Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ଆମେରିକାରେ ମୋଦିଙ୍କ ପାଇଁ ସ୍ବତନ୍ତ୍ର ବ୍ୟଞ୍ଜନ : ସ୍ୱତନ୍ତ୍ର ‘ନମୋ ଥାଳି’ ପ୍ରସ୍ତୁତି କରିବେ ହଷ୍ଟନ୍ ସେଫ୍ କିରଣ ବର୍ମା

22/09/2019 at 8:33 AM

ନୂଆଦିଲ୍ଲୀ ୨୨/୯: ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ସ୍ୱତନ୍ତ୍ର ‘ନମୋ ଥାଳି’ ପ୍ରସ୍ତୁତି କରିବେ ହଷ୍ଟନ୍  ସେଫ୍  କିରଣ ବର୍ମା। ୟୁନାଇଟେଡ୍  ନେସନସ୍  ଜେନେରାଲ୍  ଆସେମ୍ବ୍ଲିର ୭୪ତମ ଅଧିବେଶନରେ ଯୋଗ ଦେବା ନିମନ୍ତେ ଆମେରିକାର ଏକ ହୋଟେଲ୍ ରେ ରହୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାଗି ସ୍ୱତନ୍ତ୍ର ମେନୁ ପ୍ରସ୍ତୁତି କରୁଛନ୍ତି ହଷ୍ଟନ୍ ର ଜଣେ ପାଚିକା।

ପ୍ରଧାନମନ୍ତ୍ରୀ କୌଣସି ସ୍ୱତନ୍ତ୍ର ଖାଦ୍ୟ ପାଇଁ ବରାଦ କରିନାହାନ୍ତି। କିନ୍ତୁ, ଯୁକ୍ତରାଷ୍ଟ୍ର ଆମେରିକା ରହଣି ସମୟରେ ପାଚିକା କିରଣ ବର୍ମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପରଷାଯିବା ପାଇଁ ସ୍ୱତନ୍ତ୍ର ‘ନମୋ’ ଥାଳି ପ୍ରସ୍ତୁତି କରୁଛନ୍ତି। ଦୁଇ ପ୍ରକାରର ‘ନମୋ’ ଥାଳି ପ୍ରସ୍ତୁତି ହେବ- ନମୋ ଥାଳି ମିଠାଇ ଏବଂ ନମୋ ଥାଳି ସେଉରି।

ଦେଶୀ ଘିଅରେ ସବୁ ବ୍ୟଞ୍ଜନ ପ୍ରସ୍ତୁତି ହେବ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଉଦ୍ଦିଷ୍ଟ ମେନୁରେ କିସମ କିସମର ଚଟଣି ବି ରହିବ। ନମୋ ଥାଳି ମିଠାଇରେ ରହିବ ଶ୍ରୀଖଣ୍ଡ, ରସମଲାଇ, ଗାଜର ହାଲୁଆ, ବାଦାମ ହାଲୁଆ। ନମୋ ଥାଳି ସେଉରିରେ ରହିବ ଖିଚିଡ଼ି, କଚୁଡ଼ି ଏବଂ ମେଥି ଥେପ୍ ଲା।

   Related Posts