କଙ୍ଗନା ରଣାଓ୍ବତଙ୍କୁ ସୁରକ୍ଷା ଯୋଗାଇବେ ହିମାଚଳପ୍ରଦେଶ ସରକାର, ନିର୍ଦ୍ଦେଶଦେଲେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର

Published By : Prameya-News7 Bureau | September 06, 2020 IST

ସିମଲା ୦୬/୦୯: କଙ୍ଗନା ରଣାଓ୍ବତ ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ କଳି ଥମିବାରେ ନାଁ ଧରୁନାହିଁ। ଗୋଟିଏ ପଟେ ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ କଙ୍ଗନାଙ୍କୁ ମହାରାଷ୍ଟ୍ରରେ ପୁରାଇ ନଦେବାକୁ ଧମକ ଦେଉଥିବା ବେଳେ ଦମ୍ଭ ଦେଖାଇଥିଲେ କ୍ବଇନ୍‌ କଙ୍ଗନା । କିନ୍ତୁ ଏହାକୁ ନେଇ ଅଭିନେତ୍ରୀଙ୍କ ପିତା ଚିନ୍ତା ପ୍ରକଟ କରିଥିଲେ । ଏହାସହ ହିମାଚଳପ୍ରଦେଶର ଜଣେ ବିଜେପି ବିଧାୟକ କଙ୍ଗନାଙ୍କ ସମର୍ଥନରେ ଛିଡ଼ା ହୋଇଥିଲେ। ଏବେ ହିମାଚଳପ୍ରଦେଶ ସରକାର କଙ୍ଗନାଙ୍କ ସୁରକ୍ଷା ଦାୟିତ୍ବ ନେଇଛନ୍ତି । ତେବେ ଏନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କଙ୍ଗନାଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା କରିବାକୁ ଡିଜିପିଙ୍କୁ ନିର୍ଦେଶ ଦେଇଛନ୍ତି ।

କିଛି ଦିନ ପୂର୍ବରୁ କଙ୍ଗନା ନିଜର ସୁରକ୍ଷା ପାଇଁ ହିମାଚଳପ୍ରଦେଶ ସରକାରଙ୍କୁ ଅପିଲ୍‌ କରିଥିଲେ । ଏହାସହ କଙ୍ଗନାଙ୍କ ପିତା ରାଜ୍ୟ ଡିଜିପିଙ୍କୁ ଝିଅ କଙ୍ଗନାଙ୍କ ସୁରକ୍ଷା ପାଇଁ ଚିଠି ଲେଖିଥିଲେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ।

wp:core-embed/twitter {"url":"https://twitter.com/ANI/status/1302626311257563136","type":"rich","providerNameSlug":"twitter","className":""}
https://twitter.com/ANI/status/1302626311257563136
/wp:core-embed/twitter

ଏହାସହ କଙ୍ଗନାଙ୍କ ଭଉଣୀଙ୍କ ଫୋନ ଆସିଥିଲା । ତେଣୁ କଙ୍ଗନାଙ୍କ ମୁମ୍ବାଇ ଯିବା ଠାରୁ ଆରମ୍ଭ କରି ସୁରକ୍ଷା ପର୍ଯ୍ୟନ୍ତ ସବୁ ଆମ ଦାୟିତ୍ବ ବୋଲି କହିଛନ୍ତି ଜୟରାମ ଠାକୁର।

ସୂଚନାଯୋଗ୍ୟ ଯେ, ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଗୋଟଏ ପରେ ଗୋଟିଏ ଲିଙ୍କ ପଦାକୁ ଆସୁଛି। ଇଡି, ଏନସିବି ଓ ସିବିଆଇ ମାମଲାରେ ବିଭିନ୍ନ ଦିଗ ଉପରେ ତଦନ୍ତ କରୁଛନ୍ତି । ଗତକାଲି ଏନସିବି ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଓ ସାମୁଏଲକୁ ଗିରଫ କରିଛି । ତେବେ ସୁଶାନ୍ତଙ୍କ ମୃତ୍ୟୁ ହେବା ପାଖରୁ ଏହା ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି କହିବା ସହ ବଲିଉଡ ଓ ମହାରାଷ୍ଟ୍ର ସରକାରଙ୍କୁ ଟାର୍ଗେଟ କରିଆସିଛନ୍ତି କଙ୍ଗନା ରଣାଓ୍ବତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.