ମହାମାରୀ ପୀଡ଼ିତ ମୁମ୍ବାଇ ଡାବାବାଲାଙ୍କ ସହାୟତା ଲାଗି ଆଗେଇ ଆସିଲେ HSBC, ଦେବେ୧୫ କୋଟି ଟଙ୍କା

Published By : Prameya-News7 Bureau | June 17, 2021 IST

ମୁମ୍ବାଇ ୧୭।୬ : ବିଦେଶୀ ଋଣ ଦାତା ଏଚଏସବିସି ଆର୍ଥିକ ରାଜଧାନୀ ମୁମ୍ବାଇର ଡବାବାଲାଙ୍କ ଲାଗି ଗୁରୁବାର ୧୫ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଦେଶରେ ୨୦୨୦ ପ୍ରଥମ କରୋନା ଲକଡାଉନ କାଳରୁ ମୁମ୍ବାଇରେ ଡବାବାଲା ବିନା କାମରେ ହାତବାନ୍ଧି ବସିଛନ୍ତି। ଏଥିରେଏଚଏସବିସିଙ୍କ ଘୋଷଣା ସେମାନଙ୍କୁ ଆଶ୍ୱସ୍ତ କରିବ ବୋଲି ଆଶା କରାଯାଉଛି।

ଡବାବାଲାଙ୍କୁ ଏହି ସହାୟତା ସେମାନଙ୍କ ଖାଦ୍ୟ ସୁରକ୍ଷା, ଜୀବନବୀମା, ପରିବାର ଲାଗି ଶିକ୍ଷା ସହାୟତା ଓ ନୂଆ ସାଇକେଲ ଆକାରରେ ଜୀବନ ଜୀବିକା ଲାଗି ଯୋଗାଇ ଦିଆଯିବ ବୋଲି ଏଚଏସବିସି ପକ୍ଷରୁ ଏକ ଅଧିକାରୀକ ବୟାନରେ କୁହାଯାଇଛି। ମୁମ୍ବାଇରେ ଲୋକଙ୍କ ଟିଫିନ ବାହକ ଭାବେ ଡବାବାଲାଙ୍କ ବିସ୍ତୃତ ନେଟୱାର୍କ ରହିଛି। ଏମାନେ ଚାକିରୀ ଅଥବା ବୃତ୍ତି କରୁଥିବା ଲୋକଙ୍କ ଘରୁ ସାଇକେଲରେ ସେମାନଙ୍କ ଟିଫିନ ସଂଗ୍ରହ କରନ୍ତି, ଯାହାକୁ ସମ୍ପୃକ୍ତ କର୍ମଚାରୀର କାର୍ଯ୍ୟସ୍ଥଳ ପର୍ଯ୍ୟନ୍ତ ନିର୍ଦ୍ଧିଷ୍ଟ ସମୟରେ ପହଞ୍ଚାଇଥାନ୍ତି।

{"id":467526,"width":837,"height":559,"sizeSlug":"large","linkDestination":"none"}

ଏଥିରେ କର୍ମଚାରୀ ମୁମ୍ବାଇର ଯେଉଁ କୋଣରେ ବି ରହୁଥାନ୍ତୁ ନା କାହିଁକି ଘରଠୁ ଯେତେ ଦୂରରେ ବି କାମ କରୁଥିଲେବି ତାଙ୍କ ନିକଟକୁ ନିର୍ଦ୍ଧିଷ୍ଟ ସମୟରେ ଘର ରନ୍ଧା ଖାଦ୍ୟ ଡବାବାଲା ହିଁ ପହଞ୍ଚାନ୍ତି। ଡବା କର୍ମଚାରୀଙ୍କ ରୋଷେଇ ଶାଳରୁ ଡାବାବାଲା ହାତରେ ଲୋକାଲ ଟ୍ରେନରେ ଉଠି ଅଫିସ ପର୍ଯ୍ୟନ୍ତ ପହଞ୍ଚିବାରେ ଅନେକ ଡବାବାଲା ସହଯୋଗ କରିଥାନ୍ତି। ଏ ବାବଦରେ ସେମାନଙ୍କୁ ସାମାନ୍ୟ କିଛି ପାରିଶ୍ରମିକ ମିଳିଥାଏ। ତେବେ ମିଳିତ ଆୟ ଭାଗବଣ୍ଟାରୁ ବେଶ ଆୟ କରୁଥିଲେ। ହେଲେ କରୋନା ଲକଡାଉନ ଓ ପରବର୍ତ୍ତି ଅନଲକ ପର୍ଯ୍ୟାୟ ଓ ପୁଣି ଲକଡାଉନ ସେମାନଙ୍କ ପାରିବାରିକ ଆର୍ଥିକ ପରିସ୍ଥିତି ବିଗାଡି ଦେଇଛି।

ଏଥିରେ ଜୀବିକା ହରାଇଥିବା ଡବାବାଲାଙ୍କ ସହାୟତା ଲାଗି ଏଚଏସବିସି ଆଗେଇ ଆସିଥିବା ବେଳେ ସ୍ଥାନୀୟ ଏନଜିଓ ୟୁନାଇଟେଡ ୱେ ମୁମ୍ବାଇଙ୍କ ସହାୟତା ନେଇଥିବା ମୁଖ୍ୟ କାର୍ଯ୍ୟନିର୍ବାହୀ ହିତେନ୍ଦ୍ର ଦାଭେ କହିଛନ୍ତି। ମୁମ୍ବାଇ ମହାନଗରରେ ଡବାବାଲାମାନେ ଦୈନିକ ୨ ଲକ୍ଷ କର୍ମଚାରୀଙ୍କ ନିକଟରେ ସେମାନଙ୍କ ଘର ରନ୍ଧା ଖାଦ୍ୟ ନିୟମିତ ପହଞ୍ଚାଉଥିଲେ। ଯାହା କରୋନା ଲକଡାଉନରେ ଅଚାନକ ଠପ ହୋଇଯାଇଛି। ବିଗତ ୧୩୦ ବର୍ଷରେ କେବେବି ସେବା ବନ୍ଦ କରିନଥିବା ଡବାବାଲାମାନେ ଘରେ ବନ୍ଦ ପଡିଥିବା ବେଳେ ସେମାନଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.