Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ରାଶି ଅନୁସାରେ ରଣବୀର ଦୀପିକାଙ୍କ ବୈବାହିକ ଜୀବନ କେମିତି ରହିବ ଆସନ୍ତୁ ଜାଣିବା

16/11/2018 at 9:55 PM

ମୁମ୍ବାଇ ୧୬/୧୧ : ଆମେ ଜାଣିଛେ ଯେ, ଗତ ୧୪ ତାରିଖ ଏବଂ ୧୫ ତାରିଖରେ ରଣବୀର ସିଂ ଏବଂ ଦୀପିକା ପାଦୁକୋନ ଇଟାଲୀରେ କୋଙ୍କଣୀ ଏବଂ ସିନ୍ଧି ପରମ୍ପରା ଅନୁସାରେ ବିବାହ ବନ୍ଧନରେ ବାନ୍ଧି ହୋଇସାରିଛନ୍ତି | ଆସନ୍ତା ୧୮ ତାରିଖରେ ନବ ଦମ୍ପତି ଭାରତ ପ୍ରତ୍ୟାବର୍ତ୍ତନ କରିବେ | ତେବେ ରାଶି ଅନୁସାରେ ଉଭୟଙ୍କ ବୈବାହିକ ଜୀବନ କିଭଳି ରହିବ ଅସନ୍ଟୁ ଜାଣିବା :
ଜ୍ୟୋତିଷ ମଣିଷ ଶର୍ମାଙ୍କ କହିବାନୁଯାୟୀ ରଣବୀରର ରାଶି କୁମ୍ଭ ରାଶି ଏବଂ ଦୀପିକାଙ୍କ ତୁଳା ରାଶି ଅଟେ | ରଣବୀରଙ୍କ ଜନ୍ମ ଅଙ୍କ ୬ ହୋଇଥିବାବେଳେ ଦୀପିକାଙ୍କ ଜନ୍ମ ଅଙ୍କ ୫ |

ରଣବୀର ୧୯୮୫ ମସିହା ଜୁଲାଇ ୬ ତାରିଖରେ ଜନ୍ମ ହୋଇଛନ୍ତି | ଦୀପିକା ୧୯୮୬ ମସିହା ଜାନୁଆରୀ ୫ ତାରିଖରେ ଜନ୍ମ ହୋଇଛନ୍ତି | ଜନ୍ମ ସମୟରେ ଚନ୍ଦ୍ର ସ୍ଥିତି ଅନୁସାରେ ରଣବୀରଙ୍କ ରାଶି କୁମ୍ଭ ହୋଇଥିବାବେଳେ ଦୀପିକାଙ୍କ ରାଶି ତୁଳା ଅଟେ |

ଜ୍ୟୋତିଷଙ୍କ କହିବା ଅନୁଯାୟୀ ଏହି ଦୁଇଟି ରାଶିରେ ବିଶେଷ ସମାନତା ଦେଖାଯାଇନଥାଏ | କୁମ୍ଭ ରାଶିର ଗୁରୁ ଶନି ହୋଇଥିବାବେଳେ ତୁଳା ରାଶିର ଗୁରୁ ଶୁକ୍ର | ଏଭଳି ସ୍ଥିତିରେ ଉଭୟ ରାଶିର ସ୍ୱଭାବ ବିପରୀତ ହୋଇଥାଏ |

ଜ୍ୟୋତିଷ କହିଛନ୍ତି ଯେ, ଦୀପିକାଙ୍କ କୋଷ୍ଠୀରେ ପ୍ରେମ ବିବାହର ସଂଯୋଗ ଥିଲା | ଉଭୟଙ୍କ କୋଷ୍ଠୀରେ ଗୁରୁ ନୀଚ୍ଚରେ ରହିଛନ୍ତି | ରଣବୀରଙ୍କ କୋଷ୍ଠୀରେ ଶନି ଉଚ୍ଚରେ ଅଛନ୍ତି | ବିବାହ ପରେ ଶୁକ୍ରର ସଂଯୋଗ ଯୋଗୁଁ ରଣବୀରଙ୍କୁ କ୍ୟାରିଅରରେ ଭାଗ୍ୟ ବହୁତ ସହାୟତା କରିବା ବୋଲି ଜ୍ୟୋତିର୍ବିଦ ଶର୍ମା କହିଛନ୍ତି | ୫ ଅଙ୍କର ସ୍ୱାମୀ ଗ୍ରହ ବୁଧ ହୋଇଥିବାବେଳେ ୬ ଅଙ୍କର ସ୍ୱାମୀ ଗ୍ରହ ଶୁକ୍ର |
ତେବେ ଏହି ବିବାହରୁ ଦୀପିକାଙ୍କୁ ନିଜ କ୍ୟାରିଅରକୁ ନେଇ ବିଶେଷ କିଛି ଲାଭ ମିଳିବନାହିଁ ବୋଲି କହିଛନ୍ତି ଜ୍ୟୋତିର୍ବିଦ | ସେ ନିଜ ପରିଶ୍ରମର ଫଳ ପାଇବେ | ତେବେ ଉଭୟଙ୍କ ବୈବାହିକ ଜୀବନ ସୁଖମୟ ହେବ ଭବିଷ୍ୟତରେ କୌଣସି ବାଦ ବିବାଦ ସମ୍ଭାବନା ନହିଁ ବୋଲି କହିଛନ୍ତି ଜ୍ୟୋତିର୍ବିସ ଶର୍ମା |

ତେବେ ଦିପବିତ୍ରଙ୍କୁ ବିବାହ ଉଭୟଙ୍କ କର୍ମକ୍ଷେତ୍ର ପାଇଁ ବହୁତ ଲାଭପ୍ରଦ ହେବ ବୋଲି କହିଛନ୍ତି ପଣ୍ଡିତ ଶର୍ମା |

   Related Posts