ଅପ୍ରେଲ୍ ୧ତାରିଖରୁ ଲାଗୁ ହେବ ହୋମ୍ ପର୍ସନାଲ ଏବଂ ଅଟୋ ଲୋନର ନୂଆ ନିୟମ : ଜାଣନ୍ତୁ ଏହାର ନିୟମ

Published By : Prameya-News7 Bureau | March 09, 2019 IST

ନୂଆଦିଲ୍ଲୀ ୯/୩: ୨୦୧୯ ଅପ୍ରେଲ୍ ୧ ତାରିଖରୁ ଗୃହ ଏବଂ ଅଟୋ ଋଣରେ ଲାଗିଥିବା ସୁଧର ବ୍ୟବସ୍ଥା ବଦଳିଯିବ। ବ୍ୟାଙ୍କ ବର୍ତ୍ତମାନ ନିଜେ ସ୍ଥିର କରିଥାନ୍ତି ଯେ ସୁଧ ମୂଲ୍ୟ କେବେ ହ୍ରାସ-ବୃଦ୍ଧି କରିବା ଉଚିତ୍। କିନ୍ତୁ ଅପ୍ରେଲରୁ ବ୍ୟାଙ୍କକୁ ଆରବିଆଇର ରେପୋ ରେଟ୍ ହ୍ରାସ କରିବାର ତୁରନ୍ତ ପରେ ସୁଧ ମୂଲ୍ୟ କମାଇବାକୁ ପଡ଼ିବ। ଏହି ବ୍ୟବସ୍ଥା ଛୋଟ ବ୍ୟବସାୟକୁ ଦିଆ ଯାଉଥିବା କରଜ ଉପରେ ଲାଗୁ ହେବ। ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ନିଜ ପଲିସିରେ ଏହି ନିୟମ ପରିବର୍ତ୍ତନ କରିଛି।

{"id":91825,"width":593,"height":297}

ଫ୍ଲୋଟିଙ୍ଗ୍ ରେଟ୍ ଲୋନ୍ ପାଇଁ ଏକ୍ସଟରନାଲ୍ ବେଞ୍ଚମାର୍କର ଆରବିଆଇର ପ୍ରସ୍ତାବ ପ୍ରଶଂସାଯୋଗ୍ୟ ଅଟେ। ଏଥିରୁ କେବଳ ଯେ ଏମଏସଇ ସେକ୍ଟରକୁ ଫାଇଦା ହେବ ବରଂ ଫ୍ଲୋଟିଙ୍ଗ୍ ରେଟରେ ହୋମ୍ ଏବଂ ଅଟୋ ଋଣ ନେଉଥିବା ଗ୍ରାହକଙ୍କୁ ମଧ୍ୟ ଫାଇଦା ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.