ଘରେ ବସି ବଦଳାଇ ପାରିବେ ଆଧାର କାଡରେ ଠିକଣା, ଜାଣନ୍ତୁ କିପରି

Published By : Prameya-News7 Bureau | May 18, 2019 IST

ଦେଶରେ ଆଧାର କାଡ ଏବେ ପ୍ରତି ବ୍ୟକ୍ତିଙ୍କ ପରିଚୟର ଆଧାରରେ ପରିଣତ ହୋଇଛି। ଏଣୁ ଆଧାର କାଡ କେତେ ଜରୁରି ତାହା କେବଳ ଅନୁମାନ କରାଯାଇପାରେ। ତେବେ ଆଧାରକାଡକୁ ନେଇ ଲୋକଙ୍କ ସମସ୍ୟା କିନ୍ତୁ ଥମିବାରେ ନାଁ ନେଉନି। ଲୋକେ ନିଜ ଘରଠୁ ବାହାରେ ଥିବା ବେଳେ କରିଥିବା ଆଧାର କାଡର ଠିକଣା ହେଉ କି  ଭଡା ଘର ବଦଳାଇବା ଯୋଗୁ  ଆଧାରକାଡ ଠିକଣା ବଦଳିବା  କାଠିକର ପାଠ ହୋଇଯାଉଛି । ହେଲେ ଏବେ ୟୁଆଇଡିଏଆଇ ଏଥିରେ ପରିବର୍ତ୍ତନ କରିଛନ୍ତି । ଏବେ ଆଧାର କାଡର ଠିକଣା ବଦଳାଇବା ପାଇଁ ଆଉ ଆଗଭଳି ଆପଣଙ୍କୁ ଝିନଝଟରେ ପଡିବାକୁ ହେବନି। ଆସନ୍ତୁ ଜାଣିବା କରିବେ କ’ଣ ?

{"id":113402}

ଏଥିପାଇଁ ଆପଣଙ୍କୁ ୟୁଆଇଡିଏଆଇଙ୍କ ଓ୍ୱେବ ସାଇଟ ୟୁଆଇଡିଏଆଇ ଡଟ୍ ଜିଓଭି ଡଟ୍ ଇନକୁ ଯିବାକୁ ପଡିବ। ଏଥିରେ ଥିବା ଅପସନ ଅପଡେଟ ଇୟୋର ଆଡ୍ରେସ ଅନଲାଇନରେ କ୍ଲିକ୍ କରନ୍ତୁ। ଆଧାର ସେଲ୍ଫ ସର୍ଭିସ ଅପଡେଟ ପୋର୍ଟାଲ ନାମରେ ଏକ ନୂଆ ଟ୍ୟାବ୍ ଖୋଲିଯିବ। ଏଥିରେ ଠିକଣା ପରିବର୍ତ୍ତନ କରିବାକୁ ଆପଣଙ୍କୁ ୨ଟି ବିକଳ୍ପ ମିଳିବ। ଏଥିରୁ ଗୋଟିକରେ ଆପଣ ଭେଲିଡ ଆଡ୍ରେସ ପ୍ରମାଣ ପତ୍ର ଜରିଆରେ ନିଜର ଠିକଣା ପରିବର୍ତ୍ତନ କରିପାରିବେ ନଚେତ ଆଡ୍ରେସ ଭେଲିଡେସନ ଲେଟର ଜରିଆରେ ନିଜର ନୂଆ ଠିକଣାକୁ ଆଧାରରେ ଅପଡେଟ କରିପାରିବେ।

{"id":113403}

ଭେଲିଡ ଆଡ୍ରେସ ପ୍ରମାଣ ପତ୍ର ଜରିଆରେ ଠିକଣା ଅପଡେଟ କରିବାକୁ ହେଲେ ଅପଡେଟ ଆଡ୍ରେସ ଭାୟା ଭେଲିଡ ଆଡ୍ରେସ ପ୍ରୁଫ ଅପସନରେ କ୍ଲିକ କରନ୍ତୁ। ଏହା ପରେ ଆପଣ ନୂଆ ଆଡ୍ରେସ ଭରି ଅପଡେଟ କରିବା ସହ ପ୍ରିଭ୍ୟୁ କରନ୍ତୁ। ଏଥିରେ ଆପଣ ଆପଣଙ୍କର ନୂଆ ଠିକଣା ଦେଖିବାକୁ ପାଇବେ। ଏହାର ତଳେ ଦିଆଯାଇଥିବା ଚେକ୍ ବକ୍ସରେ କ୍ଲିକ କରି ସବମିଟ୍ ଟ୍ୟାବରେ କ୍ଲିକ୍ କରନ୍ତୁ। ନୂଆ ଆଡ୍ରେସ ପ୍ରମାଣ ଭାବେ ଆପଣ ପାସପୋର୍ଟ, ବ୍ୟଙ୍କ ଷ୍ଟେଟମେଣ୍ଟ, ରେସନ କାର୍ଡ ଅଥବା ଭୋଟର ଆଇଡିକୁ ଅପଡେଟ କରିପାରନ୍ତି। ଆଡ୍ରେସ ଅପଡେଟ କରିବା ପରେ ପେଜ୍ ରେ ୟୁଆରଏନ ଅର୍ଥାତ ଅପଡେଟ ରିକ୍ବେଷ୍ଟ ନମ୍ବର ଆସିବ। ଆପଣଙ୍କ ରେଫରେନ୍ସ ପାଇଁ ତାକୁ ନୋଟ କରି ନିଅନ୍ତୁ।

{"id":113404}

ଯଦି ଆପଣ ଆଡ୍ରେସ ଭେଲିଡେସନ ଲେଟର ଦ୍ବାରା ଠିକଣା ପରିବର୍ତନ କରିବାକୁ ଚାହାନ୍ତି ତେବେ ଏଥିପାଇଁ ଆପଣଙ୍କୁ ୟୁଆଇଡିଏଆଇଙ୍କଠାରୁ ଭେଲିଡେସନ ଲେଟର ଆଣିବା ଦରକାର ହେବ। ଆପଣ ଯେଉଁ ଠିକଣାରେ ଆଡ୍ରେସ୍ ଭେଲିଡେସନ କରିବାକୁ ଚାହୁଁଛନ୍ତି ସେହି ଠିକଣା ଆପଣଙ୍କ ପରିଚିତ ଲୋକଙ୍କର ହୋଇଥିବା ଦରକାର। ଏଥିପାଇଁ ତାଙ୍କର ସହମତି ମଧ୍ୟ ଆବଶ୍ୟକ। କେମିତି କରିବେ ଠିକଣା ଅପଡେଟ, ଏଥିପାଇଁ ପ୍ରଥମେ କେପ୍ଚା ଏବଂ ଓଟିପି ଦ୍ବାରା ଲଗଇନ କରନ୍ତୁ। ଏହା ପରେ ସିକ୍ରେଟ କୋଡ ଦେଇ ଆଡ୍ରେସ ଅପଡେଟ କରନ୍ତୁ। ସିକ୍ରେଟ କୋଡ ୟୁଆଇଡିଏଆଇଙ୍କଠାରୁ ମିଳିଥିବା ପତ୍ରରେ ଲେଖାଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.