କିପରି ବଢ଼ାଇବେ ଅନ୍ୟକୁ ଆକର୍ଷଣ ଓ ସମ୍ମୋହିତ କରିବାର ଶକ୍ତି ଜାଣନ୍ତୁ : ଯାହାକୁ ଚାହିଁବେ ତାକୁ ପାଇପାରିବେ, ନିଜର ବଶ କରିପାରିବେ

Published By : Prameya-News7 Bureau | February 01, 2019 IST

ନୂଆଦିଲ୍ଲୀ ୧/୨: ଯଦି ଆପଣ ଚାହୁଁଛନ୍ତି ଯେ ଆପଣ ଯୁଆଡ଼େ ଯାଉଛନ୍ତି ଲୋକେ ଆପଣଙ୍କ ପ୍ରତି ଆକର୍ଷିତ ହୁଅନ୍ତୁ , ଆପଣଙ୍କ କଥା ଶୁଣନ୍ତୁ, ଆପଣଙ୍କ ଆଡ଼େ ଟାଣି ହୋଇ ଆସନ୍ତୁ। ସ୍ତ୍ରୀ ହୁଅନ୍ତୁ କିମ୍ବା ପୁରୁଷ ଆପଣଙ୍କ ପ୍ରତି ସବୁବେଳେ ଆକର୍ଷିତ ହୁଅନ୍ତୁ ଏବଂ ଆପଣଙ୍କ ପ୍ରତି ବିଶ୍ବାସୀ ହୁଅନ୍ତୁ ତାହେଲେ ଆପଣ ଶେଷ ପର୍ଯ୍ୟନ୍ତ ଏହି ଲେଖାକୁ ନିଶ୍ଟୟ ପଢନ୍ତୁ। ଯଦି ସତରେ ଆପଣ ଏପରି କରିବାକୁ ଚାହୁଁଥାନ୍ତି ତେବେ ଆପଣଙ୍କ ପାଇଁ ଏହା ଅପରିହାର୍ଯ୍ୟ ଯେ ଆପଣ ନିଜ ଆକର୍ଷଣ ଶକ୍ତି ଜାଗ୍ରତ କରନ୍ତୁ।

ପ୍ରକୃତରେ ଆକର୍ଷଣ ଶକ୍ତି ଏକ ବିଶେଷ ପ୍ରକାରର ଶକ୍ତି ହୋଇଥାଏ, ଯାହା ପ୍ରତ୍ୟେକ ମନୁଷ୍ୟଙ୍କ ମଧ୍ୟରେ ରହିଥାଏ ସୁପ୍ତ ଅବସ୍ଥାରେ ।  ଏହାକୁ କିଛି ବିଶେଷ କୌଶଳରେ ଜାଗ୍ରତ କରିବାକୁ ପଡ଼ିଥାଏ। ଥରେ ଯଦି ଆପଣଙ୍କ ଆକର୍ଷଣ ଶକ୍ତି ଜାଗ୍ରତ ହୋଇଗଲା ଆପଣ ସମସ୍ତଙ୍କୁ ନିଜ ପ୍ରତି ଆକର୍ଷିତ କରିବାର ଲକ୍ଷ୍ୟ ହାସଲ କରିଯିବେ। ଏହାପରେ କେହି ଆପଣଙ୍କ କଥା ଅମାନ୍ୟ କରିବେ ନାହିଁ। ଆପଣ ଯାହାକୁ ଯାହା ଆଦେଶ ଦେବେ ସେ ତାହା ନିଶ୍ଚୟ କରିବେ।

ଆକର୍ଷଣ ଶକ୍ତିର ପ୍ରଭାବ ଆପଣ ପରିବାର,ସମାଜ,ନିଜ କାର୍ଯ୍ୟାଳୟ ଆଦି ସବୁ ସ୍ଥାନରେ ସମ୍ଭବ ହୋଇପାରିବ। ତେବେ ଆସନ୍ତୁ ଜାଣିବା ଆପଣ ନିଜ ମଧ୍ୟରେ ଥିବା ଆକର୍ଷଣ ଶକ୍ତିକୁ କିପରି ଜାଗ୍ରତ କରିବେ

{"id":80691,"width":594,"height":382}

-ଭଗବାନ ଶ୍ରୀକୃଷ୍ଣଙ୍କ ମସ୍ତକରେ ସୁଶୋଭିତ ହେଉଥିବା ମୟୁର ପୁଚ୍ଛ ଆକର୍ଷଣର ପ୍ରଭାବ ବଢ଼ାଇବାର ଜବରଦସ୍ତ ମାଧ୍ୟମ ଅଟେ। ଯେଉଁଭଳି ଭାବରେ ଭଗବାନ ଶ୍ରୀକୃଷ୍ଣ ସମସ୍ତଙ୍କୁ ସମ୍ମୋହିତ କରୁଥିଲେ, ଠିକ୍ ସେହିପରି ଭାବେ ଆପଣଙ୍କ ମଧ୍ୟରେ ବି ସେହି ଶକ୍ତି ଆସି ପାରିବ। ଏଥିପାଇଁ ଆପଣଙ୍କୁ ଏକ ହଳଦିଆ ରେଶମ କପଡ଼ାରେ ଗୋଟିଏ ମୟୁର ପୁଚ୍ଛକୁ ଗୁଡ଼ାଇ ସବୁବେଳେ ନିଜ ପାଖରେ ରଖିବାକୁ ହେବ। କିଛି ଦିନ ମଧ୍ୟରେ ଆପଣ ଏହାର ପ୍ରଭାବ ନିଜେ ଅନୁଭବ କରିପାରିବେ ।

{"id":80692,"width":597,"height":448}

-‘ହାତ ଯୋଡ଼ି’ ଏକ ବିଶେଷ ପ୍ରକାର ମୂଳ ବା ଚେର ହୋଇଥାଏ। ଏହା ଯେକୈାଣସି ପଶୁର ଦୁଇଟି ଯୋଡ଼ା ହୋଇଥିବା ପଞ୍ଝା ଭଳି ଦେଖାଯାଇଥାଏ। ଏହା ବଜାରରେ ଉପଲବ୍ଧ । ଏହାକୁ ଆଣି ଗଙ୍ଗା ଜଳରେ ପବିତ୍ର କରି ନିଜ ପାଖରେ ରଖିଲେ ଆକର୍ଷଣର ପ୍ରଭାବ ଜବରଦସ୍ତ ଭାବେ ବୃଦ୍ଧି ହୋଇଥାଏ।

{"id":80695,"width":596,"height":335}

-ଭଗବାନ ବିଷ୍ଣୁଙ୍କ ପୂଜାରେ ଲାଗିଥିବା ଗେଣ୍ଡୁ ଫୁଲକୁ ଗୋଟିଏ ଥାଳିରେ ରଖି ହଳଦୀ ଛିଞ୍ଚି ଗଙ୍ଗାଜଳ ମିଶାଇ ଏହାକୁ ପେଶି ଡବାରେ ରଖନ୍ତୁ। ଏହାକୁ ପ୍ରତିଦିନ ନିଜ ମସ୍ତକରେ ଲଗାଇଲେ ଚେହେରା ଏବଂ ଆଖିରେ ଏକ ଏପରି ଶକ୍ତି ଜାଗ୍ରତ ହୋଇଥାଏ ଯାହା ଦ୍ବାରା ଆପଣଙ୍କୁ ସମସ୍ତଙ୍କ ପାଖରେ ଆଦୃତ କରିଥାଏ।

{"id":80696,"width":594,"height":339}

- ଆପଣଙ୍କ ମସ୍ତକ ମଝିରେ ଲାଲ କୁମକୁମ୍ ବିନ୍ଦି ଲଗାଇ ଏହାକୁ ଦେଖିବାକୁ ପ୍ରୟାସ କରନ୍ତୁ। ଏହି ପ୍ରୟାସ କିଛି ଦିନ ଧରି କରନ୍ତୁ। ଯେଉଁ ଦିନ ଆପଣଙ୍କୁ ସେହି ବିନ୍ଦି ଦେଖାଯିବ ଆପଣ ବୁଝିଯିବେ ଆପଣଙ୍କ ଶକ୍ତି ଜାଗ୍ରତ ହୋଇଯାଇଛି। ଏହାପରେ ଯେଉଁ ବ୍ୟକ୍ତି ଆପଣଙ୍କ ସହ ଦେଖା କରିବେ ସେ ସବୁଦିନ ପାଇଁ ଆପଣଙ୍କର ହୋଇଯିବେ।

{"id":80697,"width":596,"height":369}

-ଶ୍ବେତ ଦୁର୍ଲଭାର ଚେରକୁ ଘଷି ପ୍ରତିଦିନ ଦୁଇ ଭ୍ରୃଲତାର ମଝି ସ୍ଥାନରେ ଲଗାନ୍ତୁ। ଏହା ଦ୍ବାରା ଆପଣଙ୍କ ଆଖିରେ ଆକର୍ଷଣ ଶକ୍ତି ଜାଗ୍ରତ ହୋଇଥାଏ।

{"id":80698,"width":595,"height":312}

-ଯେବେ ଗୁରୁବାର ମୂଳା ନକ୍ଷତ୍ର ପଡିଥାଏ, ସେହି ଦିନ କଦଳୀ ଗଛର ମୂଳ ବାହାର କରି ଆଣନ୍ତୁ ଏବଂ ଏହାକୁ ଗଙ୍ଗା ଜଳରେ ଧୋଇ ସିନ୍ଦୂର ମିଶାଇ ପେଶି ଦିଅନ୍ତୁ।ଏଥିରୁ ପ୍ରସ୍ତୁତ ତିଳକ ପ୍ରତିଦିନ ଲଗାଇଲେ ଆପଣ ସମସ୍ତଙ୍କୁ ସମ୍ମୋହିତ କରିବାର ଶକ୍ତି ହାସଲ କରିପାରିବେ।

{"id":80699,"width":596,"height":335}

-କଦଳୀର ମୂଳ,ସିନ୍ଦୂର ଏବଂ ଗୋରୋଚନାକୁ ଅଁଳା ରସରେ ପେଶି ପ୍ରତିଦିନ ତିଳକ କଲେ ଆପଣ ଯାହାକୁ ପାଇବାକୁ ଚାହିଁବେ ସେ ନିଜେ ଆପଣଙ୍କ ପାଖକୁ ଆସିଯିବେ।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.