ଫାଇଜର ଏବଂ ମୋଡେର୍ଣ୍ଣା ଭ୍ୟାକସିନ୍‌ ଦ୍ବାରା ପୁରୁଷଙ୍କ ପ୍ରଜନନ କ୍ଷମତା ପ୍ରଭାବିତ ହୋଇନଥାଏ : ଅଧ୍ୟୟନରୁ ହେଲା ଖୁଲାସା

Published By : Prameya-News7 Bureau | June 19, 2021 IST

ନ୍ୟୁୟର୍କ ୧୯/ ୦୬ : କୋଭିଡ-୧୯କୁ ପ୍ରତିହତ କରିବା ପାଇଁ ବିଶ୍ବରେ ଅନେକ ଭ୍ୟାକସିନ ଦିଆଯାଉଛି । କିନ୍ତୁ ଏକ ରିପୋର୍ଟରୁ ଜଣାପଡିଥିଲା ଯେ, ଆମେରିକାରେ ଲୋକମାନଙ୍କୁ ଦିଆଯାଉଥିବା ଫାଇଜର ଏବଂ ମୋଡେର୍ଣ୍ଣା ଭ୍ୟାକସିନ୍‌ ପ୍ରଜନନ କ୍ଷମତାକୁ ପ୍ରଭାବିତ କରିଥାଏ । କିନ୍ତୁ ଏକ ଷ୍ଟଡିରେ ଏହା କୁହାଯାଇଛି ଯେ, ଫାଇଜର ଏବଂ ମୋଡେର୍ଣ୍ଣା ଭ୍ୟାକସିନ୍‌ ପୁରୁଷମାନଙ୍କ ପ୍ରଜନନ କ୍ଷମତାକୁ ପ୍ରଭାବିତ କରନ୍ତି ନାହିଁ ।

ଷ୍ଟଡିରେ ଏହା ମଧ୍ୟ କୁହାଯାଇଛି ଯେ, ଭ୍ୟାକସିନ ନେଇଥିବା ବ୍ୟକ୍ତିମାନଙ୍କ ଶରୀରରେ ସ୍ପର୍ମ ଲେବଲ ସ୍ବାସ୍ଥ୍ୟକର ହୋଇଥାଏ । ଏହି ଅଧ୍ୟୟନରେ ୧୮ ରୁ ୫୦ ବର୍ଷ ପ୍ରାୟ ୪୫ ଜଣଙ୍କୁ ସାମିଲ କରାଯାଇଥିଲା । ଏଥିରେ ସାମିଲ ହୋଇଥିବା ବ୍ୟକ୍ତିମାନଙ୍କର ସମସ୍ତ ଯାଞ୍ଚ ମଧ୍ୟ କରାଯାଇଥିଲା ଏହାପରେ ଯାଇ ସେମାନଙ୍କୁ ଏଥିରେ ସାମିଲ କରାଯାଇଥିଲା ।

୯୦ ଦିନ ପୂର୍ବରୁ କରୋନା ସଂକ୍ରମିତ ହୋଇଥିବା ବ୍ୟକ୍ତିମାନଙ୍କୁ ଏହି ପରୀକ୍ଷଣରେ ସାମିଲ କରାଯାଇନଥିଲା । ଏଥିରେ ପୁରୁଷମାନଙ୍କୁ ସେମାନଙ୍କର ପ୍ରଥମ ଡୋଜ ଦିଆଯିବା ପୂର୍ବରୁ ବୀର୍ଜ ନମୁନା ନିଆଯାଇଥିଲା ଏବଂ ଦ୍ୱିତୀୟ ଡୋଜର ପ୍ରାୟ ୭୦ ଦିନ ପରେ ପୁନଶ୍ଚ ନମୁନା ନିଆଯାଇଥିଲା । ଅଧ୍ୟୟନରୁ ଜଣାପଡିଛି ଯେ ଲୋକମାନେ ଦୁଇ ଡୋଜ ଭ୍ୟାକସିନ ନେବା ପରେ ମଧ୍ୟ ସେମାନଙ୍କର ଶୁକ୍ରାଣୁସ୍ତରରେ କୌଣସି ପ୍ରଭାବ ପଡିନଥିଲା ।

ଆମେରିକାର ମିୟାମୀ ବିଶ୍ୱବିଦ୍ୟାଳୟର ଜଣେ ଅଧ୍ୟୟନକର୍ତ୍ତା କହିଛନ୍ତି ଯେ, ଭ୍ୟାକସିନ ନେବାକୁ ନେଇ ଲୋକଙ୍କ ଦ୍ୱିଧା ଫଳରେ ଏହାର ପ୍ରଭାବ ପ୍ରଜନନ ଉପରେ ପଢିଥାଏ ବୋଲି ଧାରଣା ରହିଛି । କିନ୍ତୁ ଅଧ୍ୟୟନରୁ ବିଶେଷଜ୍ଞମାନେ ଜାଣିବାକୁ ପାଇଛନ୍ତି ଯେ, ଏହି ୨ ଭ୍ୟାକସିନ ପ୍ରଜନନ ଉପରେ କୌଣସି ନକାରାତ୍ମକ ପ୍ରଭାବ ପକାନ୍ତି ନାହିଁ ଅର୍ଥାତ୍ ଏହା ଶୁକ୍ରାଣୁ ସ୍ତରକୁ ହ୍ରାସ କରିପାରନ୍ତି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.