Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||

୯୭.୫୦କୋଟି ଟଙ୍କା ଦେଇ ଦାମୀ ଫ୍ଲାଟ୍ କିଣିଲେ ହ୍ରିତିକ ରୋଶନ : ୧୦ପାର୍କିଂ ସ୍ଲଟ୍ ସହ ଏକ୍ସକ୍ଳ୍ୟୁସିଭ ଲିଫ୍ଟ ର ରହିଛି ବ୍ୟବସ୍ଥା

25/10/2020 at 4:03 PM

ମୁମ୍ବାଇ ୨୫/୧୦: ହ୍ରିତିକ ରୋଶନ୍ ମୁମ୍ବାଇରେ ୨ଟି ନୂଆ ଆପାର୍ଟମେଣ୍ଟ କିଣିଛନ୍ତି। ଜୁହୁ ଭର୍ସୋଭା ଲିଙ୍କ୍ ରୋଡ ସ୍ଥିତ ମନ୍ନତ ନାମକ ବିଲଡିଂରେ ଥିବା ଏହି ଦୁଇଟି ସି ଫେସିଂ ଆପାର୍ଟମେଣ୍ଟ ପାଇଁ ହ୍ରିତିକ ପାଖାପାଖି ୯୭.୫୦କୋଟି ଟଙ୍କା ଦେଇଛନ୍ତି। ଏହି ଦୁଇଟି ଆପାର୍ଟମେଣ୍ଟରେ ଗୋଟିଏ ପେଣ୍ଟହାଉସ୍ ରହିଛି। ହ୍ରିତିକ ଦୁଇଟିକୁ ଗୋଟିଏ କରିବାର ପ୍ଲାନିଂରେ ଅଛନ୍ତି।

ହ୍ରିତିକ ଏହି ଫ୍ଲାଟ୍ ସମୀର ଭୋଜଓ୍ବାନି ନାମକ ବିଲଡରଙ୍କଠୁ କିଣିଛନ୍ତି। ସମୀର ତାଙ୍କୁ ୬୫୦୦ବର୍ଗଫୁଟର ଓପନ ଟୁ ଦ ସ୍କାଏ ଟେରେନ୍ସ,୧୦ପାର୍କିଂ ସ୍ଲଟ୍ ଏବଂ ଏକ୍ସକ୍ଳ୍ୟୁସିଭ ଲିଫ୍ଟ ର ଆପାର୍ଟମେଣ୍ଟ ଦେଇଛନ୍ତି। ହ୍ରିତିକଙ୍କ ଏହି ଡିଲ୍ କିଛି ମାସ ତଳେ ହୋଇଯାଇଥିଲା ଯାହାକୁ ନିକଟରେ ହିଁ ପେମେଣ୍ଟ ପରେ କ୍ଳୋଜ୍ କରାଯାଇଛି।

ହ୍ରିତିକଙ୍କ ୨ଟି ଫ୍ଲାଟ୍ ବିଲଡିଂର ୧୫ମହଲା ଏବଂ ୧୬ମହଲାରେ ରହିଛି। ୧୫ମହଲାର ଫ୍ଲାଟ୍ ୨୭,୫୩୪.୮୫ବର୍ଗଫୁଟ ବିଶିଷ୍ଟ ଯେଉଁଥିପାଇଁ ହ୍ରିତିକ ୬୭.୫୦କୋଟି ଟଙ୍କା ଦେଇଛନ୍ତି।୧୬ମହଲା ଫ୍ଲାଟର ଏରିୟା ୧୧,୧୬୫ ବର୍ଗଫୁଟ ଯାହା ହ୍ରିତିକଙ୍କୁ ୩୦କୋଟି ଟଙ୍କା ପଡ଼ିଥିଲା।

ହ୍ରିତିକ ୨ଟି ଫ୍ଲାଟ୍‌ର ରେଜିଷ୍ଟେସନ ଅଲଗା ଅଲଗା କରିଛନ୍ତି। ଦୁଇଟି ପାଇଁ ସେ ୧.୯୫କୋଟି ଟଙ୍କାର ଷ୍ଟାମ୍ପ ଡ୍ୟୁଟି ଦେଇଛନ୍ତି। ବର୍ତ୍ତମାନ,ଏହି ବିଲଡିଂ ନିର୍ମାଣଧୀନ ଏବଂ ଏଥିରେ କୌଣସି ପ୍ରକାର ସୁବିଧା ନାହିଁ।

ହ୍ରିତିକ ଖୁବ୍ ଶୀଘ୍ର ନିଜ ସୁପରହୀରୋ ଫିଲ୍ମ ଆରମ୍ଭ କରିବେ। ତାଙ୍କ ବାପା ରାକେଶ ରୋଶନ ‘କ୍ରିଷ’ ଫ୍ରାଞ୍ଚାଇଜିର ଆଗାମୀ ଫିଲ୍ମର ଆନାଉନ୍ସମେଣ୍ଟ୍ କରି ସାରିଛନ୍ତି। ଏବର୍ଷ ଆରମ୍ଭରେ ନିଜେ ହ୍ରିତିକ ମଧ୍ୟ ଏକ ଟ୍ବିଟରେ ଜାଦୁ ଫେରିବାର ସଙ୍କେତ ଦେଇ ସାରିଛନ୍ତି ଯାହା ୨୦୦୩ମସିହାରେ ରିଲିଜ ହୋଇଥିବା ତାଙ୍କ ହିଟ୍ ଫିଲ୍ମ ‘କୋଇ ମିଲ ଗୟା’ର କ୍ୟାରେକ୍ଟର।

   Related Posts