Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||

ପେଟ୍ରୋଲ ପମ୍ପରେ ବିଭିନ୍ନ ଭାବରେ ଆପଣ ହୁଅନ୍ତି ଠକାମୀର ଶିକାର-ଜାଣନ୍ତୁ କେମିତି

3/09/2019 at 6:09 PM

ଏବେ ଦୈନନ୍ଦିନ ଜୀବନରେ ସମସ୍ତେ ପେଟ୍ରୋଲ ଓ ଡିଜେଲ୍‌ର ବ୍ୟବହାର କରୁଛନ୍ତି। ଗାଡିରେ ତେଲ ଭରିବା ପାଇଁ ସମସ୍ତେ ପେଟ୍ରାଲ ପମ୍ପକୁ ଯାଇଥାଆନ୍ତି । ମାତ୍ର ଅନେକ ପେଟ୍ରୋଲ ପମ୍ପରେ ଗ୍ରାହକ ବିଭିନ୍ନ ଉପାୟରେ ଠକାମୀର ଶିକାର ହୋଇଥାଆନ୍ତି ।
କେତେବେଳେ ପେଟ୍ରୋଲ ପମ୍ପର ମିଟରକୁ ରିମୋଟ ଦ୍ୱାରା ପରିଚାଳନା କରାଯାଇଥାଏ ।କେତେ ବେଳେ ତେଲ ଦେଉଥିବା ଲୋକ ନୋଜଲ୍‌କୁ ବାରମ୍ବାର ଚିପିବା ଦ୍ୱାରା କିଛି ମାତ୍ରାରେ କମ୍ ତେଲ ଯାଇଥାଏ ।
ଜାଣନ୍ତୁ କେତେ ଉପାୟରେ ହୋଇପାରିବେ ଠକାମୀର ଶିକାର

ଆପଣଙ୍କୁ ଧ୍ୟାନ ଅନ୍ୟ ଆଡେ କରିବା-
ବେଳେ ବେଳେ ପମ୍ପରେ ପେଟ୍ରୋଲ ଦେଉଥିବା ବ୍ୟକ୍ତି ଆପଣଙ୍କ ଧ୍ୟାନକୁ ଏପଟ ସେପଟ କରିବାପାଇଁ ଉଦ୍ୟମ କରିପାରନ୍ତି । ଏପରି କରିବା ସମୟରେ ସେ କମ୍‌ ପରିମାଣରେ ତେଲ ଦିଅନ୍ତି । ପେଟ୍ରୋଲ ଦେବା ସମୟରେ କ୍ୟାସିଅର୍‌ ଆପଣଙ୍କ ଆଗରେ ଛିଡା ହୋଇ ମିଟରକୁ ନ ଦେଖିବା ପରି ଅବସ୍ଥାରେ ରୁହନ୍ତି । ଏହି ସମୟରେ ତେଲ ଭରୁଥିବା ବ୍ୟକ୍ତି କମ୍‌ ତେଲ ଦେଇଥାଆନ୍ତି ।

ତେଲ ଦେବା ବେଳେ ମଝିରେ ବନ୍ଦ କରିବା-
ବେଳେ ବେଳେ ଆପଣଙ୍କୁ ତେଲ ଦେବା ବେଳେ ମଝିରୁ ତେଲ ଦେବା ବନ୍ଦ କରିଦିଅନ୍ତି । ୫୦୦ ଶହ ଟଙ୍କାର ତେଲ ପକାଉଥିବା ବେଳେ ୨୦୦ ଟଙ୍କା ଦେଇ ପୁଣି ଥରେ ତେଲ ଦେବା ଆରମ୍ଭ କରନ୍ତି । ଏପରି କଲେ କିଛି ତେଲ ରହିଯାଇଥାଏ ।

ମେସିନ୍‌ରେ ଏକ ଗ୍ୟାଜେଟ୍‌ ଲଗାଇଥାଆନ୍ତି ।
ବେଳେ ବେଳେ ପେଟ୍ରୋଲ ପମ୍ପର ମେସନନ ଭିତରେ ଏକ ଗ୍ୟାଜେଟ୍‌ ଲଗାଇ ତାଆନ୍ତି । ଏଥିରେ ଆବଶ୍ୟକତା ଠାରୁ କମ୍ ତେଲ ବାହାରିଥାଏ । ଏମତି କରି ସେମାନେ ତେଲ ଠକି ଥଆନ୍ତି ।
ନୋଜଲ୍‌କୁ ବନ୍ଦ କରି-
ବେଳେ ବେଳେ ତେଲ ଦେବା ବେଳେ ତେଲ ଦେଉଥିବା ଲୋକ ନୋଜଲର ହ୍ୟାଣ୍ଡେଲରେ ଥିବା ଡିସ୍‌ପେନସର୍‌ ବା ସ୍ୱିଚ୍‌କୁ ଦୁଇ ତିନିଥିର ଚିପି ଦେଇଥାଆନ୍ତି । ଏପରି କଲେ କିଛି ମିଲି ଲିଟର ତେଲ ରହିଯାଇଥାଏ । ପୁରା ଦିନରେ ଅନେକ ତେଲ ସେମାନ ଏପରି ଠକି ପାରନ୍ତି ।
ଲମ୍ବା ପାଇପ୍‌ –
ପେଟ୍ରେଲ ପମ୍ପରେ ଆବଶ୍ୟକତାଠାରୁ ଲମ୍ବା ପାଇପ୍‌ ବ୍ୟବହାର କରନ୍ତି । ଏପରି କଲେ ଡିଲର ପାଇଁ ଲାଭ ହୋଇଥାଏ । ଯେତିକି ପରିମାଣରେ ତେଲ ଦେବା କଥା ସେତିକି ତେଲ ପାଇପରୁ ବାହାରି ନଥାଏ ।ଏହା ପମ୍ପର ତେଲ ଟ୍ୟାଙ୍କକୁ ଫେରିଯାଇଥାଏ ।

ମିଶ୍ରିତ ବା ଭେଜାଲ ତେଲ
ବେଳେ ବେଲେ ତେଲରେ କିଛି ଦ୍ରବ୍ୟ ମିଶାଇ ଦେଇଥାଆନ୍ତି । ନାପଥା ନାମକ ତୈଳକୁ ପେଟ୍ରୋଲା କିମ୍ବା ଡିଜେଲ୍‌ରେ ମିଶାଯାଇଥାଏ। ଏହା ଶସ୍ତା ହୋଇଥିବା ବେଳେ ତେଲରେ ମିଶିଲେ ଜଣା ପଡେ ନାହିଁ । ତେଣୁ ଗାଡିର ଇଂଜିନ ଖରାପ ହୋଇଥାଏ ।
ସବୁ ବେଳେ ୧୦୦, ୨୦୦ , ୫୦୦ ଏମତି ତେଲ ନ ପକାଇ ୧୦୧ କିମ୍ବା ୧୦୫, ୨୧୦, ୨୧୫ ଏମିତି ତେଲ ପକାନ୍ତୁ । ଏମତି ହେଲେ ପମ୍ପର ମିଟରକୁ ଆଗରୁ ଫିକ୍ସ କରାଯାଇଥିଲେ , ଆପଣ ଠକାମୀରୁ ବଞ୍ଚି ପାରିବେ ।

ସବୁବେଳେ ଗାଡିରେ ତେଲ ଭରୁଥିବା ବେଳେ ପେଟ୍ରୋଲ ପମ୍ପର ମିଟର ଓ ତେଲଦେଉଥିବା ଲୋକ ଉପରେ ନଜର ଦିଅନ୍ତୁ ।
ସବୁ ବେଳେ ତେଲ ପକାଇବା ପରେ ଟଙ୍କା ଦିଅନ୍ତୁ । ତରବର ହୁଅନ୍ତୁ ନାହିଁ ।
ନୋଜଲଧରି ଥିବା ବ୍ୟକ୍ତି ଉପରେ ନଜର ଦିଅନ୍ତୁ ।

   Related Posts