Thursday, May 23, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୨୪ ଏପ୍ରିଲ ବୁଧବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ପୈତୃକ ସମ୍ପତ୍ତିର ଭାଗ ବଣ୍ଟନ ହୋଇପାରେ । ଉଚ୍ଚ ସମ୍ମାନ ଲାଭ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସକଳ ଗୁଣର ଆଧାର ହୋଇପାରନ୍ତି ।

ବୃଷ – ପରିବାରରେ ବିଶୃଙ୍ଖଳା ଉପୁଜି ପାରେ । ମନ ଆକୁଳିତ ହେବେ । ତ୍ୟାଗପୂତ ମନୋଭାବ ଗ୍ରହଣ କରିପାରନ୍ତି । ନୀତିନିଷ୍ଠ ହେବେ । ଧନାଗମର ସୂଚନା ମିଳୁଛି ।

ମିଥୁନ – ରୋଜଗାର ଆଶାନୁରୂପ ହୋଇପାରେ । ସରକାରୀ ବା ବନ୍ଧୁ ସହାୟତାରେ ଲାଭବାନ୍ ହେବେ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି ।

କର୍କଟ – ପରୀକ୍ଷାରେ କୃତକାର୍ଯ୍ୟ ହେବେ । ପ୍ରତାରିତ ହୋଇପାରନ୍ତି । କାର୍ଯ୍ୟ ହାସଲ କରିବାକୁ ସକ୍ଷମ ହେବେ, ମାତ୍ର ବିଳମ୍ବିତ ହୋଇପାରେ । ଅଧିକ ବ୍ୟୟର ସମ୍ମୁଖୀନ ହେବେ ।

ସିଂହ – ବହୁ ଶୁଭଫଳ ଆଶା କରାଯାଏ । ଆୟ ବୃଦ୍ଧିର ସୂଚନା ମିଳୁଛି । କର୍ମ ଚଞ୍ଚଳ ରହିବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । ଆଶା ଫଳବତୀ ହେବ ।

କନ୍ୟା – ସହକର୍ମୀମାନଙ୍କୁ ସାହାଯ୍ୟର ହାତ ବଢାଇ ପାରନ୍ତି । ଆୟ ବୃଦ୍ଧିର ସୂଚନା ମିଳୁଛି । ବିଭାଗୀୟ ଅର୍ଥ ପ୍ରାପ୍ତିର ସୁଯୋଗ ମିଳିପାରେ । ସତ୍ ସଙ୍ଗୀ ହୋଇପାରନ୍ତି ।

ତୁଳା – ରୋଜଗାର ଉଣା ହେବ ନାହିଁ । ଜନୈକା ମହିଳାଙ୍କ ସହାୟତା ମିଳିପାରେ । ସତ୍ ସଙ୍ଗୀ ହୋଇପାରନ୍ତି । ଅର୍ଥ ଲାଭ ସହିତ ପ୍ରୀତି ଲାଭ ହେବ ।

ବିଛା – କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରିପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ପ୍ରତ୍ୟେକ କ୍ଷେତ୍ରରେ ନିଜ ସମ୍ମାନକୁ ଜଗି ଚଳିବାକୁ ପଡିବ ।

ଧନୁ – ବ୍ୟବସାୟରେ ଢେର ଉନ୍ନତି ଘଟିବ । ସୁଖ-ସମ୍ଭୋଗରେ ସମୟ ଅତିବାହିତ କରିପାରନ୍ତି । କର୍ମତତ୍ପରତା ପ୍ରକାଶ ପାଇବ । ପ୍ରତିଷ୍ଠା ବୃଦ୍ଧି ହେବ ।

ମକର – ଭ୍ରାତୃ ବିବାଦର ସମ୍ମୁଖୀନ ହୋଇପାରନ୍ତି । ମନରେ ଈର୍ଷାଭାବ ଜାଗ୍ରତ ହୋଇପାରେ । ଶାନ୍ତି,ସନ୍ତୋଷ ଲାଭ କରିପାରନ୍ତି । ସର୍ବ ସୁଖ ଆଶା କରାଯାଏ ।

କୁମ୍ଭ  – ପିତୃ ସେବାରେ ଆଗ୍ରହୀ ହେବେ । ପଢା-ଲେଖା ଉପରେ ଧ୍ୟାନ ଦେବେ । ବନ୍ଧୁଙ୍କ ସାନ୍ନିଧ୍ୟ ପାଇ ଖୁସି ହେବେ । ଶ୍ରୀ ଲାଭର ସୂଚନା ମିଳୁଛି । ଶୁଭଖବର ପାଇ ଆନନ୍ଦିତ ହୋଇପାରନ୍ତି ।

ମୀନ – ଶୁଭ ଖବର ପାଇ ଆନନ୍ଦ ଅନୁଭବ କରିପାରନ୍ତି । ମାନ-ଅଭିମାନ ସବୁ କିଛି ବରଦାସ୍ତ କରିବେ । ଯାବବାହନ ସୁଖ ମିଳିପାରେ । କୃଷି କ୍ଷେତ୍ରରୁ ଆୟ ଆସିବ ।

275 Views

   ସମ୍ବନ୍ଧିତ ଖବର