କେମିତି ଜାଣିବେ ବନ୍ଧୁମାନେ ଆପଣଙ୍କ ମୋବାଇଲ ନମ୍ବର ସେଭ କରିଛନ୍ତି କି ନାହିଁ

Published By : Prameya-News7 Bureau | May 18, 2019 IST

ଅନେକ ସମୟରେ ଆପଣ ଫୋନ କରିବାବେଳେ ଆପଣଙ୍କ ପ୍ରିୟ ବନ୍ଧୁ ଆପଣ କି’ଏ ବୋଲି ଜାଣିପାରନ୍ତିନି। କିଏ କହୁଛନ୍ତି ବୋଲି ପଚାରିଥାନ୍ତି। ସେତେବେଳେ ସ୍ବତ୍ଃ ଆପଣ କହିପକାନ୍ତି କ’ଣ ମୋ ନମ୍ବର ସେଭ କରିନ କି ? ତେବେ  ଆପଣଙ୍କ ଫ୍ରେଣ୍ଡସ ଆପଣଙ୍କ ମୋବାଇଲ ନମ୍ବର ସେଭ କରିଛନ୍ତି କି ନା କେବେ ଆପଣ ନିଶ୍ଚିତ କରିଛନ୍ତି କି ?  ଯଦି କରି ନାହାନ୍ତି ତାହାଲେ ଆସନ୍ତୁ ଜାଣିବା ଏହାର ଉପାୟ।

{"id":113260,"align":"center","width":407,"height":243}

ଏଥିପାଇଁ ଆପଣଙ୍କୁ ବିଶେଷ କିଛି କରିବାକୁ ପଡିବ ନାହିଁ। କେବଳ ଆପଣ ହ୍ବାଟସଆପରେ ଏକ ନ୍ୟୁ ବ୍ରଡକାଷ୍ଟ ଗୃପ ସୃଷ୍ଟି କରିବାକୁ ଚେଷ୍ଟା କରନ୍ତୁ। ବାସ ଜାଣିପାରିବେ କେଉଁ ସାଙ୍ଗ ଆପଣଙ୍କ ନମ୍ବର ସେଭ କରିଛନ୍ତି ଆଉ କିଏ କରି ନାହାନ୍ତି। ମୋବାଇଲ ଫୋନରେ ହ୍ବାଟସଆପ୍ ଖୋଲି ରାଇଟ୍ ସାଇଡ ଥ୍ରୀଡଟ୍ ମେନ୍ୟୁ ଓପନ କରନ୍ତୁ। ସେଥିରେ ଥିବା ନ୍ୟୁ ବ୍ରଡକାଷ୍ଟ ଅପସନକୁ ସିଲେକ୍ଟ କରନ୍ତୁ। ଏହା ଦ୍ବାରା ଆପଣଙ୍କ ଫୋନରେ ଥିବା ସମସ୍ତ ମୋବାଇଲ କଣ୍ଟାକ୍ଟ ନମ୍ବର ଦେଖାଯିବ।

{"id":113261,"width":581,"height":492}

ହ୍ବାଟସଆପ୍ ରେ ଆପଣ ନୂଆ ଗୃପ ସୃଷ୍ଟି କଲେ ଏହାର ଲିମିଟେସନ ଅଛି। ଏଥିରେ ଆପଣ ଗୃପ ପାଇଁ ୨୫୬ଟି ନମ୍ବର ସିଲେକ୍ଟ କରିପାରିବେ। ଯଦି ଆପଣଙ୍କ କଣ୍ଟାକ୍ଟ ଲିଷ୍ଟରେ ୨୫୬ଟି ନମ୍ବର ଥାଏ ତେବେ ସବୁ ନମ୍ବର ସିଲେକ୍ଟ କରନ୍ତୁ। ଏହାଠାରୁ ଅଧିକ ନମ୍ବର ଥିଲେ ଏହି ପ୍ରକ୍ରିୟା ଦ୍ବାରା ନୂା ବ୍ରଡକାଷ୍ଟ ଗୃପ ସୃଷ୍ଟି କରି ସେଥିରେ ବାକି ନମ୍ବର ରଖିପାରନ୍ତି। ଆପଣଙ୍କ ନମ୍ବର ସିଲେକ୍ଟ ହୋଇଯିବା ପରେ ଆପଣଙ୍କ ଗୃପର ଯେକୌଣସି ନାମକରଣ କରିପାରିନ୍ତି। ଏବେ ଆପଣ ହ୍ବାଟସଆପରେ ଯାହାବି ସେନ୍ଦସ ଦେବେ ସବୁ କଣ୍ଟାକ୍ଟ ନମ୍ବରରେ ଆପଣଙ୍କ ବାର୍ତ୍ତା ପହଞ୍ଚିଯିବ।ସେମାନେ ଜାଣିବି ପାରିବେନି ଯେ ଆପଣ ପଠାଇଥିବା ବାର୍ତ୍ତା କୌଣସି ଗୃପରୁ ଆସିଛି ବୋଲି।

{"id":113262,"width":584,"height":332}

ଏବେ କିପରି ଜାଣିବେ ଆପଣଙ୍କ ବନ୍ଧୁ ଆପଣଙ୍କ ମୋବାଇଲ ନମ୍ବର ସେଭ କରିଛନ୍ତି କି ନା। ଏଥିପାଇଁ ଆପଣ ହ୍ବାଟସଆପରେ ନୂଆ କରି ସୃଷ୍ଟି କରିଥିବା ବ୍ରଡକାଷ୍ଟ ଗୃପରେ ହେଲୋ ଅଥବା ଗୁଡମର୍ଣ୍ଣିଂ ମ୍ୟାସେଜ ପଠାନ୍ତୁ। ଯେଉଁମାନଙ୍କ ମୋବାଇଲରେ ଇଣ୍ଟରନେଟ୍ ଆକ୍ଟିଭଥିବ ଓ ଆପଣଙ୍କ ନମ୍ବର ସେଭ ଥିବା ସେମାନଙ୍କ ମୋବାଇଲରେ ଆପଣଙ୍କ ବାର୍ତ୍ତା ପହଞ୍ଚିଯିବ। ଯେଉଁମାନଙ୍କ ମୋବାଇଲକୁ ଆପଣଙ୍କ ବାର୍ତ୍ତା ଯିବନି ସେ ଆପଣଙ୍କ ମୋବାଇଲ ନମ୍ବର ସେଭ କରିନଥିବା ଜାଣିବେ। ଏଥିପାଇଁ ତାଙ୍କୁବ୍ୟକ୍ତିଗତ ବାର୍ତ୍ତାରେ ଜଣାଇଲେ ସେ ସେଭ କରିନେବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.