Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ହ୍ରିତିକ ରୋଶନଙ୍କ ମାଆ ପିଙ୍କି ରୋଶନ୍ କରୋନାରେ ସଂକ୍ରମିତ : ରହିଛନ୍ତି ହୋମ୍ କ୍ବାରେଣ୍ଟାଇନରେ

22/10/2020 at 6:03 PM

ମୁମ୍ବାଇ ୨୨/୧୦ : ଅଭିନେତା ହ୍ରିତିକ ରୋଶନଙ୍କ ମାଆ ପିଙ୍କି ରୋଶନ କରୋନାରେ ସଂକ୍ରମିତ ହୋଇଛନ୍ତି। ସେ ଏବେ ନିଜ ସ୍ବାମୀ ରାକେଶ ରୋଶନଙ୍କ ସହ ଖଣ୍ଡାଲାରେ ଅଛନ୍ତି। କୁହାଯାଉଛି ଯେ ପିଙ୍କି ରୋଶନଙ୍କଠାରେ କରୋନାର କୌଣସି ଲକ୍ଷଣ ନାହିଁ ଏବଂ ନିୟମିତ ଯୋଗ କରିବା ଯୋଗୁଁ ତାଙ୍କ ସ୍ବାସ୍ଥାବସ୍ଥା ସ୍ଥିର ରହିଛି।

ପିଙ୍କି ରୋଶନଙ୍କ କହିବା ଅନୁସାରେ ତାଙ୍କ ପୂରା ପରିବାର ୨୦ଦିନ ପରେ ନିଜ କରୋନା ଟେଷ୍ଟ୍ କରାଇଥାଏ। ଗତ ସପ୍ତାହରେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି। କିନ୍ତୁ ତାଙ୍କଠାରେ କରୋନାର କୌଣସି ଲକ୍ଷଣ ନାହିଁ। ଡାକ୍ତରଙ୍କ କହିବା ମୁତାବକ ଯୋଗ କରିବା ଫଳରେ ତାଙ୍କ ସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି। କିନ୍ତୁ ୧୫ଦିନ ଯାଏଁ ଭାଇରସ୍ ତାଙ୍କ ଶରୀରରେ ରହିବ। ଶୁକ୍ରବାର ସେ ଆଉ ଏକ ଟେଷ୍ଟ କରିବେ। ସେ ଆଶା କରୁଛନ୍ତି ଯେ ଏବେ ତାଙ୍କ ରିପୋର୍ଟ ନେଗେଟିଭ ଆସିବ।

ନିକଟରେ ପିଙ୍କି ରୋଶନ ,ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ ଯେ ଲୋକଙ୍କୁ ସତ ଜାଣିବାର ଆବଶ୍ୟକତା ରହିଛି କିନ୍ତୁ ସଚ୍ଚୋଟ ହେବାର ନୁହେଁ। ପିଙ୍କିଙ୍କ ଏହି ବୟାନ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଯାଇଛି।

   Related Posts