Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଶତାୟୁ ସ୍ବାଧୀନତା ସଂଗ୍ରାମୀ ଏଚଏସ୍‌ ଦୋରେସ୍ବାମୀଙ୍କ ପରଲୋକ, ମୃତ୍ୟୁ ବେଳକୁ ହୋଇଥିଲା ୧୦୩ ବର୍ଷ, ଅନେକ ଜନ ଆନ୍ଦୋଳନରେ ନେଇଥିଲେ ନେତୃତ୍ବ

26/05/2021 at 7:06 PM

ବେଙ୍ଗାଲୁରୁ ୨୬/୫: ୧୦୩ ବର୍ଷୀୟ କର୍ଣ୍ଣାଟକର ଗାନ୍ଧିବାଦୀ ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଏଚଏସ୍‌ ଦୋରେସ୍ବାମୀଙ୍କ ବୁଧବାର ପରଲୋକ ହୋଇଯାଇଛି। ସେ ମେ ୧୨ରେ କରୋନାକୁ ମାତ ଦେଇ ସୁସ୍ଥ ହୋଇ ଫେରିଥିଲେ। କରୋନା ସଂକ୍ରମିତ ହେବା ପରେ ତାଙ୍କୁ ବେଙ୍ଗାଲୁରୁର ଜୟଦେବ ଇନଷ୍ଟିଚ୍ୟୁଟ୍‌ ଅଫ କାର୍ଡିଓଭାସ୍କୁଲାର ସାଇନ୍ସେସ୍‌ ଆଣ୍ଡ ରିସର୍ଚ୍ଚରେ ଭର୍ତ୍ତି କରାଯାଇଥିଲା। ଦୋରେସ୍ବାମୀ ଭାରତ ଛୋଡୋ ଆନ୍ଦୋଳନ ଏବଂ ବିନୋବା ଭାବେଙ୍କ ଭୂଦାନ ଆନ୍ଦୋଳନରେ ଅଂଶଗ୍ରହଣ କରିଥି​‌ଲେ।

ଏହା ସହ ବହୁ ଜନ ଆନ୍ଦୋଳନର ନେତୃତ୍ବ ନେଇଥିଲେ ଦୋରେସ୍ବାମୀ।  ସ୍ବାଧୀନତା ସଂଗ୍ରାମୀ ଏଚଏସ ଦୋରେସ୍ବାମୀ ବୁଧବାର ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ହୃଦଘାତ ଯୋଗୁ ତାଙ୍କର ପରଲୋକ ଘଟିଥିବା ଜଣାପଡ଼ିଛି। ୧୦ ଏପ୍ରିଲ୍‌ ୧୯୧୮ରେ ବେଙ୍ଗାଲୁରୁରେ ଜନ୍ମଗ୍ରହଣ କରିଥିବା ହାରୋହାଲି ଶ୍ରୀନିବାସୈଆ ଦୋରେସ୍ବାମୀ ଭାରତ ଛୋଡୋ ଆନୋଳନରେ ଭାଗ ନେଇଥିବା ବେଳେ ବିନୋବା ଭାବେଙ୍କ ଭୂଦାନ ଆନ୍ଦୋଳନରେ ମଧ୍ୟ ଅଂଶଗ୍ରହଣ କରିଥିଲେ।

ଏହା ସହ ଦଶନ୍ଧି ଧରି ସେ କର୍ଣ୍ଣାଟକର ନାଗରିକ ସମାଜ ଆନ୍ଦୋଳନର ଜଣେ ପରିଚିତ ବ୍ୟକ୍ତି ଥିଲେ। ବେଙ୍ଗାଲୁରୁର ଏକ ସ୍କୁଲ୍‌ରେ ଗଣିତ ଶିକ୍ଷକ ଥିବା ଦୋରେସ୍ବାମୀ ମହାତ୍ମା ଗାନ୍ଧୀଙ୍କ ଆହ୍ବାନ କ୍ରମେ ଜୁନ ୧୯୪୨ରେ ସ୍ବାଧୀନତା ସଂଗ୍ରମାରେ ସାମିଲ ହୋଇଥିଲେ। ପରେ ତାଙ୍କୁ ଜେଲ୍‌ ଯିବାକୁ ପଡ଼ିଥିଲା। ୧୯୩୪ରେ ଜେଲ୍‌ରୁ ମୁକୁଳିବା ପରେ ମଧ୍ୟ ସେ ସଂଗ୍ରାମ ଜାରି ରଖିଥିଲେ।  

   Related Posts