ସମଗ୍ର ଦେଶରେ ଶନିବାରଠୁ ମହାମାରୀ କରୋନା ବିରୋଧରେ ନିର୍ଣ୍ଣାୟଜ ଲଢେଇ ପାଇଁ ଆରମ୍ଭ ହୋଇ ଯାଇଛି ଟିକାକରଣ। ଗୋଟିଏ ପଟେ ଦୁନିଆର ଅନ୍ୟ ଦେଶଗୁଡିକରେ ଯେଉଁଠି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଅନ୍ୟ ରାଜନୈତିକ ହସ୍ତୀଙ୍କୁ କରୋନା ଭ୍ୟାକସିନର ଟିକା ପ୍ରଥମେ ଦିଆଯାଉଛି, ସେଠି ଭାରତରେ ପ୍ରଥମେ ସ୍ଵାସ୍ଥ୍ୟକର୍ମୀ ଓ ଆଗଧାଡିର ଯୋଦ୍ଧାଙ୍କୁ ଟିକା ଦିଆଯାଉଛି।
ଏକ ନ୍ୟୁଜ୍ ଚ୍ୟାନେଲ୍ ସହ ଆଲୋଚନା ବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅନ୍ୟ ମନ୍ତ୍ରୀ କରୋନା ଭ୍ୟାକସିନ କେବେ ନେବେ ଏହା ଉପରେ ଉତ୍ତର ରଖିଛନ୍ତି। ରାଜନାଥ ସିଂହ ଦେଶର ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ, ଏତେ ଶୀଘ୍ର ଲୋକଙ୍କ ପାଇଁ ଭ୍ୟାକସିନ ପ୍ରସ୍ତୁତ କରି ଦେଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିୟମିତ ଭ୍ୟାକସିନ ନେଇ ବୈଜ୍ଞାନିକଙ୍କୁ ଉତ୍ସାହିତ କରିଛନ୍ତି। ଆମକୁ କେବେ ଭ୍ୟାକସିନ୍ ଲାଗିବ ପ୍ରଶ୍ନ ଉପରେ ରାଜନାଥ କହିଛନ୍ତି, ଯେବେ କୋଭିଡ୍-୧୯ରେ ଆମର ଲଢୁଆ ଯୋଦ୍ଧାଙ୍କ ଟିକାକରଣ ପ୍ରକ୍ରିୟା ପୂରା ହେବ ଏହା ପରେ ୫୦ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଭ୍ୟାକସିନ୍ ଦିଆଯିବ। ଏହି ସମୟରେ ହିଁ ରାଜନୈତିକ କ୍ଷେତ୍ରରେ କାମ କରୁଥିବା ଲୋକଙ୍କୁ ଭ୍ୟାକସିନ୍ ଦିଆଯିବ ବୋଲି ରାଜନାଥ କହିଛନ୍ତି।