୩ ମାର୍ଚ୍ଚ ରବିବାର, ଆଜିର ଦିନ କେଉଁ ରାଶି ପାଇଁ କେମିତି ରହିବ ଜାଣନ୍ତୁ

Published By : Prameya-News7 Bureau | March 03, 2019 IST

ମେଷ– କାର୍ଯ୍ୟରେ ଢେର ଉନ୍ନତି ଘଟିବ । ଗୃହରେ ପାରିବାରିକ ଶାନ୍ତି ଅବ୍ୟାହତ ରହିବ । କାର୍ଯ୍ୟ କ୍ଷେତ୍ରରେ ସିଦ୍ଧି ପ୍ରାପ୍ତ ହେବେ । ବ୍ୟବସାୟରେ ପ୍ରଚୁର ଲାଭ ହେବ ।

ବୃଷ – ପାରିବାରିକ ଦୁଃଖ ମିଳିପାରେ । ଆନାଦର ହୋଇପାରନ୍ତି । ଧର୍ମ କାର୍ଯ୍ୟ ସମ୍ପାଦନ କରିପାରନ୍ତି । ଅପରାହ୍ନରୁ ପାରିବାରିକ ଶାନ୍ତିର ଅଭ୍ୟୁଦୟ ହେବ । ସାଧନାରେ ସିଦ୍ଧି ପ୍ରାପ୍ତ ହେବେ ।

 ମିଥୁନ - ବୈଦିକ ଶାନ୍ତି ସାହାର୍ଯ୍ୟ ମିଳିବ । ସ୍ୱାଧୀନ ଭାବେ କିଛି କାର୍ଯ୍ୟ କରିବା କଷ୍ଟ ପ୍ରଦ ହୋଇପାରେ । ବିବାଦୀୟ ପରିସ୍ଥିତି ଉପୁଜି ପାରେ । ସତ୍ ପଥଗାମୀ ହେବେ ।

କର୍କଟ- ଅଜଣା ବ୍ୟକ୍ତିଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି । ବ୍ୟାକୁଳିତ ହୋଇପାରନ୍ତି । ଉଚ୍ଚ ଆଶା ଫଳବତୀ ହେବ । ବିଭିନ୍ନ ସ୍ତରରୁ ପ୍ରଶଂସାର ପାତ୍ର ହେବେ ।

ସିଂହ – ଜୁଲୁମ୍ରେ ପଡିପାରନ୍ତି । ମନୋବଳ ଦୃଢ ରଖି କାର୍ଯ୍ୟ ସଂପାଦନ କରିବେ । ପାରିବାରିକ ସୁକ ମିଳିବ । ଆର୍ଥିକ ଅବିବୃଦ୍ଧି ଘଟିବାର ସୂଚନା ମିଳୁଛି । ବ୍ୟବସାୟ ଲାଭଜନକ ହେବ ।

 କନ୍ୟା – ପାରିବାରିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ । ବିଳାସ-ବ୍ୟସନ କରିପାରନ୍ତି । ପ୍ରଭୂତ ବିଦ୍ୟା ପ୍ରାପ୍ତିର ସୂଚନା ମିଳୁଛି । ଯଶ ଅର୍ଜନ କରିପାରନ୍ତି ।

ତୁଳା – ଷଡଯନ୍ତ୍ର ଶିକାର ବାତାବରଣ ସୃଷ୍ଟି ହୋଇପାରେ । ବିଳାସ-ବ୍ୟସନ କରିପାରନ୍ତି । ପ୍ରଭୂତ ବିଦ୍ୟା ପ୍ରାପ୍ତିର ସୂଚନା ମିଳୁଛି । ଯଶ ଅର୍ଜନ କରିପାରନ୍ତି ।

ବିଛା – ଆଳସ୍ୟ ଅନୁଭବ କରିପାରନ୍ତି । ଆର୍ଥିକ ସ୍ତରରେ ଢେର ଉନ୍ନତି ଘଟିବ । ପାରିବାରିକ ସୁଖଶାନ୍ତି ଅବ୍ୟାହତ ରହିବ । ବ୍ୟବସାୟ ଲାଭଜନକ ହେବ । ଦୁଶ୍ଚିନ୍ତା ଦୂର ହେବ ।

ଧନୁ – ସତ୍କର୍ମ କରି ପ୍ରଶଂସିତ ହେବେ । ମୂଲ୍ୟବାନ ଦ୍ରବ୍ୟ ଲାଭର ସୂଚନା ମିଳୁଛି । ପାରିବାରିକ ସୁଖ ମିଳିବ । ମନ ପ୍ରସନ୍ନ ରହିବ । କାର୍ଯ୍ୟ କ୍ଷେତ୍ରରେ ଚଳାଇଥିବା ସାଧନାରେ ସିଦ୍ଧି ଲାଭ କରିବେ ।

ମକର – ହଠାତ୍ କିଛି ଅର୍ଥ ଲାଭ ହେବାର ସମ୍ଭାବନା ଅଛି । ଆପଣଙ୍କ ପରିଶ୍ରମର ମୂଲ୍ୟାଙ୍କନ ହେବ । ପାରିବାରିକ ସୁଖ ମିଳିପାରେ । ସମ୍ମାନିତ ହେବେ ।

କୁମ୍ଭ - ବନ୍ଧୁ ସହ ଯୋଗ ମିଳିବାର ସୂଚିତ ହେଉଛି । ସଦ୍ଭାବନାପୂର୍ଣ୍ଣ ଆଲୋଚନାରେ ଫଳପ୍ରଦ ହେବ । ବହୁଶାସ୍ତ୍ର ଅଧ୍ୟୟନ କରି ତାର ନିଷ୍କର୍ଷ ପ୍ରତିପାଦନ କରିପାରନ୍ତି ।

ମୀନ - ଲାଗି ରହିଥିବା ବିବାଦର ସମାଧାନ ହେବ । ପାରିବାରିକ ସୁଖ ଶାନ୍ତି ଅବ୍ୟାହତ ରହିବ । ଅଷ୍ଟମଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡିବ । ଶତ୍ରୁ ନାଶ କରି ଆଶ୍ୱସ୍ତ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.