Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

୨୬ବର୍ଷୀୟା ଇଣ୍ଟର୍ଣ୍ଣ ୫୬ବର୍ଷୀୟ ବ୍ୟାଙ୍କ ମ୍ୟାନେଜରଙ୍କ ସହ ରଖିଥିଲେ ସମ୍ପର୍କ : ହେଲା ଏହି ପରିଣାମ

24/02/2020 at 11:02 AM

ଜଣେ ପ୍ରମୁଖ ବ୍ୟାଙ୍କର ଟ୍ରେନି ତାଙ୍କ ବସ୍ ସହ ବ୍ରେକ୍ ଅପ୍ ହୋଇଯିବା ପରେ ତାଙ୍କୁ ବରବାଦ କରିବାର ଧମକ ଦେଇଥିଲେ ଏବଂ ୮୯ଥର ମ୍ୟାସେଜ ପଠାଇଥିଲେ। ୨୬ବର୍ଷ ବୟସ୍କ ଏମିଲି ସାଲ୍ଟ ଏସଏଚବିସି ବ୍ୟାଙ୍କରେ ୬ମାସରୁ ଇଣ୍ଟର୍ଣ୍ଣ ଭାବେ କାମ କରୁଥିଲେ। ଏହି ସମୟରେ ୫୬ବର୍ଷ ବୟସର ମ୍ୟାନେଜରଙ୍କ ସହ ତାଙ୍କ ଆଫେୟାର ଆରମ୍ଭ ହୋଇଥିଲା।

ଇଂଲଣ୍ଡର ଗ୍ରେଟର ମ୍ୟାଞ୍ଚେଷ୍ଟରରେ ରହୁଥିବା ଏମିଲି ବ୍ରେକଅପ୍ ପରେ ମାସେ ମଧ୍ୟରେ ମ୍ୟାନେଜରଙ୍କୁ ୮୯ଟି ମ୍ୟାସେଜ ପଠାଇଛନ୍ତି। ଏମିଲି ମ୍ୟାନେଜର ଏବଂ ତାଙ୍କ ଝିଅର କ୍ୟାରିୟରକୁ ବରବାଦ କରିବାର ଧମକ ଦେଇଛନ୍ତି।

ଇଣ୍ଟରନ୍ୟାସନାଲ୍ ବିଜନେସ୍,ଫାଇନେନ୍ସ ଏବଂ ଇକୋନୋମିକ୍ସରେ ଗ୍ରାଜୁଏଟ୍ ଏମିଲି ବ୍ରେକଅପ୍ ପରେ ମ୍ୟାନେଜରଙ୍କ ଝିଅଙ୍କୁ ମଧ୍ୟ ଅଶ୍ଳୀଳ ମ୍ୟାସେଜ ଏବଂ ଗାଳିଗୁଲଜ କରିଛନ୍ତି।ଲଣ୍ଡନର ଏକ କୋର୍ଟରେ ଏମିଲିଙ୍କ ବିରୁଦ୍ଧରେ ମୋକଦ୍ଦମା ଚାଲିଛି। ସେଠାରେ ସେ ମ୍ୟାନେଜରଙ୍କୁ ଅସଦାଚରଣ କରିଥିବା ସ୍ବୀକାର କରିଛନ୍ତି।

କୋର୍ଟ ଏମିଲିଙ୍କୁ ୧୮ମାସର ରିଷ୍ଟେନିଙ୍ଗ୍ ଅର୍ଡ଼ର,୧୦୦ଘଣ୍ଟାର କମ୍ୟୁନିଟି ସର୍ଭିସ୍ ଏବଂ ୭୮୦୦ଟଙ୍କାର ଜୋରିମାନା ଲଗାଇଛି। ପ୍ରୋସିକ୍ୟୁଟର କହିଛି ଯେ ବ୍ରେକଅପ୍ ପରେ ଏମିଲିଙ୍କ ପୂର୍ବତନ ପାର୍ଟନର ତାଙ୍କୁ ଏବଂ ତାଙ୍କ ପରିବାର ସହ ସମ୍ପର୍କ ନକରିବାକୁ ସ୍ପଷ୍ଟଭାବେ କହିଥିଲେ।

ଏମିଲି ପୁରୁଷଙ୍କ ନାଁରେ ମଧ୍ୟ ଆକାଉଣ୍ଟ କରିଥିଲେ ଏବଂ ଏଥିରେ ପୂର୍ବତନ ପାର୍ଟନରଙ୍କ କ୍ଲୋଜ ଫ୍ରେଣ୍ଡଙ୍କୁ ରିକ୍ବେଷ୍ଟ ପଠାଇଥିଲେ।

   Related Posts