ଖୁବ୍ ସୋକିନ ହ୍ରିତ୍ୱିକ ରୋସନ, ତାଙ୍କ ମହଙ୍ଗା ସୌକ ଜାଣିଲେ ଆପଣବି ହେବେ ଆଶ୍ଚର୍ଯ୍ୟ

Published By : Prameya-News7 Bureau | October 13, 2019 IST

ବଲିଉଡ୍ ଷ୍ଟାଇଲିସ୍ ଅଭିନେତାଙ୍କ ମଧ୍ୟରେ ହ୍ରିତ୍ୱିକ ଅନ୍ୟତମ। ତେବେ ଖୁବ୍ କମ୍ ଚର୍ଚ୍ଚାରେ ରହନ୍ତି। ହେଲେ ଛୁପା ରୁସ୍ତମ ହ୍ରିତ୍ୱିକଙ୍କ ମହଙ୍ଗା ସୌକ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ନ ହୋଇ ରହିପାରିବେନି। ପର୍ଦ୍ଦାରେ ତାଙ୍କର ଯେପରି ଆକ୍ସନ ଜୀବନ ବି ସେମିତି ସୌଖିନ। ହେଲେ ଖୁବ୍ କମ୍ ଲୋକେ ଜାଣନ୍ତି ହ୍ରିତିକଙ୍କ ଭୋଗବିଳାଶ ସମ୍ପର୍କରେ। ତେବେ ଆସନ୍ତୁ ଜାଣିବା ହ୍ରିତିକ ରୋସନଙ୍କ ବିଳାଶମୟ ଜୀବନ ସମ୍ପର୍କରେ। ଖାଲି ଫିଲ୍ମ ନୁହେଁ ଅନ୍ୟ ସ୍ରୋତରୁ ହେଉଥିବା ତାଙ୍କର ଆୟବି ଖାସ ଏଥିଲାଗି ଖର୍ଚ୍ଚ କରନ୍ତି ।  

{"id":169799}

ହ୍ରିତ୍ୱିକ ପିଲା ଦିନରୁ ଘଡିର ଖୁବ୍ ସୌକିନ। ଅନେକ ଘଡିର ସଂଗ୍ରହ ରହିଛି ତାଙ୍କ ପାଖରେ। ତେବେ ସେ ପିନ୍ଧୁଥିବା ଘଡିର ବ୍ରାଣ୍ଡ ଓ ଦାମ ଜାଣିଛନ୍ତି କି? ହୁଏତ ଜାଣିନଥିବେ। ହ୍ରିତିକ ରାଡୋ କମ୍ପାନୀର ଘଡି ପିନ୍ଧନ୍ତି, ଆଉ ସେ ପିନ୍ଧୁଥିବା ରାଡୋ ଘଡିଟିର ମୂଲ୍ୟ ମାତ୍ର ୭ ଲକ୍ଷ ୫୦ ହଜାର ଟଙ୍କା। କେବଳ ଘଡି ନୁହେଁ ତାଙ୍କ ପୋଷାକପତ୍ର ବି ସେହିଭଳି ମହଙ୍ଗା। ହେଲେ ନିଜର ପୋଷାକ କମ୍ପାନୀ ଥିବାରୁ ଖର୍ଚ୍ଚ ତାଙ୍କୁ ଏତେଟା ବାଧେନି। ହ୍ରିତ୍ୱିକଙ୍କ ନିଜ ବ୍ରାଣ୍ଡ ଏଚଆରଏକ୍ସ। ବ୍ରାଣ୍ଡକୁ ସେ ନିଜେ ପ୍ରମୋସନ କରିବା ସହ ଅଧିକାଂଶ ପୋଷାକ ନିଜେ ହିଁ ପିନ୍ଧନ୍ତି।  ଏଚ୍ଆରଏକ୍ସ ବ୍ରାଣ୍ଡର ବାର୍ଷିକ କାରବାର ପ୍ରାୟ ୨ଶହ କୋଟି ଟଙ୍କା ପାଖାପାଖି।

{"id":169800,"width":583,"height":205}

ତାଙ୍କର ବିଳାଶମୟ ଘର 'ପାରସ' ସମ୍ପର୍କରେ ତ ଆପଣ ଅଜଣା ନଥିବେ। ମୁମ୍ବାଇ ଜୁହୁରେ ଥିବା ତାଙ୍କର ଏହି ଘରଟି ୩ହଜାର ବର୍ଗଫୁଟ ଜମି ଉପରେ ନିର୍ମିତ ହୋଇଛି। ଯେଉଁଥିରେ ବିଳାଶବ୍ୟସନର ସାମାନ୍ୟତମ ଅଭାବବି ରଖିନାହାନ୍ତି। ପ୍ରଥମେ ଏହା ଏକ ୪ବିଏଚକେ ଘର ଥିଲା। ତେବେ ଏହାର ଇଣ୍ଟେରିୟରରେ ପରିବର୍ତ୍ତନ କରି ହ୍ରିତ୍ୱିକ ଏହାକୁ ଏକ ୨ ବେଡରୁମ ଘରରେ ପରିଣତ କରିଛନ୍ତି। ତାଙ୍କର ଘର କଥା ଛାଡନ୍ତୁ ଗାଡି ସଂଗ୍ରହ ଜାଣିଲେ ଆଖି ତରାଟି ହୋଇଯିବ। ହ୍ରିତ୍ୱିକଙ୍କ କାର କଲେକ୍ସନରେ ରୋଲସ ରୟସ ଠାରୁ ଆରମ୍ଭ କରି ଆଧୁନିକ ମର୍ସିଡିଜ୍ ବେଞ୍ଜ ପର୍ଯ୍ୟନ୍ତ ରହିଛି। ଏଥିରେ ରେଞ୍ଜ ରୋଭର ସବୁଠୁ କମ୍ ମୂଲ୍ୟର ଗାଡି। ହ୍ରିତ୍ୱିକଙ୍କ ରୋଲସ ରୟେସଟି ୭ କୋଟି ଟଙ୍କାର ହୋଇଥିବା ବେଳେ ମହଙ୍ଗା ମର୍ସିଡିଜ୍  ବି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.