ମାଗଣାରେ ରେଲୱେ ଷ୍ଟେସନରେ କିପରି ବ୍ୟବହାର କରିବେ ୱାଇ-ଫାଇ, ଜାଣନ୍ତୁ ଏହାର ପୁରା ପ୍ରକ୍ରିୟା

Published By : Prameya-News7 Bureau | January 19, 2022 IST


ନୂଆଦିଲ୍ଳୀ ୧୯।୦୧ :
ସାଧାରଣତଃ ସମସ୍ତେ ଜାଣିଛନ୍ତି ଭାରତୀୟ ରେଳ ଷ୍ଟେସନରେ ମାଗଣାରେ ୱାଇ-ଫାଇ ସୁବିଧା ମିଳିଥାଏ । କିନ୍ତୁ ଏହି ସୁବିଧା ସବୁ ରେଳ ଷ୍ଟେସନରେ ମିଳେ ନାହିଁ । ହେଲେ ଅଧିକାଂଶ ପ୍ରମୁଖ ବଡ ବଡ ରେଳ ଷ୍ଟେସନରେ ଏହା ଉପଲବ୍ଧ ହୋଇଥାଏ । କହିବାକୁ ଗଲେ ଇଣ୍ଟରନେଟ୍ ବର୍ତ୍ତମାନ ଆମର ଜୀବନଶ ଶୈଳୀର ଏକ ଅଂଶ ପାଲଟି ଯାଇଛି । ଇଣ୍ଟରନେଟ୍ ବିନା ଦିନ ଗୁଡିକ ଅସମ୍ପୂର୍ଣ୍ଣ ମନେ ହୁଏ । ଆମର ଏପରି ଅନେକ କାର୍ଯ୍ୟ ରହିଥାଏ ଯେଉଁଥିପାଇଁ ଇଣ୍ଟରନେଟ୍ର ଆବଶ୍ୟକ ପଡିଥାଏ ।

ଯେତେବେଳେ ଆମେ କୌଣସି ସ୍ଥାନକୁ ଯିବା ପାଇଁ ଷ୍ଟେସନରେ ଟ୍ରେନକୁ ଅପେକ୍ଷା କରିଥାଉ, ସେହି ସମୟରେ ଆମେ ଖାଲି ସମୟରେ ଇଣ୍ଟରନେଟ ଯୋଗୁଁ ମୋବାଇଲରେ ଅନେକ ଜିନିଷ କରିପାରିବା । ତେବେ ଥରେ ଭାବନ୍ତୁ ଯେ ଆପଣଙ୍କ ପାଖରେ ବହୁତ ସମୟ ଅଛି କିନ୍ତୁ ମୋବାଇଲ୍ ନେଟୱାର୍କରୁ ନେଟ୍ ଆପଣଙ୍କ ଫୋନରେ କାମ କରୁନାହିଁ । ତେଣୁ ସେହି ସମୟ କୌଣସି ଲାଭ ହେବ ନାହିଁ । ଏଥିପାଇଁ ଆଜି ଆମେ ଆପଣଙ୍କୁ କହୁଛୁ ଯେ ରେଳ ଷ୍ଟେସନରେ ଆପଣ କିପରି ମାଗଣାରେ ଇଣ୍ଟରନେଟ୍ ବ୍ୟବହାର କରିପାରିବେ ।

ରେଲୱେ ଷ୍ଟେସନରେ କିପରି ୱାଇ-ଫାଇର ବ୍ୟବହାର କରିବେ-

ସର୍ବ ପ୍ରଥମେ ଆପଣଙ୍କ ସ୍ମାର୍ଟଫୋନରେ ୱାଇ-ଫାଇର ସେଟିଂକୁ ଯାଆନ୍ତୁ। ଉପଲବ୍ଧ ଥିବା ନେଟୱାର୍କ ଗୁଡିକ ସର୍ଚ୍ଚ କରନ୍ତୁ । ରେଲୱେୟାର ନେଟୱାର୍କକୁ ଚୟନ କରନ୍ତୁ । ବର୍ତ୍ତମାନ ଆପଣଙ୍କର ମୋବାଇଲ୍ ବ୍ରାଉଜରରେ railWire.Co.in ୱେବପେଜ ଖୋଲନ୍ତୁ । ଏବେ ମୋବାଇଲ୍ ନମ୍ବର ପକାନ୍ତୁ । ଏହାପରେ ଆପଣଙ୍କ ମୋବାଇଲ୍ ନମ୍ବରକୁ ଏକ OTP ଆସିବ । ରେଳବାଇକୁ ସଂଯୋଗ କରିବା ପାଇଁ ଏହି OTP କୁ ପାସୱାର୍ଡ ଭାବରେ ବ୍ୟବହାର କରନ୍ତୁ । ବର୍ତ୍ତମାନ ଆପଣ ସଫଳତାର ସହିତ ରେଳୱେରେ ଯୋଡି ହୋଇ ମାଗଣାରେ ,ୱାଇ-ଫାଇ ବ୍ୟବହାର କରିପାରିବେ ।

ଡିଜିଟାଲ ଇଣ୍ଡିଆ କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଯେପରିକି ସର୍ବସାଧାରଣ ସ୍ଥାନରେ ମାଗଣା ୱାଇଫାଇ ଯୋଗାଇବା ସହ ରେଳ ଷ୍ଟେସନରେ ମାଗଣା ୱାଇଫାଇ ସେବା ଯୋଗାଇବା ପାଇଁ ଗୁଗୁଲ୍ ଇନ୍ ରେଲୱେ ଟେଲିକମ୍ କମ୍ପାନୀ ରେଳ ଟେଲ ସହିତ ସହଭାଗୀ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.