Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜନ୍ମ ମାସରୁ ଜାଣନ୍ତୁ କିପରି ରହିବ ଆପଣଙ୍କ ସ୍ବାସ୍ଥ୍ୟ ଧାରା

27/04/2019 at 4:05 PM

ଜନ୍ମରାଶି ଓ ସ୍ବାସ୍ଥ୍ୟ ମଧ୍ୟରେ ସମ୍ପର୍କ ଥାଏ । ପିଲା ଦିନେ କେବେ ଆମର ଦେହ ଖରାପ ହେଲେ ଏ ନେଇ ବୟସ୍କ ଲୋକେ ଘରେ ଆଲୋଚନା କରୁଥିବା ବି ଆମେ ଶୁଣିଛେ । ହୁଏତ ଏ କଥା ଶୁଣିଲେ କାହାକୁ ଆଶ୍ଚର୍ଯ୍ୟ ବି ଲାଗିପାରେ, ହେଲେ ଗ୍ରହ ନକ୍ଷତ୍ରଙ୍କ ସହ ଆମର ସ୍ବାସ୍ଥ୍ୟ ଧାରା ମଧ୍ୟ ଜଡିତ ବୋଲି ଗବେଷଣାରୁ ଜଣାପଡିଛି । ଆମର ଜନ୍ମ ମାସ ଓ ଆଗକୁ ହେଉଥିବା ଶାରୀରିକ ବିକାଶର ଦୃଢ ସମ୍ପର୍କ ରହିଛି ।

ଆପଣ ଜନ୍ମ ନେଇଥିବା ମାସ ଓ ଋତୁର ପ୍ରଭାବ ଅନେକାଂଶରେ ଆପଣଙ୍କ ଜନ୍ମର ପରିବେଶ ଉପରେ ନିର୍ଭର କରିଥାଏ । ଏଥିରେ ଋତୁ ଅନୁଯାୟୀ ଏଲର୍ଜିର ଆଶଂକା ଓ ଭିଟାମିନ-ଡିର ଉପଲବ୍ଧତା ଆଦି କାରଣ ମଧ୍ୟ ସମ୍ପୃକ୍ତ ଥାଏ। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ମା କୋଳରେ ଶିଶୁ ବିତାଉଥିବା ଋତୁର ପ୍ରଭାବ ମାର ସ୍ବାସ୍ଥ୍ୟ ଓ ଶରୀର ହୋଇ ଶିଶୁ ପର୍ଯ୍ୟନ୍ତ ପହଞ୍ଚିଥାଏ । ଏଣୁ ଏହି ସବୁ ମାସରେ ଜନ୍ମ ନେଇଥିବା ଶିଶୁଙ୍କଠାରେ ପ୍ରୟତଃ ମାଙ୍କ ଭଳି ସ୍ବଭାବ ଓ ବେମାରୀ ଦେଖାଯାଏ।

ପ୍ରାଚୀନ ଆର୍ୟୁବେଦ ବିଜ୍ଞାନ ମଧ୍ୟ ଶିଶୁର ଜନ୍ମ ସମୟ ଗ୍ରହସ୍ଥିତି ଅନୁସାରେ ଜୀବନକାଳର ସ୍ବାସ୍ଥ୍ୟସ୍ଥିତି ନିର୍ଦ୍ଧାରଣ କରିଥାଏ।  ଆପଣଙ୍କ ସ୍ବାସ୍ଥ୍ୟର ଏହା ନିଶ୍ଚିତ ଆକଳନ ହୋଇ ନପାରେ , ହେଲେ ଜନ୍ମ ସମୟରେ ଏହା କିପରି ଶିଶୁର ମାନସିକ ଓ ଶାରୀରିକ ସଂରଚନାକୁ ପ୍ରଭାବିତ କରିଥାଏ ଆସନ୍ତୁ ତାହା ଜାଣିବା ।

ଜନୁୟାରୀରୁ ମାର୍ଚ୍ଚ ମଧ୍ୟରେ ଜନ୍ମିତ ଶିଶୁ

ଯେଉଁ ଶିଶୁମାନେ ଗ୍ରୀଷ୍ମ ଋତୁରେ ଗର୍ଭ ସଞ୍ଚାର ହୋଇଥାନ୍ତି ସେମାନଙ୍କର ଜନ୍ମ  ବର୍ଷର ପ୍ରଥମ ୩ ମାସ ମଧ୍ୟରେ ହୋଇଥାଏ । ଏହି ସମୟରେ ମା ଗର୍ଭରେ ପ୍ରଚୁର ଭିଟାମିନ-ଡି ସୃଷ୍ଟି ହୋଇଥାଏ। ଏଣୁ ଶିଶୁଙ୍କ ଶାରୀରିକ ବିକାଶରେ ସକରାତ୍ମକ ପ୍ରଭାବ ପଡିଥାଏ । ତେବେ କିଛି କ୍ଷେତ୍ରରେ ମାର୍ଚ୍ଚ ମାସରେ ଜନ୍ମ ହୋଇଥିବା ଶିଶୁ ପରିଣତ ବୟସରେ ହୃଦ ରୋଗ ଜନିତ ସମସ୍ୟାରେ ଆକ୍ରାନ୍ତ ହେଉଥିବା ଅଧ୍ୟୟନରୁ ଜଣାପଡିଛି ।

ଏପ୍ରିଲରୁ ଜୁନ

ଗ୍ରୀଷ୍ମ ଋତୁରେ ଜନ୍ମ ହୋଇଥିବା ଶିଶୁଙ୍କ ପରବରର୍ତ୍ତି ଜୀବନରେ ନେତ୍ର ରୋଗ ସମସ୍ୟା ଦେଖା ଦେଇଥାଏ । ଏହାର କାରଣ ହେଲା ଜନ୍ମ ହେବା ପରେ ଶିଶୁ ସମ୍ମୁଖୀନ ହେଉଥିବା ପ୍ରଖର ଆଲୋକ । ସାଧାରଣତଃ ଗ୍ରୀଷ୍ମ ଋତୁରେ ସୂର୍ଯ୍ୟଙ୍କ କିରଣ ସ୍ପଷ୍ଟ ହୋଇଥାଏ । ଏଣୁ ପ୍ରଚୁର ଆଲୋକ ହିଁ ଏହି ସମସ୍ୟାର ମୁଖ୍ୟ କାରଣ । ସେହିପରି ଗ୍ରୀଷ୍ମ ଋତୁରେ ଜନ୍ମ ନେଉଥିବା ଶିଶୁଙ୍କ ସ୍ବଭାବକ ସାଇକ୍ଲୋଥର୍ମିକ ଅର୍ଥାତ ସେମାନଙ୍କ ମିଜାଜରେ ଅଚାନକ ପରିବର୍ତ୍ତନ ପରିଲକ୍ଷିତ ହେବା ଏକ ସାଧାରଣ କଥା। ସୂର୍ଯ୍ୟଙ୍କ ଅଧିକ କିରଣ ଯୋଗୁ ମାନସିକ ସ୍ବାସ୍ଥ୍ୟକୁ ନିୟନ୍ତ୍ରିତ କରୁଥିବା ମସ୍ତିକ ରସାୟନ ପ୍ରଭାବିତ ହେଉଥିବାରୁ ଏଭଳି ହୋଇଥାଏ ।

ଜୁଲାଇରୁ ସେପ୍ଟେମ୍ବର

ସାଧାରଣତଃ ଜୁଲାଇରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ପରିବେଶରେ ଏଲର୍ଜି ସୃଷ୍ଟି କରୁଥିବା ଧୂଳିକଣା ଅଧିକ ପରିମାଣରେ ରହିଥାଏ । ଶିଶୁ ଅବସ୍ଥାରେ ପାଗଜନିତ ଧୂଳିକଣା ଯୋଗୁ ପରବର୍ତ୍ତି ଜୀବନରେ ଆଜମା ଭଳି ରୋଗର ଶିକାର ହେବାର ସମ୍ଭାବନା ରହିଥାଏ । ଏହି ମାସରେ ଜନ୍ମ ହୋଇଥିବା ଶିଶୁଙ୍କ ଠାରେ ଆଜମା ଓ ଏଲର୍ଜି ଜନିତ ସମସ୍ୟା ଅଧିକ ଦେଖା ଯାଇଥାଏ ।

ଅକ୍ଟୋବରରୁ ଡିସେମ୍ବର

ଥଣ୍ଡା ପାଗରେ ଜନ୍ମ ହୋଇଥିବା ଶିଶୁଙ୍କ ଠାରେ ନ୍ୟୁରୋଲଜିକାଲ ସମସ୍ୟା ଅଧିକ ଦେଖା ଦେଇଥାଏ । ଏଥିରୁ ଅକ୍ଚୋବର ଓ ନଭେମ୍ବର ମାସରେ ଜନ୍ମ ହୋଇଥିବା ଶିଶୁଙ୍କ ଠାରେ ନିଶ୍ବାସ ପ୍ରଶ୍ବାସ ରୋଗ ସହିତ ପ୍ରଜନନ ସମ୍ପର୍କିତ ସମସ୍ୟା ଅଧିକ ଦେଖାଦିଏ।  ତେବେ ଏହି ସମୟରେ ଜନ୍ମ ହୋଇଥିବା ଶିଶୁଙ୍କ ଆୟୁ ଦୀର୍ଘ ହୋଇଥାଏ । ଏହି ଶିଶୁଙ୍କ ଠାରେ ହୃଦରୋଗର ବିପଦ ମଧ୍ୟ କମ ଥାଏ ।

   Related Posts