‘ହାଉଡି ମୋଦି’- ହଷ୍ଟନରେ ଏକାଠି ଗର୍ଜିବେ ଦୁଇ ସିଂହ, ଟ୍ରମ୍ପ ଓ ମୋଦିଙ୍କର ଓ୍ୱିନ ଓ୍ୱିନ କାର୍ଯ୍ୟକ୍ରମ

Published By : Prameya-News7 Bureau | September 22, 2019 IST

ହଷ୍ଟନ (ଆମେରିକା) ୨୨।୦୯- ଆମେରିକାର ଟେକ୍ସାସ ହଷ୍ଟନ ସହରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାଉଡି ମୋଦି କାର୍ଯ୍ୟକ୍ରମ ରବିବାରରେ  ଅନୁଷ୍ଠିତ ହେବ ।  ୫୦ ହଜାର ଭାରତୀୟ ଆମେରିକୀୟଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ବୋଧନ କରିବେ ମୋଦି।  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ଟ୍ରମ୍ପ  – ମୋଦି ଉଭୟ ନେତାଙ୍କ ପାଇଁ ଏହା ଏକ  ୱିନ ୱିନ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମରେ ଟ୍ରମ୍ପ କିଛି ବଡ ଘୋଷଣା କରିବେ ବୋଲି ଚର୍ଚ୍ଚା ଜୋର ଧରିଛି।

{"id":161108}

ଆଉ କିଛି ସମୟର ଅପେକ୍ଷା । ହଷ୍ଟନରେ ଏକା ସଙ୍ଗେ ଶୁଭିବ ଦୁଇ ସିଂହଙ୍କ ଗର୍ଜନ । ଘେରି ରହିଥିବେ ୫୦ ହଜାର ଦର୍ଶକ ଆଉ ଏକାଠି ହେବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ।   ଆଉ କିଛି ସମୟ ପରେ ଆରମ୍ଭ ହେବ ହାଓଡି ମୋଦି କାର୍ଯ୍ୟକ୍ରମ। ଟେକ୍ସାସର ଏନଆରଜି ଷ୍ଟାଡିୟମରେ ପଚାଶ ହଜାର ଆମେରିକୀୟ ଭାରତୀୟଙ୍କୁ ମୋଦି ସମ୍ବୋଧନ କରିବେ। ଭାରତୀୟ ସମୟାନୁସାରେ ସନ୍ଧ୍ୟା ୭ଟା ୩୦ରେ କାର୍ଯ୍ୟକ୍ରମର ଆରମ୍ଭ ହେବ। ଆଉ ଏ ହେଉଛି ହଷ୍ଟନରେ ଦର୍ଶକଙ୍କ ଉତ୍ସୁକତାର ଦୃଶ୍ୟ।

{"id":161109}

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ  ଏହି କାର୍ଯ୍ୟକ୍ରମରେ ସାମିଲ ହେବେ। ଆମେରିକାରେ ଦୁଇ ରାଷ୍ଟ୍ରମୁଖ୍ୟ ୱାଶିଂଟନ ଡିସି ବାହାରେ ଭେଟିବା ଏହା ପ୍ରଥମ  ଘଟଣା ହେବ । ଏବର୍ଷ ଜାପାନର ଓସାକାରେ ଜି ୨୦ ଶିଖର ବୈଠକ ଓ ଫ୍ରାନ୍ସରରେ ଆୟୋଜିତ ଜି ୭ ବୈଠକ ପରେ ତୃତୀୟ ଥର ପାଇଁ ଟ୍ରମ୍ପ-ମୋଦିଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିବ।

{"id":161110,"width":557,"height":338}

ହାଉଡି ମୋଦି କାର୍ଯ୍ୟକ୍ରମ ଉଭୟ ଟ୍ରମ୍ପ- ମୋଦିଙ୍କୁ ଫାଇଦା ଦେବ। ଆସନ୍ତାବର୍ଷ  ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ପୁଣି ଥରେ ନିର୍ବାଚିତ ହୋଇ କ୍ଷମତାକୁ  ଫେରିବାକୁ ଲକ୍ଷ୍ୟ ରଖିଛନ୍ତି ଟ୍ରମ୍ପ। ତେଣୁ ଭାରତୀୟ ଆମେରିକୀୟ ଭୋଟ ବ୍ୟାଙ୍କ ହାତେଇବାକୁ ଟ୍ରମ୍ପଙ୍କ ପାଖରେ ରହିଛି ସୁଯୋଗ ।

୩ ଘଣ୍ଟା ଧରି ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଆମେରିକା କଂଗ୍ରେସ ଓ ସିନେଟ ସଦସ୍ୟଙ୍କ ସମେତ ୫୦ ହଜାର ଉତ୍ସାହୀ ପ୍ରବାସୀ ଭାରତୀୟ ଯୋଗଦେଇ ତାଙ୍କୁ ଅଭିନନ୍ଦନ ଜଣାଇବେ । ରାତି ୯ଟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହେବ ।  ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଡୋନାଲ୍ଡ ଟ୍ରମ୍ପ ଭାଷଣ ଦେବେ।  ୩ଟି ଭାଷା ହିନ୍ଦୀ, ଇଂରାଜୀ ଓ ସ୍ପେନିଶ୍ ଭାଷାରେ ଏହି କାର୍ଯ୍ୟକ୍ରମର ପ୍ରସାରଣ ହେବ ।

{"id":161111}

 ହଷ୍ଟନରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କାଶ୍ମୀର ପଣ୍ଡିତମାନଙ୍କର ଏକ ପ୍ରତିନିଧି ମଣ୍ଡଳୀ ଭେଟିଥିଲେ । ଧାରା ୩୭୦ ଉଚ୍ଛେଦ ନେଇ ୭ ଲକ୍ଷ କାଶ୍ମୀର ପଣ୍ଡିତ ତାଙ୍କ ପାଖରେ କୃତଜ୍ଞ ରହିବେ ବୋଲି କହିଥିଲେ ଆମେରିକାର ଏହି ପଣ୍ଡିତମାନେ। ଏପରିକି ଭାବ ବିହ୍ବଳ ଜଣେ ବ୍ୟକ୍ତି ତାଙ୍କ ହାତକୁ ଚୁମ୍ବନ ଦେଇ ଧନ୍ୟବାଦ ଜଣାଇଥିଲେ ।  ଆମେରିକା ଗସ୍ତ କାଳରେ ଆଜି ମୋଦି ଶକ୍ତି କ୍ଷେତ୍ରରେ କାମ କରୁଥିବା ସିଇଓ, ଶିଖ୍ ସଂପ୍ରଦାୟ,  ଓ ବୋରା ସଂପ୍ରଦାୟକୁ ଭେଟିଛନ୍ତି ।

{"id":161113}

ଆସନ୍ତାକାଲି  ନ୍ୟୁୟର୍କ ଯିବେ ମୋଦି । ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଯୋଗ ଦେବେ। ଆତଙ୍କବାଦ ପ୍ରସଙ୍ଗରେ ବିଶ୍ୱର ବହୁ ନେତାଙ୍କ ସହ ଆଲୋଚନା କରିବେ। ସେପ୍ଟେମ୍ବର ୨୪ରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଉପରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହି ଗସ୍ତ ଅବସରରେ ଗେଟସ୍ ଫାଉଣ୍ଡେଲନ ତରଫରୁ ମୋଦିଙ୍କୁ ଗ୍ଲୋବାଲ ଗୋଲ କିପର ଆୱାର୍ଡରେ ସମ୍ମାନିତ କରାଯିବ। ସେପ୍ଟେମ୍ବର ୨୫ରେ  ଡୋନାଲ୍ଡ ଟ୍ରମ୍ପଙ୍କ ସହ ୨୦ ଜଣ ନେତାଙ୍କ ସାକ୍ଷାତ ଆଲୋଚନା କାର୍ଯ୍ୟକ୍ରମ ରହିଛି। ସେପ୍ଟେମ୍ବର ୨୭ରେ ଜାତିସଂଘ ସାଧାରଣ ଅଧିବେଶନରେ ମୋଦି ଅଭିଭାଷଣ ଦେବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.