Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ଦିବଙ୍ଗତ ଅଭିନେତା ବିଜୟ ମହାନ୍ତିଙ୍କ ମାଆ
  • ||
  • ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ
  • ||
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ଶିକ୍ଷକ ଶିକ୍ଷାଦାନ ବ୍ୟତୀତ ଅନ୍ୟ କାର୍ଯ୍ୟ କରିବେ ନାହିଁ, ଆସୁଛି ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ନୂତନ ଶିକ୍ଷାନୀତି

7/11/2019 at 3:44 PM

ନୂଆଦିଲ୍ଲୀ ୭।୧୧:  ସ୍କୁଲ ଶିକ୍ଷକଙ୍କୁ  ଶିକ୍ଷାଦାନ ବ୍ୟତୀତ ଅନ୍ୟ କାର୍ଯ୍ୟ  କରିବାକୁ ପଡିବା ନାହିଁ । କେନ୍ଦ୍ର ସରକାର   ଏ ପ୍ରସଙ୍ଗରେ ଏକ ନୂତନ ନିୟମ ପ୍ରଣୟନ କରିବା ପାଇଁ ଯାଉଛନ୍ତି ।  ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ନୂତନ ଶିକ୍ଷାନୀତି ଅନୁସାରେ  ସ୍କୁଲ ଶିକ୍ଷକ    ଶିକ୍ଷାଦାନ ବ୍ୟତୀତ ଅନ୍ଯ କାର୍ଯ୍ଯରୁ ନିବୃତ୍ତ ରହିବା ପାଇଁ ପ୍ରସ୍ତାବ ରହିଛି।

ସୂଚନାଯୋଗ୍ୟ,     ଶିକ୍ଷକମାନଙ୍କୁ ଶିକ୍ଷାଦାନ ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟ ପୂର୍ଣ୍ଣମାତ୍ରାରେ ନିବୃତ୍ତ ଦିଆଯିବ ।  ଶିକ୍ଷକମାନେ କେବଳ ଛାତ୍ରଛାତ୍ରୀ ଙ୍କୁ ପାଠ ପଢାଇବେ । ବିଦ୍ୟାଳୟରେ ଉତ୍ତମମାନର ଶିକ୍ଷାଦାନ ପାଇଁ ସେମାନ ଉତ୍ତରଦାୟୀ ରହିବେ। ଦେଶରେ ବର୍ତ୍ତମାନ ଶିକ୍ଷକମାନଙ୍କୁ  ପିଲାଙ୍କ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରି  ପିଲାଙ୍କୁ ଖାଇବାକୁ ଦେବା ଭଳି କାର୍ଯ୍ୟ କରୁଥିଲେ । ସେହିପରି  ଭୋଟର ଲିଷ୍ଟ ପ୍ରସ୍ତୁତ କରିବା, ଜନଗଣନା କରିବା ଭଳି କାର୍ଯ୍ୟ ମଧ୍ୟ କରୁଛନ୍ତି  ।

ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ପ୍ରସ୍ତାବିତ ନୂଆ ଶିକ୍ଷା ନୀତିରେ ଶିକ୍ଷକମାନଙ୍କୁ  ଅନ୍ୟ କାର୍ଯ୍ୟ  କରିବାକୁ ପଡିବା ନାହିଁ ବୋଲି ପ୍ରସ୍ତାବ ଦିଆଯାଇଛି । ଏହା ଦ୍ବାରା  ବିଦ୍ୟାଳୟମାନଙ୍କରେ ଶିକ୍ଷାଦାନର ମାନ  ସୁଧାରିବରେ ଏହା ସହାୟକ ହେବ ।  ପ୍ରସ୍ତାବିତ ନୂତନ ଶିକ୍ଷା ନୀତି ପ୍ରସ୍ତୁତ କରିଥିବା କମିଟି ଏହି ପ୍ରସ୍ତାବ  ଦେଇଛି ।

 ରିପୋର୍ଟ ଅନୁଯାୟୀ ଦେଶର ସମସ୍ତ ସ୍କୁଲରେ ୧୦ଲକ୍ଷରୁ ଅଧିକ ସୀକୃତି ପ୍ରାପ୍ତ  ଶିକ୍ଷକଙ୍କ ପଦବୀ ଖାଲି ରହିଛି। ପ୍ରସ୍ତାବିତ ନୂତନ ଶିକ୍ଷାନୀତିକୁ ତୁରନ୍ତ କ୍ୟାବିନେଟ୍ ରେ ଉପସ୍ଥାପନ କରିବା ପାଇଁ ଯୋଜନା  ଅଛି । ଶିକ୍ଷକଙ୍କୁ ବିଏଲଓ ପରି କାର୍ଯ୍ୟରୁ ନିବୃତ୍ତ ସହ ନିର୍ବାଚନୀ ଭଳି  ଅଣଶିକ୍ଷକ କାର୍ଯ୍ୟରୁ ନିବୃତ୍ତ ପାଇଁ ନୀତି ଆୟୋଗ ମଧ୍ୟ ପୂର୍ବରୁ ପ୍ରସ୍ତାବ  ଦେଇସାରିଛି।  ବିଗତ ଦିନରେ ନୀତି ଆୟୋଗ ରାଜ୍ୟର ସବୁ ଜିଲ୍ଲାରୁ  ସମସ୍ତ ଶିକ୍ଷକଙ୍କ   ତଥ୍ୟ ମାଗିଥିଲେ ।  ପ୍ରତ୍ୟେକ ଜିଲ୍ଲାରୁ ଶିକ୍ଷକଙ୍କ ବ୍ୟତୀତ ଅନ୍ୟ କାହାକୁ ନିର୍ବାଚନୀ ଦାୟିତ୍ୟ ଦିଆଯାଇପାରିବା ସେ ନେଇ ନୀତି ଆୟୋଗ ପରାମର୍ଶ ଲୋଡ଼ିଛନ୍ତି ।

   Related Posts