Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୨୦୨୦ରେ କ’ଣ ରହିବ ଶନିଦେବଙ୍କ ଗତି: କାହାର ଶୁଭ, କାହାକୁ ଅଶୁଭ

14/12/2019 at 12:27 PM

ଜୀବନରେ ଶାନ୍ତି ଓ ଖୁସିରେ ଜୀବନ ଯାବନ ଅତିବାହିତ କରିବାକୁ ହେଲେ ଶନିଦେବଙ୍କ ଶୁଭ ଦୃଷ୍ଟି ରହିବା ନିହାତି ଆବଶ୍ୟକ। ଯେଉଁ ବ୍ୟକ୍ତିଙ୍କ ଉପ​‌ରେ ଶନିଙ୍କ କୋପ ଦୃଷ୍ଟି ପଡ଼େ ସେମାନଙ୍କ ଜୀବନରେ ଦୁଃଖର ଛାୟା ଖେଳି ଯାଏ। ଏହି କାରଣ ଯୋଗୁଁ ବିଭିନ୍ନ ପ୍ରକାର ସମସ୍ୟା ମଧ୍ୟ ମାଡ଼ି ଆସେ। ଜ୍ୟୋତିଷଶାସ୍ତ୍ର ଅନୁସାରେ ୨୦୨୦ ମସିହାରେ ଶନିଙ୍କ ଗତିରେ ପରିବର୍ତ୍ତନ ହେବ। ଆସନ୍ତା ବର୍ଷ ଶନିଙ୍କ ଗତିରେ ପରିବର୍ତ୍ତନ ଯୋଗୁଁ ରାଶିମାନଙ୍କ ଉପରେ କି ପ୍ରକାର ପ୍ରଭାବ ରହିବ ଆସନ୍ତୁ ଜାଣିବା।

ମେଷ– ଜ୍ୟୋତିଷଶାସ୍ତ୍ର ଅନୁସାରେ ଶନିଙ୍କ ଗତିରେ ପରିବର୍ତ୍ତନ ଯୋଗୁଁ ମେଷ ରାଶିର ବ୍ୟକ୍ତିଙ୍କ ଉପରେ ଶନିଙ୍କ ଶୁଭ ଦୃଷ୍ଟି ରହିବ। ଶୁଭ କାର୍ଯ୍ୟରେ ସଫଳତା ମିଳିବ। ଆସନ୍ତା ବର୍ଷ ଅର୍ଥାତ ୨୦୨୦ ମସିହାରେ ମେଷ ରାଶିର ବ୍ୟକ୍ତଙ୍କୁ ସମ୍ପତ୍ତି ଓ ଧନ ପ୍ରାପ୍ତିର ସୁଯୋଗ ରହିଛି।

ବୃଷ- ଜ୍ୟୋତିଷଶାସ୍ତ୍ର ଅନୁସାରେ ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ ଆସନ୍ତା ବର୍ଷ କଷ୍ଟଦାୟକ ରହିପାରେ। ଏହି ରାଶିର ବ୍ୟକ୍ତିଙ୍କ ଉପରେ ଶନିଙ୍କ ଅଶୁଭ ଦୃଷ୍ଟି ପଡ଼ିବ। ଆର୍ଥିକ ସମସ୍ୟା ଲାଗି ରହିବ।

ମିଥୁନ-  ଶନିଙ୍କ ଗତିରେ ପରିବର୍ତ୍ତନ ଯୋଗୁଁ ମିଥୁନ ରାଶିର ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ଟିକେ ଖରାପ ରହିବ। ପାରିବାରିକ ଜୀବନ ସୁଖମୟ ହେବ। ଶନିଙ୍କ ଗତିରେ ପରିବର୍ତ୍ତନ ଯୋଗୁଁ କ୍ୟାରିୟରେ ଟିକେ ପରିବର୍ତ୍ତନ ଆସିପାରେ।

କର୍କଟ ବର୍ଷ ଆରମ୍ଭରୁ ଏହି ରାଶିର ବ୍ୟକ୍ତିଙ୍କ ଉପରେ ଶନିଙ୍କ ଶୁଭ ଦୃଷ୍ଟି ରହିବ। ବର୍ଷ ଶେଷ ଆଡ଼କୁ କର୍କଟ ରାଶିର ବ୍ୟକ୍ତିଙ୍କ ଉପରେ ଶନିଙ୍କ ଅଶୁଭ ଦୃଷ୍ଟି ପଡ଼ିବ। ଯାହାଫଳରେ ପାରିବାରିକ କଳହ, ଆର୍ଥିକ ଅନଟନ ଓ ଦାମ୍ପତ୍ୟ ଜୀବନରେ ଅଶାନ୍ତି ସୃଷ୍ଟି ହୋଇପାରେ।

ସିଂହ- ଶନିଙ୍କ ଗତିରେ ପରିବର୍ତ୍ତନ ଯୋଗୁଁ ସିଂହ ରାଶିର ବ୍ୟକ୍ତିଙ୍କ ଜୀବନରେ ସଂଘର୍ଷ ବଢ଼ିବ। ପିଲାମାନେ ନିଜ କ୍ୟାରିୟର ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ। ବିବାହ ଓ ଶୁଭ କାର୍ଯ୍ୟରେ ସମାନ୍ୟ ବାଧାବିଘ୍ନ ଉପୁଜି ପାରେ।

କନ୍ୟା- ଶନିଙ୍କ ଗତିରେ ପରିବର୍ତ୍ତନ ଯୋଗୁଁ ଏହି ରାଶିଙ୍କ ଉପରେ ଶନିଙ୍କ ଶୁଭ ଦୃଷ୍ଟି ରହିବ। ପାରିବାରିକ, ଆର୍ଥିକ ଓ ବ୍ୟବସାୟରେ କ୍ଷେତ୍ରରେ ଶୁଭଫଳ ମିଳିବ।

ତୁଳା- ଶନିଙ୍କ ଶୁଭ ଦୃଷ୍ଟି ରହିବ। ଏହି ରାଶିର ବ୍ୟକ୍ତିଙ୍କୁ ଜୀବନ​‌ରେ ସାମାନ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। କିନ୍ତୁ ଏମିତି କିଛି କାର୍ଯ୍ୟ ରହିଛି ଯାହା ଆପଣଙ୍କୁ ଖୁସି ଦେବ। ଏହି କ୍ଷେତ୍ରରେ ଶନି ଦେବଙ୍କ ଶୁଭ ଦୃଷ୍ଟି ଆପଣଙ୍କ ଉପ​‌ରେ ରହିବ।

ବିଛା- ବିଛା ରାଶିର ବ୍ୟକ୍ତିମାନଙ୍କ ଉପରେ ଶନିଙ୍କ ଶୁଭ ଦୃଷ୍ଟି ରହିବ। ବ୍ୟବସାୟ ଓ ଚାକିରି କ୍ଷେତ୍ରରେ ଶୁଭଫଳ ମିଳିବ। ଅହଂକାର ବଢ଼ିବାରୁ କିଛି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।

ଧନୁ- ଆସନ୍ତା ବର୍ଷ ଅର୍ଥାତ ୨୦୨୦ ମସିହାରେ ଆପଣଙ୍କ ଜୀବନରେ ଖୁସି, ଶାନ୍ତି ଓ ସମୃଦ୍ଧି ଭରିଯିବ। ସଂପର୍କୀୟଙ୍କ ସହ ମଧୁର ସଂପର୍କ ସ୍ଥାପନ କରିବେ। ଏହି ରାଶିର ବ୍ୟକ୍ତିଙ୍କ ଉପରେ ଶନିଙ୍କ ଶୁଭ ଦୃଷ୍ଟି ରହିବ।

ମକର- ମକର ରାଶିର ବ୍ୟକ୍ତିଙ୍କ ଉପ​‌ରେ ଶନିଙ୍କ ଶୁଭ ଦୃଷ୍ଟି ରହିବ। ଜୀବନରେ ଉନ୍ନତି କରିବେ। ପାରିବାରିକ ଓ ଆର୍ଥିକ ସମସ୍ୟା ଦୂର ହେବ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ।

କୁମ୍ଭ- ଶନିଙ୍କ ଗତିର ପରିବର୍ତ୍ତନ ଯୋଗୁଁ କୁମ୍ଭ ରାଶିର ବ୍ୟକ୍ତିଙ୍କ ଜୀବନରେ ବଡ଼ ପରିବର୍ତ୍ତନ ହେବ। ବାପା, ମାଆ, ଭାଇ ଓ ଭଉଣୀଙ୍କ ପାଖରୁ ସ୍ନେହ,ଶ୍ରଦ୍ଧା ପାଇବେ। ଏହି ରାଶିର ବ୍ୟକ୍ତିଙ୍କ ଉପରେ ଶନିଙ୍କ ଶୁଭ ଦୃଷ୍ଟି ରହିବ।

ମୀନ– ଆସନ୍ତା ବର୍ଷ ଶନିଙ୍କ ଗତିରେ ପରିବର୍ତ୍ତନ ଯୋଗୁଁ ମୀନ ରାଶିର ବ୍ୟକ୍ତିମାନେ ଜୀବନରେ ଉନ୍ନତି କରିବେ। ଶୁଭ କାର୍ଯ୍ୟରେ ସଫଳ ପାଇବେ। ବିଶେଷ କରି ପିଲାମାନଙ୍କ କ୍ୟାରିୟର ଭଲ ରହିବ। ଏହି ରାଶିର ବ୍ୟକ୍ତିଙ୍କ ଉପରେ ଶନିଙ୍କ ଶୁଭ ଦୃଷ୍ଟି ରହିବ।

   Related Posts