ୟୁପି କାନପୁର ନିକଟରେ ହାଓ୍ଵଡା-ନୂଆଦିଲ୍ଲୀ ପୂର୍ବା ଏକ୍ସପ୍ରେସ୍‌ ଲାଇନ୍ଚ୍ୟୁତ, ଅନେକ ଆହତ

Published By : Prameya-News7 Bureau | April 20, 2019 IST

ନୂଆଦିଲ୍ଲୀ ୨୦|୪:  ଉତ୍ତର ପ୍ରଦେଶର କାନପୁର ନିକଟରେ ହାଓ୍ଵଡା-ନୂଆଦିଲ୍ଲୀ ପୂର୍ବା ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି । ଏକ୍ସପ୍ରେସର ୧୨ଟି ବଗି ଲାଇନଚ୍ୟୁତ ହେବାରୁ ୨୦ଜଣ ଆହତ ହୋଇଥିବା ସୂଚନା ମିଳିଛି ।

ଟ୍ରେନ୍‌ଟି ନୂଆଦିଲ୍ଲୀକୁ ଯାଉଥିବା ବେଳେ ରାତି ପ୍ରାୟ ୧୨ଟା ୩୦ ସମୟରେ କାନପୁର ନଗର ଜିଲ୍ଲା ଅନ୍ତର୍ଗତ ମହାରାଜପୁର ଥାନା ଅଧୀନସ୍ଥ ରୂମା ରେଳବାଇ ଷ୍ଟେସନ୍‌ ନିକଟରେ ଦୁର୍ଘଟଣା ହୋଇଥିଲା । ଲାଇନଚ୍ୟୁତ ହୋଇଥିବା ୧୨ଟି ଲିଙ୍କ୍‌ ହଫ୍‌ମ୍ୟାନ୍‌ ବୁସ୍‌ ବଗି ମଧ୍ୟରୁ ୪ଟି ଓଲଟି ପଡ଼ିଥିଲା। ଏସ୍‌୮, ଏସ୍‌୯, ବି୧, ଏଚ୍‌୧, ଏ୨, ପାଣ୍ଟ୍ରି କାର୍‌ ଏବଂ ଗୋଟିଏ ଏସ୍‌ଏଲ୍‌ଆର୍‌ ବଗି ଲାଇନଚ୍ୟୁତ । ଫଳରେ ୨୦ ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତ ଯାତ୍ରୀଙ୍କୁ ରିଲିଫ୍‌, ସହାୟତା, ସାହାଯ୍ୟ ଓ ଡାକ୍ତରୀ ଚିକିତ୍ସା ଯୋଗାଇ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.