Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ପୋଲିସ ହେପଜାତରେ ଯୁବକଙ୍କ ମୃତ୍ୟୁ ଘଟଣା, ତଦନ୍ତ ପାଇଁ ବରଗଡରେ ପହଞ୍ଚିଲେ ଏଚଆରପିସି ଟିମ୍

1/10/2021 at 4:35 PM

ବରଗଡ଼ ୧।୧୦: ବରଗଡ଼ ତୋରା ଗ୍ରାମର ଗୋବିନ୍ଦ କୁମ୍ଭାରଙ୍କ ଗତ ସେପ୍ଟେମ୍ବର ୨୫ ତାରିଖ ଦିନ ପୋଲିସ ହେପାଜତରେ ମୃତ୍ୟୁ ହୋଇଥିବା ବେଳେ ଏହାକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏପରିକି  ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପକ୍ଷରୁ ଲାଠି ଚାର୍ଜ ମଧ୍ୟ ହୋଇଥିଲା । ଏ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ପୋଲିସ ଗୋବିନ୍ଦଙ୍କୁ ପିଟି ପିଟି ମାରିଦେଇଥିବା ଅଭିଯୋଗ ହୋଇଥିଲା । ଘଟଣା ଯାଇ ପହଞ୍ଚିଥିଲା ଏଚଆରପିସି ପାଖରେ ।

ଏହାକୁ ନେଇ ଶୁକ୍ରବାର ଏଚଆରପିସିର ଏକ ଦୁଇ ଜଣିଆ ଟିମ୍ ତଦନ୍ତ ପାଇଁ ବରଗଡ଼ରେ ପହଞ୍ଚିଛନ୍ତି । ଏହି ଟିମରେ ଅତିରିକ୍ତ ଏସପି ଇତିକାନ୍ତ ମହାପାତ୍ରଙ୍କ ସହ ଡିଏସପି ବିଦ୍ୟୁତ ପଣ୍ଡା ରହିଛନ୍ତି । ସେମାନେ ପ୍ରଥମେ ବରଗଡ଼ ଏସପିଙ୍କୁ ଭେଟି ଆଲୋଚନା କରିବା ପରେ ମୃତ ଗୋବିନ୍ଦଙ୍କ ପରିବାରକୁ ଭେଟି ଘଟଣା ସମ୍ପର୍କରେ ବୁଝାଇଥିଲେ । ପରେ ବରଗଡ଼ ଟାଉନ ଥାନାରେ ପହଞ୍ଚି ସବିଶେଷ ତଥ୍ୟ ନେଇଥିଲେ । ତେବେ ବର୍ତ୍ତମାନ ଏ ସମ୍ପର୍କରେ କୌଣସି ତଥ୍ୟ ଦେବାକୁ ମନା କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଏହି ଘଟଣାରେ ବରଗଡ଼ ଟାଉନ ଥାନାର ୫ ଜଣ ପୋଲିସ କର୍ମଚାରୀଙ୍କୁ ବରଗଡ଼ ଏସପି କାର୍ଯ୍ୟରୁ ନିବୃତ ରଖିଛନ୍ତି । ତେବେ ଏଚଆରପିସିଙ୍କ ରିପୋର୍ଟ ପରେ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଶା କରାଯାଉଛି ।

   Related Posts