Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ରିଲିଜ୍ ହେଲା ହ୍ରିତିକଙ୍କ ପ୍ରଥମ ବାୟୋପିକ୍‌ ଫିଲ୍ମ ସୁପର ଥାର୍ଟି ଟ୍ରେଲର : କିଛି ଘଣ୍ଟାରେ ଦେଖିଲେଣି ୫ ଲକ୍ଷ ଲୋକ

4/06/2019 at 6:57 PM

ମୁମ୍ବାଇ ୪/୬ : ସବୁ ବାପା ମାଆଙ୍କ ଇଚ୍ଛାଥାଏ ସେମାନଙ୍କ ପୁଅଝିଅ ଆଇଆଇଟି କ୍ଲିକ୍‌ କରୁ । ବଡ଼ ବଡ଼ ଇନଷ୍ଟିଚ୍ୟୁଟରେ କୋଚିଂ ନେଇ ତାର ସ୍ବପ୍ନ ସାକାର କରୁ। ତେବେ ଆର୍ଥିକ ଅନଗ୍ରସର ବେଧାବୀ ଛାତ୍ରଛାତ୍ରୀଙ୍କୁ କୋଚିଂ ଦେଇ ଆଇଆଇଟି କ୍ଲି୍କ କରାଇଥାଏ ପାଟନାର ଆନନ୍ଦ କୁମାରଙ୍କ ସୁପରଥାର୍ଟି ଇନଷ୍ଟିଚ୍ୟୁଟ। ଆଉ ଆନନ୍ଦ କୁମାରଙ୍କ କାହାଣୀ ଏବେ ଆସିଛି ବଡ଼ ପରଦାରେ। ଯେଉଁଥିରେ ହ୍ରିତିକ ରୋଶନ ଏହାର ମୁଖ୍ୟ ଭୂମିକାରେ ଅଛନ୍ତି । …..

(ରାଜା କା ବେଟା ରାଜା ନେହିଁ ବନେଗା)…. ଗରିବ ଗୁରୁବାରୁ ପୁଅଝିଅଙ୍କ ଆଇଆଇଟି ସ୍ପପ୍ନ ପୂରଣ କରିଥାଏ ଏହି ପାଟନାର ସୁପରଥାର୍ଟି । ତେବେ ଏହି ସୁପର ଥାର୍ଟିର ସ୍ବପ୍ନକୁ ଯିଏ ସାକାର କରିଥିଲେ ସେ ହେଉଛନ୍ତି ଆନନ୍ଦ କୁମାର । ଆଉ ଆନନ୍ଦ କୁମାରଙ୍କ କାହାଣୀକୁ ନେଇ ପରଦାକୁ ଆସିଛନ୍ତି ହ୍ରିତିକ ରୋଶନ । ଆସିଛି ଫିଲ୍ମ ସୁପର ଥାର୍ଟିର ଟ୍ରେଲର । ମାତ୍ର କିଛି ଘଣ୍ଟା ଭିତରେ ଏହି ଟ୍ରେଲରକୁ ୟୁଟ୍ୟୁବରେ ୫ ଲକ୍ଷ ଲୋକ ଦେଖି ସାରିଲେଣି ।

ଫିଲ୍ମରେ ପଙ୍କଜ ତ୍ରିପାଠୀ ଏବଂ ମୃଣାଳ ଥାକୁରଙ୍କୁ ମଧ୍ୟ ଦେଖିବାକୁ ପଡ଼ିବ । ବିକାଶ ବାହାଲ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ସୁପର ଥାର୍ଟି ହ୍ରିତିକଙ୍କ ପ୍ରଥମ ବାୟୋପିକ୍‌ ଫିଲ୍ମ । ତେବେ ଏଥିରେ ତାଙ୍କୁ ବିଲ୍‌କୁଲ ଅଲଗା ଆନ୍ଦାଜରେ ଦେଖିବାକୁ ମିଳିବ ।

   Related Posts