ଗାଙ୍ଗୁଲିଙ୍କ ବାୟୋପିକ୍ କରିବେ କରଣ ଜୋହର : ଦାଦାଙ୍କ ଫେଭରିଟ୍ ହ୍ରିତିକ୍ ରୋଶନ୍… ଆଉ ଏକ ସୁପର କ୍ରିକେଟର!

Published By : Prameya-News7 Bureau | February 25, 2020 IST

ମୁମ୍ବାଇ ୨୫/୨: ବଲିଉଡରେ ପ୍ରସିଦ୍ଧ ଖେଳାଳୀଙ୍କ ବାୟୋପିକ୍ କରିବାର ଟ୍ରେଣ୍ଡ ନୂଆ ନୁହେଁ। ଏବେ ଖବର ମିଳିଛି ଯେ ଇଣ୍ଡିଆ ଟିମର ପୂର୍ବତନ କ୍ୟାପଟେନ୍ ଏବଂ ଦିଗ୍ଗଜ ଖେଳାଳୀ ସୌରଭ ଗାଙ୍ଗୁଲୀଙ୍କ ଜୀବନୀକୁ ନେଇ ଫିଲ୍ମ ନିର୍ମିତ ହୋଇପାରେ। କରଣ ଜୋହର ଏହି ଫିଲ୍ମର ନିର୍ମାଣ କରିବେ ଏବଂ ହ୍ରିତିକ୍ ରୋଶନ୍ ମୁଖ୍ୟ ଭୂମିକାରେ ଅଭିନୟ କରି ପାରନ୍ତି।

{"id":229101,"sizeSlug":"large"}

ସୌରଭ ଗାଙ୍ଗୁଲି ଫିଲ୍ମମେକର କରଣ ଜୋହରଙ୍କ ସହ ନିଜର ବାୟୋପିକ୍ ପାଇଁ ହାତ ମିଳାଇ ପାରନ୍ତି। କିଛି ଦିନ ତଳେ ସୌରଭ ଗାଙ୍ଗୁଲି ଖୁଲାସା କରିଥିଲେ ଯେ ସେ ତାଙ୍କ ବାୟୋପିକରେ ହ୍ରିତିକ ରୋଶନଙ୍କୁ ହୀରୋ ଭାବେ ଦେଖିବାକୁ ଚାହୁଁଛନ୍ତି। ଏବେ ଯେତେବେଳେ ପୂର୍ବତନ କ୍ରିକେଟରଙ୍କ ବାୟୋପିକ୍ ହେବାର ଚର୍ଚ୍ଚା ହେଉଛି ସେତେବେଳେ ହ୍ରିତିକଙ୍କ ନାଁ ଆସିବା ସ୍ବାଭାବିକ କଥା।

{"id":229102,"sizeSlug":"large"}

କରଣ ଜୋହର ଏବଂ ସୌରଭ ଗାଙ୍ଗଲି ଏହି ମାମଲାରେ ଅନେକ ଥର ସାକ୍ଷାତ କରି ସାରିଲେଣି। ଶୁଣିବାକୁ ମିଳିଛି ଯେ କରଣ ଜୋହରଙ୍କ ଟିମ୍ ଲିଡ ରୋଲ୍ ଖୋଜୁଛି। ଏହା ପୂର୍ବରୁ ଏକତା କପୁର ଦିଗ୍ଗଜ ଖେଳାଳୀ ସୌରଭ ଗାଙ୍ଗୁଲିଙ୍କ ବାୟୋପିକ୍ କରିଥାନ୍ତେ। କିନ୍ତୁ କୌଣସି କାରଣ ବଶତଃ ଏହା ଆଗେଇ ପାରିନଥିଲା।

{"id":229103,"sizeSlug":"large"}

ବଲିଉଡରେ କେତେକ ଖେଳାଳୀଙ୍କ ଉପରେ ବାୟୋପିକ୍ ହୋଇ ସାରିଛି। ମହେନ୍ଦ୍ର ସିଂହ ଧୋନି,ମହମ୍ମଦ ଆଝାରୁଦ୍ଦିନ,ସଚିନ ତେନ୍ଦୁଲକର,ପାନ ସିଂହ ତୋମାର ,ମ୍ୟାରି କମଙ୍କ ଜୀବନୀ ଉପରେ ଫିଲ୍ମ ହୋଇ ସାରିଛି। ମହିଳା କ୍ରିକେଟର ମିତାଲୀ ରାଜଙ୍କ ମଧ୍ୟ ବାୟୋପିକ୍ ନିର୍ମିତ ହେଉଛି। ଏଥିରେ ତାପସୀ ପାନ୍ନୁ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.