Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

କରୋନା ରୋଗୀଙ୍କ ମନୋରଞ୍ଜନ ପାଇଁ ‘ଘୁଙ୍ଗୁର’ ଗୀତରେ ନାଚିଲେ ଡାକ୍ତର, ଡାନ୍ସ ଷ୍ଟାଇଲକୁ ପ୍ରଶଂସା କଲେ ହ୍ରିତିକ ରୋଶନ

21/10/2020 at 9:52 AM

ନୂଆଦିଲ୍ଲୀ ୨୧/୧୦: ବଲିଉଡ ଅଭିନେତା ହ୍ରିତିକ ରୋଶନ ମଙ୍ଗଳବାର ଆସାମର ଇଏନଟି ସର୍ଜନ ଡାକ୍ତର ଅରୁପ ସେନାପତିଙ୍କ ସାହସଙ୍କୁ ପ୍ରଶଂସା କରିଛନ୍ତି। ସେ କୋଭିଡ ରୋଗୀଙ୍କ ମନୋରଞ୍ଜନ ପାଇଁ ‘ଘୁଙ୍ଗୁର’ ଗୀତରେ ଡାନ୍ସ କରିଛନ୍ତି। ଏବେ ତାଙ୍କ ଡାନ୍ସ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେଉଛି। ଏହା ସହ ତାଙ୍କର ଖୁବ୍ ପ୍ରଶଂସା ମଧ୍ୟ କରାଯାଉଛି।

ସିଲଚର ଚିକିତ୍ସା ମହାବିଦ୍ୟାଳୟରେ କାର୍ଯ୍ୟରତ ଡାକ୍ତର ସେନାପତି ହ୍ରିତିକଙ୍କ ଫିଲ୍ମ ‘ଓ୍ବାର’ ଗୀତରେ ଡାନ୍ସ କରିଛନ୍ତି। ତାଙ୍କର ଏଇ ଗୋଟିଏ ମିନିଟର ଭିଡ଼ିଓକୁ ତାଙ୍କ ସହକର୍ମୀ ଡାକ୍ତର ସୟଦ ଫେଜାନ ଅହମଦ ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି।

ହ୍ରିତିକ ତାଙ୍କ ଟ୍ବିଟର ଆକାଉଣ୍ଟରେ ସେନାପତିଙ୍କ  ଭିଡ଼ିଓ ସେୟାର କରିଛନ୍ତି। ତା’ ସହ ସେନାପତିଙ୍କ ଡାନ୍ସକୁ ପ୍ରଶଂସା କରିଛନ୍ତି। ଏହା ସହ ଅହମଦଙ୍କ ଟ୍ବିଟର ଉତ୍ତର ଦେଇ କହିଛନ୍ତି, ‘ଡାକ୍ତର ଅରୁପଙ୍କୁ କୁହନ୍ତୁ ସେ ତାଙ୍କ ଷ୍ଟେପକୁ ଶିଖୁଛନ୍ତି। କୌଣସି ଦିନ ଆସାମରେ ତାଙ୍କ ଭଳି ଡାନ୍ସ କରିବେ। ଗଜବର ସାହସ।’

ଏବେ ସୁଦ୍ଧା ଏ ଭିଡ଼ିଓକୁ ୫,୬୫୦୦୦ ଥର ଦେଖା ଗଲାଣି ଓ ଏହାକୁ ସାତ ହଜାର ତିନିଶହ ଥର ରିଟ୍ବିଟ୍ କରାଯାଇଛି।

   Related Posts