ସାଆରେ ଏଚ ଆର କନକ୍ଳେଭ

Published By : Prameya-News7 Bureau | August 11, 2018 IST

ଭୁବନେଶ୍ୱର ୧୧/ ୮ :- ମାନବ ସମ୍ବଳର ସଠିକ ଉପଯୋଗ କରି ପାରିଲେ ସଫଳତା ସୁନିଶ୍ଚିତ। ସୋଆ ଡିମ୍ ଡ ଟୁ ବି ୟୁନିରସିଟି ପରିସରରେ ଆୟୋଜିତ ଏଚ୍ ଆର କନକ୍ଲେଭରେ ଏହି ମନ୍ତ୍ର ସହ ସଫଳତାର ଏକାଧିକ ମନ୍ତ୍ର ବାଣ୍ଟିଛନ୍ତି ଜାତୀୟ ଓ ଅନ୍ତର୍ଜାତୀୟ କମ୍ପାନୀ ମାନଙ୍କ ମାନବ ସମ୍ବଳ ଅଧିକାରୀଗଣ।ସଫଳତାର ମନ୍ତ୍ର ଦେଲେ ମାର୍କେଟ ଲିଡର । ମାନବ ସମ୍ବଳର ବିକାଶ ସହ ପରିଚାଳନା ଓ କାର୍ଯ୍ୟଦକ୍ଷତାର ଗୁରୁମନ୍ତ୍ର ଦେଇଛନ୍ତି । ବଖାଣିଲେ ନିଯୁକ୍ତି ଦକ୍ଷତା ସହ ଟିମ୍ ୱାର୍କର ଗୁରୁତ୍ବ । ଶିକ୍ଷା ଓ ଅନୁସନ୍ଧାନ ଡିମଡ ଟୁ ବି ୟୁନିରସିଟି ପରିସରରେ ଅନୁଷ୍ଠିତ ଏଚ୍ ଆର କନକ୍ଲେଭ ରେ ବିଭିନ୍ନ ପ୍ରମୂଖ କମ୍ପାନୀ ଓ ଅନୁଷ୍ଠାନର ମାନବ ସମ୍ବଳ ଅଧିକାରୀ ମାନେ ରଖିଛନ୍ତି ମତ । ସୋଆ, ଗ୍ଲୋବାଲ ମ୍ୟାନେଜମେଣ୍ଟ ଫୋରମର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ମାନବ ସମ୍ବଳ ଅଧିକାରୀ ସମ୍ମିଳନୀରେ ମାନବ ସମ୍ପଳ ବିକାଶ ନେଇ ଛାତ୍ର ଛାତ୍ରୀ ଓ ଅଧ୍ୟାପକ ମାନଙ୍କୁ ଦେଇଛନ୍ତି ସଫଳତାର ଗୁରୁ ମନ୍ତ୍ର । ଫ୍ଲିପକାର୍ଟ, ଆସେଞ୍ଚର , କଗନିଜେଣ୍ଟ, ଓରାକଲ ସଫ୍ଟଓୟାର, ଜେନପାକ୍ଟ ଟେକନୋଲୋଜୀ, ହୁଣ୍ଡାଇ ମୋଟର୍ସ, ଟାଇମସ ଗ୍ରୁପ , ରିଲିଏନ୍ସ , ଭଳି ଜାତୀୟ-ଅନ୍ତର୍ଜାତୀୟ କମ୍ପାନୀର ମାନବ ସମ୍ବଳ ଅଧିକାରୀ ମାନେ ସେମାନଙ୍କ ଅଭିଜ୍ଞତାରୁ ରଖିଛନ୍ତି ମତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.