Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଷ୍ଟାଣ୍ଡାର୍ଡ଼-୬ର ପାଠ୍ୟପୁସ୍ତକରେ ହ୍ରିତିକ ରୋଶନ୍ : କଥା କହିବା ସମସ୍ୟାରୁ କିଭଳି ପାଇଥିଲେ ମୁକ୍ତି

2/04/2020 at 4:54 PM

ମୁମ୍ବାଇ ୨/୪: ଖନେଇ କଥା କହିବା ଏବଂ କହିବାରେ ଅସୁବିଧା ଆଦି ଭଳି ସମସ୍ୟାରୁ ମୁକ୍ତି ପାଇଥିବା ହ୍ରିତିକ ରୋଶନଙ୍କ ଯାତ୍ରା ସମସ୍ତଙ୍କ ପାଇଁ ପ୍ରେରଣା ଦାୟକ ରହିଛି। ଏବେ ତାଙ୍କ କାହାଣୀ ଷଷ୍ଠ ଶ୍ରେଣୀରେ ପଢ଼ାଯାଉଛି। ଏସ୍ ଚନ୍ଦ ପବ୍ଲିକେସନର ପାଠ୍ୟପୁସ୍ତକ ‘ଲାଇଫ ଏଣ୍ଡ ଭାଲ୍ୟୁସ’ରେ ଆତ୍ମବିଶ୍ବାସ ଉପରେ ଆଧାରିତ ଅଧ୍ୟାୟ ଜରିଆରେ ବଲିଉଡ ଷ୍ଟାର ହ୍ରିତିକ ରୋଶନଙ୍କ କାହାଣୀ ପଢ଼ାଯାଉଛି। ହ୍ରିତିକ୍ ପିଲାଦିନେ କଥା କହିବା ବେଳେ ଖନେଇ କଥା କହୁଥିଲେ। ବହୁତ କଷ୍ଟରେ ସେ ଠିକଭାବେ କହିବା ଶିଖିଥିଲେ।

ଇଣ୍ଟରନେଟରେ ଏକ ଫଟୋ ଖୁବ୍ ଭାଇରାଲ୍ ହେଉଛି। ସେଲ୍ଫ କନଫିଡାନ୍ସ ଚ୍ୟାପ୍ଟରରେ ତାଙ୍କ ସମସ୍ୟା ବିରୁଦ୍ଧରେ ଲଢ଼େଇକୁ ଦର୍ଶାଯାଇଛି। ସୋସିଆଲ ମିଡିଆରେ ଏକ ୟୁଜର ଲେଖିଥିଲେ,‘ ବୋର ହେଉଥିବାବେଳେ ସେ ତାଙ୍କ ଭାଣିଜୀଙ୍କ ବହି ପଢ଼ି ଚମକି ଯାଇଥିଲେ। ଏହା ଷଷ୍ଠ ଶ୍ରେଣୀର ବହି ଥିଲା। ଏଥିରେ ହ୍ରିତିକ ରୋଶନଙ୍କ କାହାଣୀ ପଢ଼ା ଯାଉଛି।’

ଫିଲ୍ମ କଥା କହିଲେ ହ୍ରିତିକଙ୍କ ପାଇଁ ଦୁଇଟି ବ୍ୟାକ ଟୁ ବ୍ୟାକ୍ ହିଟ୍ ସହ ୨୦୧୯ମସିହା ଭଲ ଥିଲା। ସୁପର ୩୦ ଏବଂ ଓ୍ବାର କେବଳ ଦର୍ଶକଙ୍କ ମନ ଜିତିନଥିଲା ବରଂ ବକ୍ସ ଅଫିସରେ ସଫଳତା ହାସଲ କରିଥିଲା।

   Related Posts