ଲକଡାଉନରେ ଫ୍ୟାନଙ୍କ ଗିଫ୍ଟ୍ : ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ହ୍ରିତିକ୍

Published By : Prameya-News7 Bureau | May 24, 2020 IST

ମୁମ୍ବାଇ ୨୪/୫: ହ୍ରିତିକ୍ ରୋଶନ୍ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି,ଯେଉଁଥିରେ ତାଙ୍କର ଏବେ ଯାଏଁ ସବୁ ଲୋକପ୍ରିୟ ଭୂମିକାର ସ୍କେଚ୍ ନଜର ଆସିଛି। ଖାସ୍ କଥା ହେଉଛି ଏହା ଯେ ଏହି ସ୍କେଚ୍ ଏକ ଟ୍ରାନ୍ସପରେଣ୍ଟ୍ ଶିଟ୍ ଜରିଆରେ ଦେଖାଯାଉଛି। କିନ୍ତୁ ପେପରରେ ହୋଇଥିବା ହ୍ରିତିକଙ୍କ ଫଟୋ ବୋଲ୍ଡ ରହିଛି। ହ୍ରିତିକ୍ ଭିଡିଓ ସହ ଆର୍ଟିଷ୍ଟ ଆରକେ ଆଦିଲଙ୍କୁ ପ୍ରଶଂସା କରିଛନ୍ତି।

wp:core-embed/instagram {"url":"https://www.instagram.com/p/CAiRhqSnDq7/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/CAiRhqSnDq7/?utm_source=ig_embed
/wp:core-embed/instagram

ଆଦିଲ୍ ହ୍ରିତିକଙ୍କ ପ୍ରଥମ ଫିଲ୍ମ କହୋ ନା ପ୍ୟାର ହେ, କୋଇ ମିଲ୍ ଗୟା,କ୍ରିଷ୍,ଜୋଧା ଆକବର,ଅଗ୍ନିପଥ ଏବଂ ଶେଷରେ ରିଲିଜ ହୋଇଥିବା ଓ୍ବାରର ଲୁକ୍ ଡିଜାଇନ୍ କରିଛନ୍ତି। ଭିଡିଓକୁ ଦେଖି ପ୍ରିତି ଜିଣ୍ଟା ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ଏବଂ ସେ କମେଣ୍ଟ୍ କରି ଓସମ୍ ଆର୍ଟ କହିଛନ୍ତି।

କରୋନା ଭାଇରସ୍ ପାଇଁ ଲଗାତାର ଲଢ଼ୁଥିବା ପୋଲିସ୍ ଏବଂ ସଫେଇ କର୍ମଚାରୀଙ୍କ ସହାୟତା ପାଇଁ ହ୍ରିତିକ୍ ଆଗେଇ ଆସିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.