ମହାମାରୀ ସମୟରେ ପୁଣି ସାହାଯ୍ୟ ପାଇଁ ଆଗେଇ ଆସିଲେ ହ୍ରିତିକ ରୋଶନ, ଦାନ କଲେ ଏତିକି ଲକ୍ଷ ଟଙ୍କା

Published By : Prameya-News7 Bureau | June 04, 2021 IST

ମୁମ୍ବାଇ ୪।୬: ହ୍ରିତିକ ରୋଶନ ନିକଟରେ ସିନେ ଏବଂ ଟିଭି ଆର୍ଟିଷ୍ଟସ୍ ଆସୋସିଏସନ୍ (CINTAA) ର ସାଥୀ ସଦସ୍ୟମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ଆସୋସିଏସନକୁ ୨୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ହ୍ରିତିକ । ଏହାସହ ଦାରିଦ୍ର ସୀମାରେଖା ତଳେ ରହୁଥିବା ଲୋକଙ୍କ ପାଇଁ ରାସନ କିଟ୍ ମଧ୍ୟ ପ୍ରଦାନ କରିଛନ୍ତି । ଯାହା ୫ହଜାର ସଦସ୍ୟଙ୍କୁ ସହାୟକ ହେବ ।

କୋଭିଡ୍-୧୯ର ପ୍ରଥମ ଲହର ସମୟରେ ମଧ୍ୟ ହ୍ରିତିକ CINTAAକୁ ୨୫ଲକ୍ଷ ଟଙ୍କା ଦାନ କରିବାକୁ ଆଗେଇ ଆସିଥିଲେ । ଯାହା ଦ୍ବାରା ଦୈନିକ ମଜୁରୀ ପାଉଥିବା ୪ ହଜାର କଳାକାର ଏବଂ ସେମାନଙ୍କ ପରିବାରକୁ ସହାୟତା ପ୍ରଦାନ କରାଯାଇଥିଲା । ଏ ବିଷୟରେ CINTAAର ସାଧାରଣ ସମ୍ପାଦକ ଅମିତ ବହଲ କହିଥିଲେ ।

ଅଭିନେତାମାନେ ସଙ୍କଟ ସମୟରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ନିରନ୍ତର ଚେଷ୍ଟା କରୁଥିବା ଦେଖିବାକୁ ମିଳୁଛି । କୋଭିଡ୍ -୧୯ର ପ୍ରଥମ ଲହର ସମୟରେ ଅଭିନେତାମାନେ ଗରିବ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ । ମୁମ୍ବାଇ ପୋଲିସ ପାଇଁ ହ୍ୟାଣ୍ଡ ସାନିଟାଇଜର ପ୍ରଦାନ କରିବାଠାରୁ ଆରମ୍ଭ କରି ଫ୍ରଣ୍ଟ ଲାଇନ୍ ଯୋଦ୍ଧାଙ୍କ ସ୍ବାସ୍ଥ୍ୟ ଏବଂ ସୁରକ୍ଷାରରେ ଯୋଗଦାନ ଦେବା ଏବଂ କରୋନା ରୋଗୀଙ୍କ ପାଇଁ ଅକ୍ସିଜେମ୍ ଏବଂ କନସେନଟ୍ରେଟର୍ସ ପର୍ଯ୍ୟନ୍ତ ସାହାଯ୍ୟ କରୁଛନ୍ତି । ହ୍ରିତିକ ଅଧିକାଂଶ ସମୟରେ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାରେ ସକ୍ରିୟ ଥିବା ଦେଖିବାକୁ ମିଳୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.